Budget meeting: ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ ପୂର୍ବରୁ ବାଚସ୍ପତିଙ୍କ ଏଭଳି ଚେତାବନୀ ରାଜନୈତିକ ମାହୋଲକୁ ଗରମ କରିଦେଇଛି। ବିଧାନସଭାରେ ବିଶୃଙ୍ଖଳିତ ଆଚରଣ କଲେ ବରଦାସ୍ତ କରାଯିବ ନାହିଁ ବୋଲି ଚେତାଇ ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ। ସୁରମାଙ୍କ ଚେତାବନୀ ରାଜନୈତିକ ପାରା ବଢ଼େଇ ଦେଇଛି। ବାଚସ୍ପତିଙ୍କ ମନ୍ତବ୍ୟକୁ କଡା ବିରୋଧ କରିବା ସହ ଶୃଙ୍ଖଳାର ପାଠ ପଢେଇଛନ୍ତି ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ।
Trending Photos
ଭୁବନେଶ୍ଵର: ଆଜି ପ୍ରାକ୍ ବଜେଟ୍ ପାଇଁ ବୈଠକ। ଆଥିର୍କ ବର୍ଷ ୨୦୨୫-୨୬ ପାଇଁ ଆସନ୍ତା ଫେବ୍ରୁଆରି ୧୩ ତାରିଖ ଠାରୁ ଓଡ଼ିଶା ସରକାରଙ୍କର ବଜେଟ୍ ଅଧିବେଶନ ଆରମ୍ଭ ହେବ। ରାଜ୍ୟ ସରକାର ଫେବ୍ରୁଆରି ୧୭ ତାରିଖରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ଅର୍ଥ ବିଭାଗର ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ। ୧୭ ତାରିଖ ଗୃହରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ୧୩ ଫେବ୍ରୁଆରୀରୁ ଆରମ୍ଭ ହୋଇ ୨୧ ଫେବ୍ରୁଆରୀ ଯାଏ ଚାଲିବ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ୭ ମାର୍ଚ୍ଚରୁ ଏପ୍ରିଲ ୫ ଯାଏ ଅନୁଷ୍ଠିତ ହେବ।
ଗତକାଲି ବିରୋଧୀଙ୍କ ବିଶୃଙ୍ଖଳା ଆଚରଣକୁ ବରଦାସ୍ତ କରାଯିବ ନାହିଁ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ ପୂର୍ବରୁ ବାଚସ୍ପତିଙ୍କ ଏଭଳି ଚେତାବନୀ ରାଜନୈତିକ ମାହୋଲକୁ ଗରମ କରିଦେଇଛି। ବିଧାନସଭାରେ ବିଶୃଙ୍ଖଳିତ ଆଚରଣ କଲେ ବରଦାସ୍ତ କରାଯିବ ନାହିଁ ବୋଲି ଚେତାଇ ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ। ସୁରମାଙ୍କ ଚେତାବନୀ ରାଜନୈତିକ ପାରା ବଢ଼େଇ ଦେଇଛି। ବାଚସ୍ପତିଙ୍କ ମନ୍ତବ୍ୟକୁ କଡା ବିରୋଧ କରିବା ସହ ଶୃଙ୍ଖଳାର ପାଠ ପଢେଇଛନ୍ତି ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ।