Maoists killed: କୁତୁଲ ଏରିଆ କମ୍ମିଟି ମାଓ ସଙ୍ଗଠନର ଏମାନେ ସମସ୍ତେ ସକ୍ରିୟ ସଦସ୍ୟ ଥିଲେ । ଏମାନଙ୍କ ମଧ୍ୟରୁ ୨୦ ଜଣ ପୁରୁଷ ଏବଂ ୭ ଜଣ ମହିଳା ମାଓବାଦୀ ଥିଲେ। ପୋଲିସ ତରଫରୁ ସମସ୍ତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆଗାମୀ ଦିନରେ ଥଇଥାନ କରାଯିବ ବୋଲି ପୋଲିସ କହିଛି। ତେବେ ନାରାୟଣ ପୋଲିକୁ କେବେ ମଧ୍ୟ ଏତେ ସଂଖ୍ୟାରେ ନକ୍ସଲ ଆତ୍ମସମର୍ପଣ କରିଥିବା ରେକର୍ଡ ନାହିଁ। ଏହି ନକ୍ସଲମାନଙ୍କୁ ପୋଲିସ ପଚରାଉଚରା କରିବା ପରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସୁଛି ବୋଲି ପୁଲିସ କହିଛି।
Trending Photos
ମାଲକାନଗିରି: ସୁନ୍ଦରଗଡ଼ ସୀମାନ୍ତ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ସରଣ୍ଡା ଜଙ୍ଗଲରେ ବୁଧବାର ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ଗୁଳି ବିନିମୟରେ ଦୁଇ ନକ୍ସଲ ନିହତ ହୋଇଛନ୍ତି। ଏ ସଂପର୍କରେ ଝାଡ଼ଖଣ୍ଡ ପୁଲିସ ମହାନିର୍ଦ୍ଦେଶକ ଅନୁରାଗ ଗୁପ୍ତା ଚକ୍ରଧରପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମୃତ ଦୁଇ ମାଓବାଦୀ ହେଲେ ମାଓ ସଙ୍ଗଠନର ଜୋନାଲ୍ କମିଟି ସଦସ୍ୟ ଝାଡ଼ଖଣ୍ଡ ଚତରା ଜିଲ୍ଲାର ବିନୟ ଗଞ୍ଜୁ ଓରଫ୍ ସଞ୍ଜୟ ଗଞ୍ଜୁ ଓ ଏରିଆ କମିଟି ସଦସ୍ୟ ବୋକାରୋ ଜିଲ୍ଲା ଗୋରଗୋବରା ଗାଁର ହେମନ୍ତି ମଝିୟାନ। ଘଟଣାସ୍ଥଳରୁ ୨ଟି ଇନ୍ସାସ୍ ରାଇଫଲ, ୫.୫୬ ଏମ୍ଏମ୍ର ୩୧୩ଟି ଅଫୁଟା ଗୁଳି, ୯ଟି ଇନ୍ସାସ୍ ମାଗାଜିନ୍, ୫ଟି ୱାକିଟାକି, ୨୮ଟି ଡିଟୋନେଟର, ମୋବାଇଲ୍, ପେନ୍ ଡ୍ରାଇଭ୍, ନକ୍ସଲ ପୋଷାକ ଓ ବିପୁଳ ସାମଗ୍ରୀ ଜବତ ହୋଇଛି।
ମାଓବାଦୀ ଗତିବିଧି ଖବର ପାଇ ସୋନୁଆ ଥାନା ଲୋଞ୍ଜୋ ପାହାଡ଼ରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ସୁରକ୍ଷାବାହିନୀ । ଭୋର ସମୟରେ ଉଭୟ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । ଏନକାଉଣ୍ଟରରେ ନିହତ ଦୁଇ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଏହି ଏନକାଉଣ୍ଟରରେ ସିଆର୍ ପିଏଫ୍ ର ଜଣେ ଜବାନ ଗୁରୁତର ହୋଇଛି। ଯବାନଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଯାଇଛି।
ଅନ୍ୟପଟେ ଗତକାଲି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲା SP ଙ୍କ ନିକଟରେ ୨୯ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। କୁତୁଲ ଏରିଆ କମ୍ମିଟି ମାଓ ସଙ୍ଗଠନର ଏମାନେ ସମସ୍ତେ ସକ୍ରିୟ ସଦସ୍ୟ ଥିଲେ । ଏମାନଙ୍କ ମଧ୍ୟରୁ ୨୦ ଜଣ ପୁରୁଷ ଏବଂ ୭ ଜଣ ମହିଳା ମାଓବାଦୀ ଥିଲେ । ପୋଲିସ ତରଫରୁ ସମସ୍ତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆଗାମୀ ଦିନରେ ଥଇଥାନ କରାଯିବ ବୋଲି ପୋଲିସ କହିଛି। ତେବେ ନାରାୟଣ ପୋଲିକୁ କେବେ ମଧ୍ୟ ଏତେ ସଂଖ୍ୟାରେ ନକ୍ସଲ ଆତ୍ମସମର୍ପଣ କରିଥିବା ରେକର୍ଡ ନାହିଁ। ଏହି ନକ୍ସଲମାନଙ୍କୁ ପୋଲିସ ପଚରାଉଚରା କରିବା ପରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସୁଛି ବୋଲି ପୁଲିସ କହିଛି।