Chocolate: ଜାଣିଛନ୍ତି କି ଶରୀର ପାଇଁ କେତେ ଉପକାରୀ ଚକୋଲେଟ
Advertisement
Article Detail0/zeeodisha/odisha1380519

Chocolate: ଜାଣିଛନ୍ତି କି ଶରୀର ପାଇଁ କେତେ ଉପକାରୀ ଚକୋଲେଟ

ଅଧିକ ମାତ୍ରାରେ ଚକୋଲେଟ ଖାଇବା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ତେବେ ଜାଣନ୍ତି କି ସୀମିତ ସଂଖ୍ୟାରେ ଚକୋଲେଟ ଖାଇବା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ। 

Chocolate: ଜାଣିଛନ୍ତି କି ଶରୀର ପାଇଁ କେତେ ଉପକାରୀ ଚକୋଲେଟ

ନୂଆଦିଲ୍ଲୀ:  ଚକଲେଟ ଖାଇବା ପାଇଁ କିଏ ବା ଭଲ ନପାଏ। ଚକଲେଟ ପ୍ରତି ମଣିଷର ଏକ ଅହେତୁକ ଦୁର୍ବଳତା ରହିଛି। ତେବେ ଚକୋଲେଟର ବହୁତ ଭଲ ଗୁଣ ରହିଛି। କିନ୍ତୁ ଆମେ ଜାଣିରଖିବା ଉଚିତ ଯେ, ଯେକୌଣସି ଜିନିଷ ଦରକାରଠୁ ଅଧିକ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।

ଚକଲେଟ ଖାଇବା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ଭଲ ହୋଇଥାଏ। ଫଳରେ ହୃଦଘାତର ସମସ୍ୟା ଦେଖାଦେଇନଥାଏ। ଚକଲେଟ ଖାଇବା ଦ୍ୱାରା ଶିରା ପ୍ରଶିରା ସୁସ୍ଥ ରହେ।

ଚକୋଲେଟ ଖାଇବା ଦ୍ୱାରା କ୍ୟାନସର ଏବଂ ଆଲଜିମର ଭଳି ରୋଗରୁ ମୁକ୍ତି ମିଳିଥାଏ। ଚକଲେଟରେ ପେଣ୍ଟମେରିକ ପ୍ରୋସିନିଡିନ ନାମକ ଏକ ଯୌଗିକ ପଦାର୍ଥ ରହିଛି ଯାହା ଶରୀରରେ କ୍ୟାନସରର ମାତ୍ରାକୁ ନିୟନ୍ତ୍ରଣ କରିଥାଏ।

ଚକୋଲେଟ ତ୍ୱଚା ପାଇଁ ଭଲ ନୁହଁ  କିନ୍ତୁ ସୂର୍ଯ୍ୟର କ୍ଷତିକାରକ ରଶ୍ମି ପାଇଁ ଏହା ଲାଭଦାୟକ। କୋକୋରେ ଥିବା ସଲିଡ଼ ଏବଂ ଫ୍ଲାବନଏଡ ଚର୍ମ କ୍ୟାନସରରୁ ସୁରକ୍ଷା ଦେଇଥାଏ। ଗବେଷଣାରୁ ଜଣାପଡିଛି ଯେ, ଡାର୍କ ଚକଲେଟରେ ପଲିଫେନଲ ରହିଥାଏ ଯାହାକି ଶରୀରରେ ନାଏରିକ ଅକ୍ସାଇଡ ନାମକ ଜୈବିକ ଉପାଦାନ ଉତ୍ପାଦନ କରିଥାଏ। ଯାହା ଫଳରେ ଶରୀରରେ ରକ୍ତ ସଂଚାଳନ ଭଲ ଭାବେ ହୋଇଥାଏ।

ଚକଲେଟରୁ ଆମକୁ ଶକ୍ତି ମିଳିଥାଏ। ଯେଉଁମାନେ ଜିମରେ ଅଧିକ ପରିଶ୍ରମ କରୁଛନ୍ତି ସେମାନଙ୍କ ପାଇଁ ଜିମ ପୂର୍ବରୁ ଚୋକଲେଟ ଖାଇବା ବହୁତ ଲାଭଦାୟକ। ଚକଲେଟ ଶରୀରକୁ ସଠିକ ପରିମାଣର ଶକ୍ତି ଏବଂ ତାକତ ଯୋଗେଇଥାଏ।

ଡାର୍କ ଚକଲେଟ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ମଧ୍ୟ ବଢିଥାଏ। ଯଦି ଆପଣ ଚଷମା ପିନ୍ଧୁଥିବେ ତେବେ ଡାର୍କ ଚକଲେଟ କିମ୍ବା ମିଲ୍କ ଚକଲେଟ ଖାଇବା ପରେ ଧୀରେ ଧୀରେ ଆପଣଙ୍କ ଦୃଷ୍ଟି ଶକ୍ତି ମଧ୍ୟ ତୀକ୍ଷ୍ଣ ହେବ।

ସାଧାରଣତଃ ଦେଖାଯାଏ ଯେଉଁମାନେ ନିଜର ଓଜନ କମ କରିବାକୁ ଚାହୁଁଥାନ୍ତି କିମ୍ବା ଡାଏଟିଂରେ ଥାଆନ୍ତି ସେମାନଙ୍କୁ ଚକଲେଟ ଖାଇବାକୁ ବାରଣ କରାଯାଇଥାଏ। ତେବେ ଡାର୍କ ଚକଲେଟ ଓଜନ ହ୍ରାସ କରିବା, ତୃଷ୍ନା ମେଂଟାଇବା, ବ୍ଲଡ଼ ସୁଗାର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହା ସହ ଭୋକ ମଧ୍ୟ ନିୟନ୍ତ୍ରଣ କରିଥାଏ।

ଡାର୍କ ଚକଲେଟ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢିଥାଏ। ଏହା ଫଳରେ ମସ୍ତିସ୍କକୁ ରକ୍ତ ସଂଚାଳନ ଭଲ ଭାବରେ ହୋଇଥାଏ। ହାର୍ବାର୍ଡ ମେଡିକାଲ ସ୍କୁଲ ଅଫ ଷ୍ଟଡିଜ ଅନୁଯାୟୀ, ୨ କପ ହଟ ଚକଲେଟ ପିଇବା ଦ୍ୱାରା ମସ୍ତିସ୍କକୁ ରକ୍ତ ପ୍ରବାହ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଜୋରରେ ହୋଇଥାଏ।

ଚକୋଲେଟ ଖାଇବା ଫଳରେ ଥକାପଣ ଦୂର ହୋଇଥାଏ। ଅଧିକ ସମୟ ଧରି କୌଣସି କାମ କଲେ ବା ଚାଲିଲେ ଆମେ ଥକି ଯାଇଥାଉ। ଏଭଳି ସ୍ଥିତିରେ ଚକଲେଟ ଖାଇଲେ ଥକାପଣ ଦୂର ହୋଇଯାଇଥଏ।

ଚକୋଲେଟ ମନକୁ ଆନନ୍ଦ ଏବଂ ପ୍ରଫୁଲ୍ଲ ରଖେ। କୌଣସି ଦୁଶ୍ଚିନ୍ତାରେ ଥିଲେ ଚକଲେଟ ଖାଇବା ଦ୍ୱାରା କିଛି ସମୟ ପାଇଁ ମଣିଷ ରିଲାକ୍ସ ଅନୁଭବ କରିଥାଏ। ଚକଲେଟରେ ଡେପାମାଇନ ନାମକ ହର୍ମୋନ ରହିଛି ଯାହା ମଣିଷକୁ ଖୁସି ରଖିଥାଏ।