KIIT suicide
KIIT କ୍ୟାମ୍ପସ ଛାଡି ଚାଲିଯାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଜାରି ହେଲା ହେଲ୍ପ ଲାଇନ ନମ୍ୱର
KIIT Student Suicide Case: କ୍ୟାମ୍ପସ ଛାଡି ଚାଲିଯାଇଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସହିତ କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀଙ୍କ ସହାୟତା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଏକ ୨୪x୭ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇଛି। ଏଥି ନିମନ୍ତେ ନିମ୍ନ ପ୍ରଦତ୍ତ ଚାରିଗୋଟି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।
Feb 19,2025, 23:12 PM IST
Odisha
ଗ୍ରୀନ୍ ପାୱାର ବ୍ୟାଙ୍କିଂ ପ୍ରଦାନ ପାଇଁ ଗ୍ରୀଡକୋ ଓ ଅଭାଡା ଗ୍ରୀନ PVT Ltd ମଧ୍ୟରେ ସ୍ୱାକ୍ଷର
ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଆମୋନିଆ ବିକାଶ ପାଇଁ ଓଡ଼ିଶା ଭାରତର ଅଗ୍ରଣୀ ରାଜ୍ୟ। ଅନୁକୂଳ ନୀତି, ବିକଶିତ ସାମୁଦ୍ରିକ ବନ୍ଦର ସହିତ ସବୁଜ ଶକ୍ତି ପାଇବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି, ସାର, ଇସ୍ପାତ ଏବଂ ଅନ୍ୟାନ୍ୟ ଧାତୁ ଶିଳ୍ପ ଏବଂ ତୈଳ ବିଶୋଧନାଗାରରେ ସବୁଜ ହାଇଡ୍ରୋଜେନ୍ / ଆମୋନିଆର ଆବଶ୍ୟକ ରହିଛି ।
Feb 19,2025, 20:15 PM IST
Kiit Controversy
KIIT Controversy: କିଟ୍ ପ୍ରସଙ୍ଗରୁ ଧ୍ୟାନ ହଟାଇପାରିବ କି ବିଜେଡି
ଏ ଆଶଙ୍କା ଆସିବା ପଛରେ ଅନେକ କାରଣ ରହିଛି। ପ୍ରଥମ କାରଣ ହେଉଛି ଏହା କିଟ୍ ବିଶ୍ୱବିଦ୍ୟାଳୟରେ ଘଟିଥିବା ଏପରି ପ୍ରଥମ ଅଘଟଣ ନୁହେଁ। ପୂର୍ବ ବର୍ଷ ଦୁଇଜଣ ଛାତ୍ରୀ ମଧ୍ୟ ଆତ୍ମହତ୍ୟା କରିଥିଲେ। ତା’ ପୂର୍ବରୁ ୨୦୨୨ରେ ମଧ୍ୟ ଜଣେ ଛାତ୍ର ଆତ୍ମହତ୍ୟା କରିଥିଲେ।
Feb 19,2025, 13:03 PM IST
Mahakumbha Traffic Issue
Mahakumbha Traffic Issue: ଟ୍ରାଫିକ ପରିଚାଳନାକୁ ନେଇ ସୂଚନା ଦେଲେ ଉତ୍ତରପ୍ରଦେଶ ଡିଜିପି
Mahakumbha Traffic Issue: ଏହା କେବଳ ଏକ କାର୍ଯ୍ୟକ୍ରମ ଆୟୋଜନ ନୁହେଁ ବରଂ ଏହା ଇତିହାସ ସୃଷ୍ଟି କରିବା ଭଳି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଜୀଙ୍କ ଦକ୍ଷ ନେତୃତ୍ୱ ଏବଂ ନିକଟ ତତ୍ତ୍ୱାବଧାନରେ ରଣନୈତିକ ଯୋଜନା, ଶୀଘ୍ର ନିଷ୍ପତ୍ତି ନେବାର କ୍ଷମତା ଏବଂ ୟୁପି ପୋଲିସର ଅକ୍ଳାନ୍ତ ସେବା ଏହି କାର୍ଯ୍ୟକ୍ରମକୁ ବିଶ୍ୱସ୍ତରୀୟ ମାନର କରୁଛି। ଆଗାମୀ ପିଢ଼ି ଏହାକୁ ଶୃଙ୍ଖଳା, ସମର୍ପଣ ଏବଂ କର୍ତ୍ତବ୍ୟ ପ୍ରତି ନିଷ୍ଠାର ପ୍ରତୀକ ଭାବରେ ମନେ ରଖିବେ।
Feb 11,2025, 14:24 PM IST
cooperative banks
ସମବାୟ ବ୍ୟାଙ୍କରେ ଲାଗୁ ହେବ ଓଟିଏସ୍ ବ୍ୟବସ୍ଥା
ୱାନ୍ ଟାଇମ୍ ସେଟଲମେଣ୍ଟ (ଓଟିଏସ୍) ବା ଏକକାଳୀନ ପଇଠ ପ୍ରାବଧାନ ସମବାୟ ବ୍ୟାଙ୍କମାନଙ୍କରେ ଲାଗୁ ହେବ । ଏହି ବ୍ୟବସ୍ଥା ଲାଗୁ କରିବାକୁ ସମବାୟ ବିଭାଗ ବିଧିବଦ୍ଧ ଅନୁମୋଦନ ପ୍ରଦାନ କରିଛି । ଏହା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ସହରାଞ୍ଚଳ ସମବାୟ ବ୍ୟାଙ୍କ ଏବଂ ପ୍ରାଥମିକ କୃଷି ସମବାୟ ସମିତିରେ କାର୍ଯ୍ୟକାରୀ ହେବ ।
Feb 6,2025, 19:20 PM IST
Pariksha Pe Charcha 2025
ପରୀକ୍ଷା ପେ ଚର୍ଚ୍ଚା ୨୦୨୫: ପିଏମ ମୋଦିଙ୍କ ସହିତ ଦୀପିକା ପାଦୁକୋନ ଏବଂ ସଦଗୁରୁ ମଧ୍ୟ ଦେବେ ଟିପ୍ସ
Pariksha Pe Charcha 2025: ବହୁ ପ୍ରତୀକ୍ଷିତ ପରୀକ୍ଷା ପେ ଚର୍ଚ୍ଚା ୨୦୨୫ (ପିପିସି ୨୦୨୫) ଫେବୃଆରୀ ୧୦, ୨୦୨୫ ରେ ପୂର୍ବାହ୍ନ ୧୧ ଟା ସମୟରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ସହ ଆଲୋଚନା କରିବେ, ପରୀକ୍ଷା ପ୍ରସ୍ତୁତି, ଚାପ ପରିଚାଳନା ଏବଂ ବ୍ୟକ୍ତିଗତ ଅଭିବୃଦ୍ଧି ବିଷୟରେ ମାର୍ଗଦର୍ଶନ ଦେବେ ।
Feb 6,2025, 17:00 PM IST
Budget
୧୨ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ପାଇଁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ
Budget: ଏହାଦ୍ବାରା ନାଗରିକମାନେ ସଶକ୍ତ ହେବେ ଏବଂ ଅର୍ଥନୀତିକୁ ସମୃଦ୍ଧ କରିବ। ୨୦୨୫ -୨୬ ଆର୍ଥିକବର୍ଷ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟ୍ ଉପରେ ଆଜି ଏଭଳି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲ ମିଡ଼ିଆ ଏକ୍ସ ଜରିଆରେ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।
Feb 1,2025, 14:39 PM IST
transport department
ଆଜିଠୁ ସବୁ ଟୋଲ ଗେଟ୍ରେ ନିୟମ ଲାଗୁ; ଗାଡ଼ି ବୀମା ନଥିଲେ ଧରାପଡ଼ିବେ ଚାଳକ
Transport department: ପୁନର୍ବାର ନିୟମ ଉଲ୍ଲଂଘନ କଲେ ଜରିମାନା ରାଶି ୪ ହଜାର ଟଙ୍କା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବାର ପ୍ରାବଧାନ ରହିଛି। ଅନେକ ଘରୋଇ ଓ ବ୍ୟବସାୟିକ ଗାଡ଼ି ନିୟମ ଉଲ୍ଲଙ୍ଘନ କରି ବୀମା କରୁନାହାନ୍ତି। ଫଳରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁରେ ମୃତକଙ୍କ ପରିବାର ଅନୁକମ୍ପା ମୂଳକ ବୀମା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି। ଯାହାକୁ ନେଇ ସରକାରଙ୍କ ପକ୍ଷରୁ ଉଦ୍ବେଗ ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ବୀମା ନିୟମ ଉଲ୍ଲଂଘନକାରୀଙ୍କୁ ଇ-ଡିଟେକ୍ସନ ଜରିଆରେ ଚିହ୍ନଟ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ନିଷ୍ପତ୍ତି ନେଇଛି।
Feb 1,2025, 10:39 AM IST
lootera arrested
କଳାହାଣ୍ଡି ପୁଲିସକୁ ବଡ଼ ସଫଳତା; ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ ଗିରଫ
Lootera arrested: ବିଳମ୍ବିତ ରାତିରେ ପ୍ରାୟ ୮ଜଣ ଡକାୟତ ମାରଣାସ୍ତ୍ର ଧରି ଡକାୟତି କରିବା ଉଦ୍ଦେଶ୍ୟରେ ଏହି ଭାଟିରେ ପଶିଥିଲେ। ସେଠାରେ ବନ୍ଧୁକ ଏବଂ ମରଣାସ୍ତ୍ର ଦେଖାଇ ଧମକ ଦେଇ ଟଙ୍କା ଲୁଟି ନେଇଥିଲେ। ଏନେଇ ଧର୍ମଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଡକାୟତଙ୍କୁ ଧରିବାକୁ କଳାହାଣ୍ଡି ଏସପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରାଯାଇଥିଲା। ଡକାୟତି କରିବା ପରେ ଅଭିଯୁକ୍ତମାନେ JH10AP4817 ନମ୍ବର ବିଶିଷ୍ଟ ବୋଲେରୋ ଯୋଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
Feb 1,2025, 10:09 AM IST
retail inflation
ଖୁଚୁରା ମୁଦ୍ରାସ୍ଫିତି ୨୦୨୪ ଆର୍ଥିକ ବର୍ଷରେ ୫.୪% ରୁ ୨୦୨୫ ଆର୍ଥିକ ବର୍ଷରେ ୪.୯%କୁ ଖସିଲା
Retail inflation: 2025 ରୁ 2024 ମଧ୍ୟରେ ମୂଳ ମୁଦ୍ରାସ୍ଫିତିରେ 0.9 ପ୍ରତିଶତ ହ୍ରାସ ବଫର୍ ଷ୍ଟକ୍ ଏବଂ ଅବଧି କାଳୀନ ଖୋଲା ବଜାର କାର୍ଯ୍ୟକଳାପକୁ ମଜବୁତ କରିବା ମୁଦ୍ରାସ୍ଫିତି ସ୍ଥିରତା ପାଇଁ ହୋଇଛି ଗୁରୁତ୍ୱପୂର୍ଣ୍ଣ ଚରମ ପାଣିପାଗ ଏବଂ ଯୋଗାଣ ଜନିତ ବାଧା ଦ୍ୱାରା ଭାରତରେ ଖାଦ୍ୟ ମୁଦ୍ରାସ୍ଫିତିକୁ ପ୍ରଭାବିତ କରିଛି ଭାରତର ଉପଭୋକ୍ତା ମୂଲ୍ୟ ମୁଦ୍ରାସ୍ଫିତି 2026 ଆର୍ଥିକ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ 4% ମଧ୍ୟରେ ରହିବ ଉତ୍ପାଦନ ବୃଦ୍ଧି ଲାଗି କୃଷି ଗବେଷଣା ଏବଂ ଚାଷୀଙ୍କ ତାଲିମ ଜରୁରୀ
Jan 31,2025, 16:15 PM IST
CM Grievance cell
ଫେବୃୟାରୀ ୩ ରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ, ଆସନ୍ତାକାଲି ପଞ୍ଜିକରଣ
CM Majhi Grievance cell: ଭୁବନେଶ୍ୱର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଏହି ଶୁଣାଣି ହେବ। ଏଥିଲାଗି ଆଗ୍ରହୀମାନେ ଜାନୁଆରୀ ୩୧ ତାରିଖ ଦିବା ୧୧ ଘଟିକା ଠାରୁ ପଞ୍ଜିକରଣ କରିପାରିବେ। ସର୍ବାଧିକ ୧୦୦୦ ଜଣ ଅନ୍ଲାଇନ୍ ପ୍ଲାଟଫର୍ମରେ ପଞ୍ଜୀକରଣ କରିବାର ବ୍ୟବସ୍ଥା ହୋଇଛି।
Jan 30,2025, 19:47 PM IST
Maoists Killed
ପୁଲିସ ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ନିହତ
Maoists killed: କୁତୁଲ ଏରିଆ କମ୍ମିଟି ମାଓ ସଙ୍ଗଠନର ଏମାନେ ସମସ୍ତେ ସକ୍ରିୟ ସଦସ୍ୟ ଥିଲେ । ଏମାନଙ୍କ ମଧ୍ୟରୁ ୨୦ ଜଣ ପୁରୁଷ ଏବଂ ୭ ଜଣ ମହିଳା ମାଓବାଦୀ ଥିଲେ। ପୋଲିସ ତରଫରୁ ସମସ୍ତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆଗାମୀ ଦିନରେ ଥଇଥାନ କରାଯିବ ବୋଲି ପୋଲିସ କହିଛି। ତେବେ ନାରାୟଣ ପୋଲିକୁ କେବେ ମଧ୍ୟ ଏତେ ସଂଖ୍ୟାରେ ନକ୍ସଲ ଆତ୍ମସମର୍ପଣ କରିଥିବା ରେକର୍ଡ ନାହିଁ। ଏହି ନକ୍ସଲମାନଙ୍କୁ ପୋଲିସ ପଚରାଉଚରା କରିବା ପରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସୁଛି ବୋଲି ପୁଲିସ କହିଛି।
Jan 30,2025, 11:31 AM IST
vigilance raid
ଭିଜିଲାନ୍ସ ଜାଲରେ ଆଇଟିଡିଏ ପିଏ; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ରେଡ୍
Vigilance raid: ଭିଜିଲାନ୍ସ ବିଭାଗର ଜଣେ ଅତିରିକ୍ତ ଏସପି, ତିନି ଜଣ ଡିଏସପି, ୧୦ ଇନସ୍ପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀ ନିୟୋଜିତ ହୋଇଛନ୍ତି। ଭୁବନେଶ୍ବର ଓଲ୍ଡ ଟାଉନ ସ୍ଥିତ ଶ୍ରୀରାମ ନଗରରେ ଦୁଇ ମହଲା ବିଶିଷ୍ଟ ଘର, ଲକ୍ଷ୍ମୀସାଗର ସ୍ଥିତ ଆପାର୍ଟମେଣ୍ଟ, ଖାରବେଳନଗର ସ୍ଥିତ ଆପାର୍ଟମେଣ୍ଟ, ବାଲେଶ୍ବର ସେନ୍ ରୋଡ୍ ସ୍ଥିତ ଆପାର୍ଟମେଣ୍ଟ, ଯାଜପୁର ଟାଉନ ସ୍ଥିତ ସମ୍ପର୍କୀୟଙ୍କ ଘର, ବୋଣାଇ ସ୍ଥିତ ଅଫିସ୍ ଓ କ୍ବାଟରରେ ଏକକାଳୀନ ଚଢଉ କରୁଛି ଭିଜିଲାନ୍ସ ବିଭାଗ।
Jan 30,2025, 10:49 AM IST
PMFBY
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା; ୨,୦୭,୮୮୭ ଗୋଟି କ୍ଷତିଗ୍ରସ୍ତ ପ୍ଲଟକୁ ୪୫.୨୮ କୋଟି ପ୍ରଦାନ
ଅମଳ ପରବର୍ତ୍ତୀ ଫସଲ କ୍ଷତି ବାବଦରେ ୨,୦୭,୮୮୭ ଗୋଟି କ୍ଷତିଗ୍ରସ୍ତ ପ୍ଲଟ ବାବଦକୁ ୪୫.୨୮ କୋଟି ପ୍ରଦାନ କରାଯାଇଛି । ଏହି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ଫସଲ ବୀମା ପୋର୍ଟାଲରେ ମୋଟ ୨,୧୯,୮୩୪ ଗୋଟି ପ୍ଲଟ ବାବଦରେ କ୍ଷତିଗ୍ରସ୍ତ ଚାଷୀ ସୂଚନା ଦେଇଥିଲେ ।
Jan 29,2025, 20:19 PM IST
puri news
Puri News: ମହାପ୍ରଭୁଙ୍କ ଜମି ହଡ଼ପ ଉଦ୍ୟମ !
ପୁରୀ: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ନାମରେ ଥିବା ଜମି ବେଆଇନ୍ ଭାବରେ ଜବରଦଖଲ କରି ପ୍ଲଟିଂ କରି ବିକ୍ରି ପାଇଁ ଉଦ୍ୟମ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି। ଏନେଇ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁମ୍ଭାରପଡା ଥାନାରେ ଏତଲା ଦାଖଲ କରାଯାଇଛି । ଏହି
Jan 29,2025, 14:44 PM IST
Utkarsh Odisha Conclave
ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Utkarsh odisha conclave: କନ୍କ୍ଲେଭ୍ରେ ଷ୍ଟାର୍ଟଅପ୍ ଓଡ଼ିଶା, ସ୍କିଲ୍ଡ ଇନ୍ ଓଡ଼ିଶା ଓ ମହିଳା ଉଦ୍ୟମିତା ଉପରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହା ବ୍ୟତୀତ ସିଇଓ ରାଉଣ୍ଡ୍ଟେବୁଲ୍, ମହିଳା ନେତୃତ୍ବ ରାଉଣ୍ଡ୍ଟେବୁଲ୍ ଓ ଏଡିଟର୍ସ ରାଉଣ୍ଡ୍ଟେବୁଲ୍ ଅନୁଷ୍ଠିତ ହେବ। ଫୋକସ୍ରେ ଥିବା ଦେଶଗୁଡ଼ିକୁ ମଧ୍ୟ ନେଇ ଏକ ସ୍ବତନ୍ତ୍ର ଅଧିବେଶନ ଆୟୋଜନ କରାଯିବ। କନ୍କ୍ଲେଭ୍ର ପ୍ରଥମ ଦିନରେ ୫ଟି ଓ ଦ୍ବିତୀୟ ଦିନରେ ୧୦ଟି ଅଧିବେଶନ ଅନୁଷ୍ଠିତ ହେବ। ଜାନୁଆରି ୩୦ରେ ମେକ୍ ଇନ୍ ଓଡ଼ିଶା ଏକ୍ସପୋ ସାଧାରଣ ଜନତାଙ୍କ ପରିଦର୍ଶନ ପାଇଁ ଖୋଲାଯିବ। ସେଥିରେ ୧୫୦ରୁ ଅଧିକ ପ୍ରଦର୍ଶନକାରୀ ସେମାନଙ୍କ ଉତ୍ପାଦ, ସେବା ଓ ସମାଧାନ ପ୍ରଦାନ କରିବେ।
Jan 28,2025, 11:59 AM IST
PM Narendra Modi
ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି; ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୫ର ଉଦଘାଟନ କରି
Pm Narendra Modi: ଅପରାହ୍ନ ୧୨.୨୦ ମିନିଟ୍ରୁ ଅପରାହ୍ନ ୧.୦୫ ପର୍ଯ୍ୟନ୍ତ ନାଲକୋ ଛକ- ଜାଭିୟର ଛକ- ଜୟଦେବ ବିହାର ଛକ- ୧୨୦ ବାଟାଲିୟନ ଛକ- ପାଓ୍ୱାର ହାଉସ୍ ଛକ- ରାଜଭବବନ ଛକ- ଏଜି ଛକ- ହସ୍ପିଟାଲ ଛକ- ଏୟାରପୋର୍ଟ ଛକକୁ କୌଣସି ଯାନବାହାନ ଚଳାଚଳ କରିପାରିବେ ନାହିଁ। ଭୁବନେଶ୍ବରରେ ମୋଦି ଦୁଇ ଘଣ୍ଟା ୨୦ମିନିଟ୍ ରହିବେ। ସେଥିପାଇଁ ସୁରକ୍ଷା ବ୍ୟବସ୍ଥାର କଡାକଡି ଯାଞ୍ଚ କରାଯାଇଛି। ବ୍ଲୁ ବୁକ ଗାଇଡଲାଇନ ମୁତାବକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏସପିଜି ପୂର୍ବରୁ ଏହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି।
Jan 28,2025, 11:36 AM IST
elephant death
ଶିମିଳିପାଳରେ ଆଖି ବୁଜିଲା ପୋଷା ହାତୀ ଭବାନୀ; ୬୦ ବର୍ଷ ବୟସରେ ମୃତ୍ୟୁ
Elephant death: ଅଭୟାରଣ୍ୟରେ କାଠ ମାଫିଆ ଏବଂ ବନ୍ୟଜନ୍ତୁ ଶିକାରୀ ରୋକିବା ତଥା ପେଟ୍ରୋଲିଂ ପାଇଁ ୨୦୦୧ ଡିସେମ୍ବର ମାସରେ କର୍ଣ୍ଣାଟକ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ 'ହାମସୁରା ବନ୍ୟପ୍ରାଣୀ ଡିଭିଜନ'ର ହସ୍ତୀପ୍ରକଳ୍ପ ଶିବିରରୁ ତାଲିମ ପ୍ରାପ୍ତ ଦନ୍ତାହାତୀ ମହେନ୍ଦ୍ର, ଦୁଇଟି ମାଈ ହାତୀ ଭବାନୀ ଓ ଶୋଭା ଏବଂ ତିନିଟି କୁମକୀ ହାତୀଙ୍କୁ ଶିମିଳିପାଳ ଅଣାଯାଇଥିଲା। ପ୍ରଥମେ ଶୋଭା ଓ କିଛି ଦିନ ପୂର୍ବରୁ ମହେନ୍ଦ୍ରର ମୃତ୍ୟୁ ହୋଇଥିଲା। ଆଜି ୬୦ବର୍ଷ ବୟସରେ ଆଖି ବୁଜିଛି ଭବାନୀ।
Jan 28,2025, 11:21 AM IST
e-kyc verification
ରାଜ୍ୟରେ ୪୦ ଲକ୍ଷ ଭୂତ ହିତାଧିକାରୀ: ମନ୍ତ୍ରୀ
E-kyc verification: ରାଜ୍ୟ ଓ ରାଜ୍ୟ ବାହାରେ କେତେ ହିତାଧିକାରୀଙ୍କ e-KYC ଅପଡେଟ୍ ସରିଲାଣି ଆଉ କେତେଜଣ କରିନାହାନ୍ତି ସେ ନେଇ ତଥ୍ୟ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଯଦି କେହି ସମୟ ମଧ୍ୟରେ ଦେଇପାରିନାହାନ୍ତି ସେମାନେ ପରେ ଉପଯୁକ୍ତ କାରଣ ଦର୍ଶାଇ ଲିଖିତ ଆକାରରେ ଦେଲେ ପରବର୍ତ୍ତୀ ସମୟରେ e-KYC ପାଇଁ ସରକାର ବିଚାର କରିବେ।
Jan 27,2025, 14:17 PM IST
Monoj Ahuja
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଅତିରିକ୍ତ ଦାୟିତ୍ୱ; ଏସଜେଟିଏର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟି
Manoj ahuja: ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିଲେ। ୨୦୨୪ ଅଗଷ୍ଟ ୧୩ ତାରିଖରୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ। ତାଙ୍କୁ ସରକାର ଏବେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଉଛନ୍ତି।
Jan 27,2025, 13:57 PM IST
Manappuram Finance
ମଣପ୍ପୁରମ ଫାଇନାନ୍ସରୁ ସୁନା ଡକାୟତି ଘଟଣା; ବିହାର ଗଲା ସମ୍ବଲପୁର ପୁଲିସ
Manappuram finance robbery case: ସମ୍ବଲପୁର ସହରର ବୁଢ଼ାରଜା ସ୍ଥିତ ମଣପୁରମ୍ ଫାଇନାନ୍ସ ଲିମିଟେଡ୍ରେ ହୋଇଥିଲା ସଶସ୍ତ୍ର ଡକାୟତି । ସକାଳ ପ୍ରାୟ ୯.୪୫ରୁ ୧୦ଟା ମଧ୍ୟରେ ୬ରୁ ୭ ଜଣ ମୁଖାପିନ୍ଧା ଡକାୟତ ବନ୍ଧୁକ ଦେଖାଇ ୨୮କେଜିରୁ ଅଧିକ ଓଜନର ସୁନା ଓ ୪ଲକ୍ଷ ୮୧ ହଜାର ଟଙ୍କା ଲୁଟି ନେଇଥିଲେ।
Jan 27,2025, 12:29 PM IST
Mahanga Double Murder case
ସୁପ୍ରିମକୋର୍ଟରେ ମାହାଙ୍ଗା ଡବଲ ମର୍ଡର ମାମଲା; ଅଡ଼ୁଆରେ ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା
Mahanga double murder case: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ବିଧାୟକ ପ୍ରତାପ କୁମାର ଜେନାଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଥିଲା। ଶ୍ରୀ ଜେନାଙ୍କ ବିରୋଧରେ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାକୁ ହାଇକୋର୍ଟ ଖାରଜ କରିଥିଲେ। ଶ୍ରୀ ଜେନାଙ୍କ ବିରୋଧରେ ସାଲେପୁର ଜେଏମଏଫସି ଅଦାଲତ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ କଗନିଜାନ୍ସ ଗ୍ରହଣ କରି ୨୦୨୩, ସେପ୍ଟେମ୍ବର ୨୫ରେ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଥିଲେ। ଏଥି ସହିତ ନିମ୍ନ ଅଦାଲତରେ ଶ୍ରୀ ଜେନାଙ୍କ ବିରୋଧରେ ବିଚାରାଧୀନ ଏ ସଂପର୍କିତ ଫୌଜଦାରୀ ମାମଲାକୁ ମଧ୍ୟ ହାଇକୋର୍ଟ ରଦ୍ଦ କରିଥିଲେ।
Jan 25,2025, 12:59 PM IST
Republic Day
୭୬ତମ ସାଧାରଣତନ୍ତ୍ର ଦିବସରେ ୧୦ ଦ୍ୱୀପରେ ଉଡ଼ିବ ତ୍ରିରଙ୍ଗା
Republic day: ଆସନ୍ତାକାଲି ଦେଶବ୍ୟାପୀ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏଥର ରାଜ୍ୟରେ ଗଣତନ୍ତ୍ର ଦିବସ ଭବ୍ୟ ହେବ। ଦ୍ୱୀପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଯେପରି କାହାର କିଛି ଅସୁବିଧା ହେବ ନାହିଁ ତାହା ଉପରେ ନଜର ରଖାଯାଇଛି।ସାଧାରଣତନ୍ତ୍ର ଦିବସ ପାଇଁ ରାଜ୍ୟବ୍ୟାପି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସବୁ ପୁଲିସ ଅଧୀକ୍ଷକଙ୍କୁ ଆଲର୍ଟ କରାଯାଇଛି। ଏଥିସହ ଆଖପାଖ ଅଂଚଳ ସିସିଟିଭି ନିୟନ୍ତ୍ରଣରେ ରହିଛି।
Jan 25,2025, 12:49 PM IST
Mumbai terror attack
Mumbai Terror Attack: ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତହଓ୍ୱୁର ରାଣା ହେବ ଭାରତକୁ ପ୍ରତ୍ୟାର
Mumbai Terror Attack: ଆମେରିକାର ଆତଙ୍କବାଦୀ ଡେଭିଡ୍ କୋଲେମାନ ହେଡ୍ଲୀଙ୍କୁ ଏହି ଆକ୍ରମଣ ପାଇଁ ଭାରତ ପଠାଇଥିବା ଅଭିଯୋଗ ହୋଇଛି। ଅନେକ ବର୍ଷ ହେଲା ଏହି ଅଭିଯୁକ୍ତଙ୍କୁ ଭାରତକୁ ଆଣି ଭାରତରେ ମାମଲା ବିଚାର ପାଇଁ ଭାରତ ପ୍ରଚେଷ୍ଟା କରୁଥିଲା। ଏବେ ସୁପ୍ରିମକୋର୍ଟଙ୍କ ଏହି ଆଦେଶ ଫଳରେ ଭାରତର କୁଟନୈତିକ ବିଜୟ ହୋଇଥିବା ଚର୍ଚ୍ଚା ହେଉଛି
Jan 25,2025, 12:31 PM IST
Republic Day 2025
Republic Day 2025: ୩୧ ସିବିଆଇ ଅଧିକାରୀଙ୍କୁ ସେବା ମେଡାଲ୍, ଓଡ଼ିଶାରୁ ୨
Republic Day 2025: ରାଷ୍ଟ୍ରପତି ପୁଲିସ ପଦକ ପାଇବାକୁ ଥିବା ଅଧିକାରୀ ଓ ସିବିଆଇ କର୍ମଚାରୀମାନେ ହେଲେ.ଉତ୍ତରପୂର୍ବାଞ୍ଚଳ ସିବିଆଥ ନିର୍ଦ୍ଦେଶକ ଡି ଶ୍ରୀନିବାସ ବର୍ମା, ସିବିଆଇ ନୀତି ନିର୍ଦ୍ଧାରଣ ଆଇଜି ତେଜପାଲ ସିଂହ, ହେଡ୍ ଅଫିସ ଡିଏସ୍ପି ନରେଶ କୁମାର, ଜୟପୁର ସବ୍ଇନ୍ସପେକ୍ଟର ଭାନୀ ସିଂହ ରାଠୋର ଏବଂ ଏଏସ୍ଆଇ ଆଇକୋଦନ ବାଲାକ୍ରିଷ୍ଣନନ୍।
Jan 25,2025, 12:08 PM IST
fatal accident
ରାତିଅଧରେ ମାଡ଼ିଆସିଲା ଘନ କୁହୁଡି; ମର୍ମନ୍ତୁଦ ଦୁର୍ଘଟଣା ଘଟିଲା, ଚାଲିଗଲା ଜୀବନ...
Fatal accident: ଘନ କୁହୁଡ଼ି କାରଣରୁ ରାସ୍ତା ନଜାଣିପାରି କାର ଚାଳକ ଦୁର୍ଘଟଣା ଘଟାଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଆହତ ୪ଜଣଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଧଉଳି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରଟିକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।
Jan 25,2025, 10:40 AM IST
ଛତିଶଗଡ଼ରେ ନିହତ ୧୬ ମାଓବାଦୀଙ୍କ ମଧ୍ୟରୁ ୧୨ ଜଣଙ୍କ ମିଳିଲା ପରିଚୟ; ଜଣେ ଓଡ଼ିଆ ଥିବା ସୂଚନା
Maoists killed: ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ନକ୍ସଲମାନଙ୍କ ଉପରେ କଡ଼ା ନଜର ରଖିବାକୁ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି। ଏହାସହ ସ୍ବତନ୍ତ୍ର ସଶସ୍ତ୍ର ପୋଲିସ ମୁତୟନ ପାଇଁ କୁହାଯାଇଛି। ନକ୍ସଲମାନଙ୍କ ଉପରେ ନଜର ରଖିବାକୁ ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା ସହ ଡ୍ରୋନର ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି ଡିଜିପ। ସ୍ଥାନୀୟ ପୋଲିସକୁ ନକ୍ସଲ ସମ୍ପର୍କିତ ସୂଚନା ନେଟୱର୍କ ବଢାଇବାକୁ କୁହାଯାଇଛି। ସ୍ଥାନୀୟ ଲୋକଙ୍କୁ ନକ୍ସଲ ସମ୍ପର୍କିତ ସୂଚନା ଦେବା ପାଇଁ ପ୍ରୋତ୍ସାହିତ କରିବାକୁ କୁହାଯାଇଛି।
Jan 24,2025, 11:44 AM IST
budget meeting
ଆଜି ବସିବ ରାଜ୍ୟ ପ୍ରାକ୍ ବଜେଟ ବୈଠକ; ୨୦୨୫-୨୬ ବର୍ଷର ବଜେଟ୍ ପାଇଁ ହେବ ବିଚାରବିମର୍ଶ
Budget meeting: ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ ପୂର୍ବରୁ ବାଚସ୍ପତିଙ୍କ ଏଭଳି ଚେତାବନୀ ରାଜନୈତିକ ମାହୋଲକୁ ଗରମ କରିଦେଇଛି। ବିଧାନସଭାରେ ବିଶୃଙ୍ଖଳିତ ଆଚରଣ କଲେ ବରଦାସ୍ତ କରାଯିବ ନାହିଁ ବୋଲି ଚେତାଇ ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ। ସୁରମାଙ୍କ ଚେତାବନୀ ରାଜନୈତିକ ପାରା ବଢ଼େଇ ଦେଇଛି। ବାଚସ୍ପତିଙ୍କ ମନ୍ତବ୍ୟକୁ କଡା ବିରୋଧ କରିବା ସହ ଶୃଙ୍ଖଳାର ପାଠ ପଢେଇଛନ୍ତି ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ।
Jan 24,2025, 10:49 AM IST
atm machine loot
ଭୁବନେଶ୍ୱରରେ ଏଟିଏମ୍ ଲୁଟ୍; ଟଙ୍କା ସହ ତାଡ଼ି ନେଲେ ମେସିନ୍
Atm machine loot: ଘଟଣାସ୍ଥଳରେ ପୁଲିସର ତଦନ୍ତ ଜାରି ରଖିଛି। ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ କରୁଛି। ହେଲେ ଏଟିଏମ୍ ରେ ରେ କେତେ ଟଙ୍କା ଥିଲା ତାହା ଅସ୍ପଷ୍ଟ। ତେବେ ଗତକାଲି ରାତିରେ ଘଟିଛି ଏହି ଘଟଣା। କେବଳ ଟଙ୍କା ଲୁଟ୍ କରିଛନ୍ତି ତାହା ନୁହେଁ। ଟଙ୍କା ସହ ପୁରା ମେସିନକୁ ତାଡ଼ି ନେଇଛନ୍ତି ଦୁର୍ବୁତ୍ତ। ହେଲେ ଏଟିଏମରେ କେତେ ଟଙ୍କା ଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ସକାଳୁ ସକାଳୁ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ କରୁଛି।
Jan 24,2025, 10:41 AM IST
ଭିଜିଲାନ୍ସ ଜାଲରେ ବଡ଼ମ୍ବା ସିଏଚସି ଡାକ୍ତର; ଦୁଇ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ
Vigilance raid: ଡ଼ାକ୍ତର ଜଣଙ୍କ ଅଭିଯୋଗକାରୀଙ୍କୁ ୫ହଜାର ଟଙ୍କା ଦେବାକୁ କହିଥିଲେ। ଅଭିଯୋଗକାରୀ ଜଣେ ଗରିବ ଲୋକ ହୋଇଥିବା ବେଳେ ଏ ନେଇ ସେ ଭିଜିଲାନ୍ସକୁ ଅବଗତ କରାଇଥିଲେ। ଭିଜିଲାନ୍ସ ଟିମ୍ ଡାକ୍ତରକୁ ଧରିବାକୁ ଜାଲ ବିଛାଇ ଥିଲା। ଅଭିଯୋଗକାରୀ ପ୍ରଥମ ପର୍ଯ୍ୟାୟରେ ଦୁଇ ହଜାର ଟଙ୍କା ଡାକ୍ତରକୁ ଦେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ଲାଞ୍ଚ ଟଙ୍କା ସହ ଡାକ୍ତରଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ଏ ନେଇ ଭିଜିଲାନ୍ସ ଥାନାରେ ଏକ କେସ ନଂ ୧ରେ ମାମଲା ରୁଜ୍ଜୁ ହୋଇଛି। ତେବେ ମାମଲାର ତଦନ୍ତ ଚାଲିଥିବା ସୂଚନା ମିଳିଛି।
Jan 22,2025, 16:28 PM IST
Ration card
ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଗାଣମନ୍ତ୍ରୀଙ୍କ ତାଗିଦ; ଇ-କେଓ୍ୱାଇସି ପୂର୍ବରୁ ଫେରାଅ ରାସନକାର୍ଡ
Ration card: ସାରା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। ସେମାନଙ୍କ ମଧ୍ୟରେ କିଏ ସରକାରୀ ଚାକିରି କରିଛନ୍ତି ତ ଆଉ କିଏ ଡାକ୍ତର ଏବଂ ଶିକ୍ଷକ ପଦବୀରେ କାର୍ଯ୍ୟରତ ଅଛନ୍ତି। ସବୁ ପ୍ରକାର ଲୋକ ଅଛନ୍ତି। ତେଣୁ ମୁଁ ନିବେଦନ କରୁଛି ଇ-କେଓ୍ବାଇସି ସରିବା ପୂର୍ବରୁ ସରେଣ୍ଡର କରନ୍ତୁ। ଏହାର କୌଣସି ଡେଡଲାଇନ୍ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ।
Jan 22,2025, 15:02 PM IST
Odisha CM
ବାରବାଟୀ ଦିନିକିଆ ମ୍ୟାଚର ପ୍ରଥମ ଟିକଟ୍ କିଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Odisha Cm: ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଓସିଏ ପ୍ରତିନିଧିମଣ୍ଡଳ। ଓସିଏ କାର୍ଯ୍ୟକାରୀ ସଭାପତି ପଙ୍କଜ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ଓ ଅନୁଗୁଳ ବିଧାୟକ ପ୍ରତାପ ପ୍ରଧାନ ଭେଟିଥିଲେ। ଫେବ୍ରୁଆରୀ ୯ରେ ହେବ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ ମ୍ୟାଚ। ତେବେ ବାରବାଟୀ ଷ୍ଟାଡିୟମରେ କିଭଳି ମ୍ୟାଚ ସୁରୁଖୁରୁରେ ହେବ ସେନେଇ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ସଞ୍ଜୟ ବେହେରା। ଫେବ୍ରୁଆରୀ ୯ରେ ବାରବାଟୀରେ ଟିମ ଇଣ୍ଡିଆ-ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ।
Jan 22,2025, 14:44 PM IST
Subhadra Yojana
ସୁଭଦ୍ରା ଯୋଜନାକୁ ନେଇ ଆସିଲା ଚାଞ୍ଚଲ୍ୟ ଖବର; ୧୫୭ଜଣ ପୁରୁଷ କରିଛନ୍ତି ଆବେଦନ: ଉପ ମୁଖ୍ୟମନ୍ତ୍ରୀ
Subhadra Yojana: ଆଧାର କାର୍ଡର ଯେତେବେଳେ ବ୍ୟାଙ୍କ ଲିଙ୍କ ଡାଟା ଆସିଲା ସେତେବେଳେ ଏ ତଥ୍ୟ ସାମ୍ନାକୁ ଆସିଲା। ବେଳେ ବେଳେ ପୁଅ ନାଁ ଓ ଝିଅ ନାଁ ଏକା ଭଳି ଥାଏ। ସେମାନେ ତ୍ରୃଟିରେ ଆବେଦନ କରିଦେଇଥିବେ, କିନ୍ତୁ ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି।
Jan 22,2025, 11:57 AM IST
ସାଧାରଣତନ୍ତ୍ର ଦିବସ; ଜାଣନ୍ତୁ କେଉଁ ମନ୍ତ୍ରୀ କେଉଁଠି କରିବେ ପତାକା ଉତ୍ତୋଳନ
Republic day: ଏହି ଉପଲକ୍ଷେ ବିଭିନ୍ନ ଜିଲ୍ଲାରେ ହେବାକୁ ଥିବା ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ପାଇଁ ଅତିଥି ତାଲିକା ପ୍ରକାଶ ପାଇଛି। ଏହା ସହିତ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ମଧ୍ୟ ଲିଷ୍ଟ ଜାରି କରାଯାଇଛି। କଟକରେ ପତାକା ଉତ୍ତୋଳନ କରିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେହିପରି ଖୋର୍ଦ୍ଧାରେ ପତାକା ଉତ୍ତୋଳନ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପୁରୀରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପତାକା ଉତ୍ତୋଳନ କରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।
Jan 21,2025, 15:48 PM IST
education policy
ଜାତୀୟ ଶିକ୍ଷାନୀତି ଲାଗୁ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି; ଆଜିଠୁ ୩ ଦିନ ଧରି ଚାଲିବ କର୍ମଶାଳା
Education policy: ଅନ୍ୟପଟେ ଏଣିକି ପିଲାଙ୍କୁ ୬ ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ ଅଭିଭାବକ। ଏ ନେଇ ରାଜ୍ୟ ସରକାର ସୋମବାର ନୂଆ ବିଜ୍ଞପ୍ତି ଜାରି କରିଛନ୍ତି। ଆଗାମୀ ଶିକ୍ଷାବର୍ଷରେ ନାମ ଲେଖା ପାଇଁ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ରାଜ୍ୟ ସରକାର ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆସନ୍ତା ଶିକ୍ଷା ବର୍ଷରେ ସ୍କୁଲ ସ୍ତରରେ ଏହାକୁ ଲାଗୁ କରିବାକୁ କିଛି ଦିନ ତଳେ ବିଜ୍ଞପ୍ତି ପ୍ରକାଶ କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏହାର ସିଲାବସ ପ୍ରସ୍ତୁତ ପାଇଁ ୧୭ ଜଣିଆ ଷ୍ଟିଆରିଂ କମିଟି ଗଠନ ହୋଇଛି। ଗତକାଲି ଏହାର ମାର୍ଗଦର୍ଶିକା ଜାରି କରିଛନ୍ତି ସରକାର।
Jan 21,2025, 12:49 PM IST
Jan 21,2025, 12:47 PM IST
bargard strike
୧୨ ଘଣ୍ଟିଆ ବରଗଡ ବନ୍ଦ; କୋର୍ଟ ସମ୍ମୁଖରେ ପୁଲିସ ଓ ଆନ୍ଦୋଳନକାରୀ ଧସ୍ତାଧସ୍ତି
Bargard strike: ଆଜି କୋର୍ଟ ଖୋଲିବାବେଳେ ଏହାକୁ ବିକ୍ଷୋଭକାରୀ ମାନେ ବିରୋଧ କରିଥିଲେ। ପୁଲିସ୍ ଏମାନଙ୍କୁ ଅଟକାଇବାବେଳେ ପରିସ୍ଥିତି ବିଗିଡିଥିଲା। ତେବେ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ହେବା ଏବଂ କୁର୍ଲା ଜଙ୍ଗଲରୁ ଆହତ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର ଘଟଣାକୁ ନେଇ ଆଜି ବରଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ତେବେ ପୀଡିତାଙ୍କୁ ନ୍ୟାୟ ଏବଂ ମୁଖ୍ୟ ଅଭିଯୁକ୍ତକୁ ଧରିବା ଦାବିରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବରଗଡର ସମସ୍ତ ଦୋକାନବଜାର ଏବଂ ଗାଡି ମୋଟର ଚଳାଚଳ ରହିଛି।
Jan 21,2025, 12:28 PM IST
Puri News: କଣାସରେ ବିଷାକ୍ତ ପାଣି ପିଇ ୪ ଜଣଙ୍କ ମୃତ୍ୟୁ, ଜିଲ୍ଲାପାଳଙ୍କ ବିରୋଧରେ ମାମଲା ରୁଜୁ
ପୁରୀ: କଣାସରେ ବିଷାକ୍ତ ଦୟା ପାଣି ଯୋଗୁଁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ । ଜିଲ୍ଲାପାଳଙ୍କ ବିରୁଦ୍ଧରେ କଣାସ ଥାନାରେ ଏତଲା ଦେଲେ କଣାସ ଅଞ୍ଚଳବାସୀ। ଦୟା ନଦୀର ବିଷାକ୍ତ ପାଣି ବ୍ୟବହାର କରି କଣାସ ଅଂଚଳର ଚାରି ଜଣ ମୃତ୍ୟୁ ବରଣ କରିବା ସହ କିଛି ଲୋକ ଡାକ୍ତର ଖାନାରେ ମୃତ୍ୟୁ ସହ ସଂଗ୍ରାମରତ ଅନେକ ଡାକ୍ତର ଖାନାରେ ଚିକତ୍ସାଧୀନ। ଏହି ଘଟଣା ବର୍ତ
Jan 21,2025, 11:40 AM IST
Dolphin counting
ଅସ୍ତରଙ୍ଗ ବନାଞ୍ଚଳରେ ଡଲଫିନ ଗଣନା; ଗଠନ କରାଯାଇଛି ୪ଟି ଟିମ
dolphin counting: ଟିମ ମଧ୍ୟରୁ ଦେବୀ ନଦୀର ଶାଖା ନଦୀ କାଦୁଆ ନଦୀ ମଧ୍ୟରେ ଗୋଟିଏ ଟିମ, ଦେବୀ ମୁହାଣଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ଗୋଟିଏ ଟିମ, ଯାହାନିଆଠାରୁ ଗଙ୍ଗା ଦେବୀ ପର୍ୟ୍ୟନ୍ତ ଗୋଟିଏ ଟିମ, ଯାହାନିଆଠାରୁ ବେଲେଶ୍ବର ପର୍ୟ୍ୟନ୍ତ ସମୁଦ୍ର କୂଳେ କୂଳେ ଦୁଇଟି ଟିମ୍ ଗଣନା କାର୍ୟ୍ୟରେ ସାମିଲ ହୋଇଛନ୍ତି। ତେବେ ଅସ୍ତରଙ୍ଗ ମୁହାଣ ନିକଟରେ ଗଣନା କରୁଥିବା ଟିମ ବିରଳ ପ୍ରଜାତିର ଇରାବାଡି ଡଲଫିନ ଦୁଇଟି ଦେଖିବାକୁ ପାଇଥିଲେ।
Jan 21,2025, 10:32 AM IST
pm awas yojana
ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ପିଏମ ଆବାସ ସର୍ଭେ: ମନ୍ତ୍ରୀ
Pm awas Yojana: ଏହି ଯୋଜନାରେ ଦିବ୍ୟାଙ୍ଗ ଓ ବିଧବାମାନଙ୍କୁ ଅଗ୍ରାଧିକାର ଦିଆଯିବ। ୨ ମାସ ମଧ୍ୟରେ ଏହାର ରି-ସର୍ଭେ କରାଯିବ। ଏହି ଅବଧି ମଧ୍ୟରେ ଆବେଦନ ଓ ଅନଲାଇନ୍ ମାଧ୍ୟମରେ ସେସବୁର ଯାଞ୍ଚ୍ କରାଯିବ। ଆବାସ ଘର ବଣ୍ଟାରେ ଏଣିକି ରାଜନୈତିକ ହସ୍ତକ୍ଷେପ ହେବ ନାହିଁ। ଯୋଗ୍ୟ ହିତାଧିକାରୀକୁ ଆବାସ ଘର ଦେବାରୁ କେହି ଚାହିଁଲେ ବି ଅଟକାଇ ପାରିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
Jan 20,2025, 14:10 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.