Vigilance raid: ଡ଼ାକ୍ତର ଜଣଙ୍କ ଅଭିଯୋଗକାରୀଙ୍କୁ ୫ହଜାର ଟଙ୍କା ଦେବାକୁ କହିଥିଲେ। ଅଭିଯୋଗକାରୀ ଜଣେ ଗରିବ ଲୋକ ହୋଇଥିବା ବେଳେ ଏ ନେଇ ସେ ଭିଜିଲାନ୍ସକୁ ଅବଗତ କରାଇଥିଲେ। ଭିଜିଲାନ୍ସ ଟିମ୍ ଡାକ୍ତରକୁ ଧରିବାକୁ ଜାଲ ବିଛାଇ ଥିଲା। ଅଭିଯୋଗକାରୀ ପ୍ରଥମ ପର୍ଯ୍ୟାୟରେ ଦୁଇ ହଜାର ଟଙ୍କା ଡାକ୍ତରକୁ ଦେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ଲାଞ୍ଚ ଟଙ୍କା ସହ ଡାକ୍ତରଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ଏ ନେଇ ଭିଜିଲାନ୍ସ ଥାନାରେ ଏକ କେସ ନଂ ୧ରେ ମାମଲା ରୁଜ୍ଜୁ ହୋଇଛି। ତେବେ ମାମଲାର ତଦନ୍ତ ଚାଲିଥିବା ସୂଚନା ମିଳିଛି।
Trending Photos
କଟକ: ଭିଜିଲାନ୍ସ ଜାଲରେ ସରକାରୀ ଡାକ୍ତର। କଟକ ଜିଲ୍ଲା ବଡ଼ମ୍ବା ସିଏଚସି ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ବିଶ୍ଵନାଥ ଅଢେ଼କ୍। ୨୦୦୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତେବେ ଡାକ୍ତର ବିଶ୍ୱନାଥ ସର୍ଜରି ବିଶେଷଜ୍ଞ ଭାବେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଅଛନ୍ତି। ଡାକ୍ତରଙ୍କ ନିକଟରୁ ୨ହଜାର ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ।
ଅନ୍ୟପଟେ ଡ଼ାକ୍ତର ଜଣଙ୍କ ଅଭିଯୋଗକାରୀଙ୍କୁ ୫ହଜାର ଟଙ୍କା ଦେବାକୁ କହିଥିଲେ। ଅଭିଯୋଗକାରୀ ଜଣେ ଗରିବ ଲୋକ ହୋଇଥିବା ବେଳେ ଏ ନେଇ ସେ ଭିଜିଲାନ୍ସକୁ ଅବଗତ କରାଇଥିଲେ। ଭିଜିଲାନ୍ସ ଟିମ୍ ଡାକ୍ତରକୁ ଧରିବାକୁ ଜାଲ ବିଛାଇ ଥିଲା। ଅଭିଯୋଗକାରୀ ପ୍ରଥମ ପର୍ଯ୍ୟାୟରେ ଦୁଇ ହଜାର ଟଙ୍କା ଡାକ୍ତରକୁ ଦେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ଲାଞ୍ଚ ଟଙ୍କା ସହ ଡାକ୍ତରଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ଏ ନେଇ ଭିଜିଲାନ୍ସ ଥାନାରେ ଏକ କେସ ନଂ ୧ରେ ମାମଲା ରୁଜ୍ଜୁ ହୋଇଛି। ତେବେ ମାମଲାର ତଦନ୍ତ ଚାଲିଥିବା ସୂଚନା ମିଳିଛି।