ଉତ୍ତର ପ୍ରଦେଶର ପ୍ରୟାଗରାଜରେ ୪୫ ଦିନ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭ ମେଳାରେ ଦୈନିକ ପ୍ରାୟ ୧ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଏହି ସେବା ଯୋଗାଇ ଦେଉଥିବା ନେଇ ସୂଚନା ରହିଛି।
Trending Photos
ପ୍ରୟାଗରାଜ : ପ୍ରୟାଗରାଜରେ ଚାଲିଥିବା ମହାର୍ଘ୍ୟ କୁମ୍ଭମେଳାରେ ପୂର୍ଣ୍ଣ ଜନସେବାରେ ନିଜକୁ ନିୟୋଜିତ କରିଛି ଆଦାନୀ ଗୃପ। ଦୂରଦୁରାନ୍ତରରୁ ଏଠାକୁ ବୁଡ଼ ପକାଇବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ନିସ୍ୱାର୍ଥପର ଭାବେ ଆବଶ୍ୟକ ଅନୁଯାୟୀ ସହାୟତା ଯୋଗାଇ ଦେଉଛି। ଇସକନ ସଂସ୍ଥା ସହ ମିଳିତ ଭାବେ ପ୍ରାୟ ୨୫୦୦ରୁ ଊର୍ଦ୍ଧ୍ୱ ସ୍ଵେଛାସେବୀ କର୍ମଚାରୀ ଏହି ଅହୋରାତ୍ର ସେବା ଯୋଗାଇ ଦେଉଛନ୍ତି। ପ୍ରୟାଗରାଜର ପ୍ରାୟ ୪୦ଟି ସ୍ଥାନରେ ସ୍ଵେଛାସେବୀ କର୍ମଚାରୀ ରହି ଶ୍ରଦ୍ଧାଳୁଙ୍କୁ ଖାଦ୍ୟ ଯୋଗାଇ ଦେବା ସହିତ ପଥିକକୁ ଯାନ ଯୋଗାଇ ଦେବା ଭଳି ପୂର୍ଣ୍ଣ୍ୟ କାର୍ଯ୍ୟକୁ ଜାରି ରଖିଛନ୍ତି।
ଉତ୍ତର ପ୍ରଦେଶର ପ୍ରୟାଗରାଜରେ ୪୫ ଦିନ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭ ମେଳାରେ ଦୈନିକ ପ୍ରାୟ ୧ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଏହି ସେବା ଯୋଗାଇ ଦେଉଥିବା ନେଇ ସୂଚନା ରହିଛି। ତ୍ରିବେଣୀ ସଂଗମକୁ ପବିତ୍ର ବୁଡ ପକାଇବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ବିନା ମୂଲ୍ୟରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ସେହିପରି ଆହତ ପଥିକ ହୁଅନ୍ତୁ ଅବା ସହାୟତା ଲୋଡୁଥିବା ବ୍ୟକ୍ତିବିଶେଷଙ୍କୁ ନିସ୍ୱାର୍ଥପର ଭାବେ ସେବା ଯୋଗାଇ ତାଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା କର୍ମଚାରୀଙ୍କ ସେବାର ମୂଳ ଲକ୍ଷ୍ୟ।
ସେହିପରି ଶ୍ରଦ୍ଧାଳୁମାନଙ୍କ ମନରେ ଧାର୍ମିକ ଚେତନା ଜାଗ୍ରତ କରିବା ଲକ୍ଷ୍ୟ ନେଇ ଆଦାନୀ ଗୃପ ଓ ଗୀତା ପ୍ରେସ ମିଳିତ ଭାବେ ଶ୍ରଦ୍ଧାଳୁମାନଙ୍କୁ ଭାଗବତ ଗୀତା ବହୁଳ ଭାବେ ବଣ୍ଟା ଯାଉଛି। ଗତ ଫେବୃୟାରୀ ୩ ତାରିଖ ଦିନ ବସନ୍ତ ପଞ୍ଚମୀ ସାହୀ ସ୍ନାନ ଅବସରରେ ସର୍ବାଧିକ ୩ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କୁ ଭୋଜନ ପରିବେଷଣ କରାଯାଇଥିଲା। ବିଶେଷଭାବେ ଦିବ୍ୟାଙ୍ଗ, ବୃଦ୍ଧ, ଛୋଟ ପିଲା ଓ ମହିଳାମାନଙ୍କ ଯାତାୟତ ପାଇଁ ଆଦାନୀ ଗୃପ ପକ୍ଷରୁ ବ୍ୟାଟେରି ଚାଳିତ ଯାନର ସୁବନ୍ଦୋବସ୍ତ କରାଯାଇଛି। ଦୁରଦୁରାନ୍ତରୁ ଆସୁଥିବା ଯାତ୍ରୀମାନଙ୍କୁ ଏହା ବହୁଳଭାବେ ସହାୟକ ହେଉଛି।
ଆଦାନୀ ଗୃପର ମହାକୁମ୍ଭ ମେଳାରେ ସ୍ଵେଛାକୃତ ଭାବେ ଯୋଗାଇଦେଉଥିବା ଏହି ସେବାକୁ ଶ୍ରଦ୍ଧାଳୁ ଓ ବିଭିନ୍ନ ସାଧୁ ସନ୍ଥ ପରିବାର ପ୍ରଶଂସା କରିଛନ୍ତି। ଏହି ମହାକୁମ୍ଭରେ ଆଦାନୀ ପରିବାରର ସହଭାଗିତା, ସମାଜସେବା ଓ ଧର୍ମ ପ୍ରତି ସମର୍ପଣ ଭାବନାର ଏକ ଉତ୍କୃଷ୍ଠ ଉଦାହରଣ ସୃଷ୍ଟି କରୁଛି ଯାହା ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରେରଣାଦାୟକ ସାବ୍ୟସ୍ତ ହୋଇପାରିଛି।
Also Read- OCS Results: ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶିତ
Also Read- ରାନି ପ୍ରିୟଦର୍ଶିନୀଙ୍କୁ ବୟସ ହେଲାଣି, ଏବେ ଅବସର ନେଇ ଭତ୍ତା ପାଆନ୍ତୁ - ନିଶା ମହାରଣା