Shani Gochar 2025: ନ୍ୟାୟର ଦେବତା ଶନିଦେବ ୩୦ ବର୍ଷ ପରେ ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହି ଚଳନ ସହିତ ଶନି ମୀନ ରାଶିରେ ମଧ୍ୟ ଉଦୟ ହେବେ। ସୂଚନାଯୋଗ୍ୟ, ସମସ୍ତ ନଅଟି ଗ୍ରହ ମଧ୍ୟରେ ଶନି ସବୁଠାରୁ କମ୍ ବେଗ ବା ଧୀର ଗତି କରିଥାନ୍ତି। ଏଥର ଶନି ନିଜ ରାଶି କୁମ୍ଭରୁ ବାହାରି ମାର୍ଚ୍ଚ ୨୯ରେ ମୀନ ରାଶିରେ ପ୍ରବେଶ କରିବେ। ଏହା ସହିତ ସେ ମାର୍ଚ୍ଚ ୨୯ ତାରିଖ ପୂର୍ବାହ୍ନ ୧୦ଟା ୩୭ମିନିଟରେ ମୀନ ରାଶିରେ ଉଦୟ ହେବେ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଫେବ୍ରୁଆରୀ ୨୮ତାରିଖରେ ଶନି କୁମ୍ଭ ରାଶିରେ ରହିବେ। ଏବେ ୩୦ ବର୍ଷ ପରେ ଶନିଦେବ ମୀନ ରାଶିରେ ଉଦୟ ହୋଇ ଅନେକ ରାଶିର ଭାଗ୍ୟ ଉଜ୍ଜ୍ୱଳ କରିବାକୁ ଯାଉଛନ୍ତି। ଆସନ୍ତୁ ଜାଣିବା ଶନିଙ୍କ ଉଦୟରୁ କେଉଁ ସବୁ ରାଶିକୁ ଲାଭ ମିଳିବାକୁ ଯାଉଛି।
Also Read: Budhaditya Yoga: କୁମ୍ଭ ରାଶିରେ ପ୍ରବେଶ କରିବେ ବୁଧ, ଧନଧାନ୍ୟରେ ଭରିଯିବ ୩ ରାଶିର ଭାଗ୍ୟ
ଏକାଦଶ ଘରେ ଶନି ଉଦୟ ହେବାକୁ ଯାଉଛନ୍ତି। ଏହି କ୍ଷେତ୍ରରେ ବୃଷ ରାଶିର ବ୍ୟକ୍ତିମାନେ ଧାର୍ମିକ ଓ ଦାନକାର୍ଯ୍ୟରେ ଅଧିକ ରୁଚି ରଖିବେ। ଏହାବ୍ୟତୀତ ଆରାମ ଓ ବିଳାସରେ ମଧ୍ୟ ବୃଦ୍ଧି ଘଟିବ। ଖାଲି ସେତିକି ନୁହେଁ ଏହି ସମୟରେ ଆପଣଙ୍କ ପରିବାରରେ ଅନେକ ଶୁଭ ଘଟଣା ମଧ୍ୟ ଘଟିବ । ଯଦି ଆପଣ ଦୀର୍ଘ ଦିନ ଧରି ନିଜ ପରିବାରରେ ବିବାହ କୁ ଅପେକ୍ଷା କରି ରହିଛନ୍ତି, ତେବେ ସେହି ବିବାହ ହେବାର ସମ୍ଭାବନା ଅଧିକ ରହିଛି । ବିଦ୍ୟାର୍ଥୀଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ସାବ୍ୟସ୍ତ ହେବ।
ଆପଣଙ୍କ ଦଶମ ଘରେ ଶନି ଉଦୟ ହେବା ସହିତ ଏହା ମିଥୁନ ରାଶିଙ୍କ ପାଇଁ ଶୁଭ ଫଳ ଆଣିବ । ଏହି ସମୟ ମଧ୍ୟରେ ଆପଣ ନିଜ ଇଚ୍ଛା ଅନୁଯାୟୀ ସଫଳତା ହାସଲ କରିବେ। ଏହାବ୍ୟତୀତ ଆପଣଙ୍କର ସାମାଜିକ ସ୍ଥିତି ରେ ଉନ୍ନତି ହେବ ଏବଂ ଆପଣଙ୍କୁ ଲୋକମାନଙ୍କଠାରୁ ବହୁତ ସମ୍ମାନ ମିଳିବ । ଏହା ସହିତ ଆପଣଙ୍କର ଆରାମ ବୃଦ୍ଧି ହେବା ସହ ଆପଣଙ୍କ ରୋଜଗାର ମଧ୍ୟ ବହୁତ ଭଲ ରହିବ । ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ପଦୋନ୍ନତିର ସମ୍ଭାବନା ରହିଛି। ଅଟକି ରହିଥିବା ପ୍ରକଳ୍ପ ଗୁଡ଼ିକରେ ମଧ୍ୟ ଆପଣ ଉଲ୍ଲେଖନୀୟ ଉନ୍ନତି ଦେଖିବେ। ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟରେ ଅଭିବୃଦ୍ଧି ଦେଖିବେ ଏବଂ ଉଚ୍ଚ ସଫଳତା ହାସଲ କରିବା ଜାରି ରଖିବେ ।
ଷଷ୍ଠ ଘରେ ଶନି ଉଦୟ ହେବାକୁ ଯାଉଛନ୍ତି। ଏପରି ସ୍ଥଳେ ତୁଳା ରାଶିର ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ରହିବ। ତୁଳା ରାଶିର ଲୋକଙ୍କୁ ହଠାତ୍ ଆର୍ଥିକ ଲାଭ ଓ ପଦୋନ୍ନତିର ସୁଯୋଗ ମିଳିବ। ଏହାବ୍ୟତୀତ ଏହି ସମୟରେ ବିଦେଶ ଯାତ୍ରାର ସଙ୍କେତ ମଧ୍ୟ ମିଳୁଛି । ଏହି ସମୟ ମଧ୍ୟରେ ଆପଣଙ୍କର ଜୀବନଶୈଳୀ ବହୁତ ଭଲ ରହିବ, ଅର୍ଥାତ୍ ଆପଣଙ୍କର ଆରାମ ଏବଂ ସୁବିଧାରେ ବୃଦ୍ଧି ଘଟିବ । ଏହି ସମୟ ମଧ୍ୟରେ ଆପଣ ଦୀର୍ଘ ଦିନ ଧରି ଯେଉଁ ସବୁ କାର୍ଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି ସେଥିରେ ସଫଳ ହେବେ।
ବିଛା ରାଶିର ପଞ୍ଚମ ଘରେ ଶନି ଉଦୟ ହେବାକୁ ଯାଉଛି। ଏହି କ୍ଷେତ୍ରରେ ଆପଣଙ୍କର ସମସ୍ତ ଯୋଜନାବଦ୍ଧ ପ୍ରୋଜେକ୍ଟ ସଫଳ ହେବ । ଏଥିସହିତ ଏହି ସମୟରେ ଆପଣଙ୍କ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବହୁତ ଭଲ ରହିବ। ତେବେ ଶନିଙ୍କ ସ୍ଥାନ ଯୋଗୁଁ କିଛି ସଂଘର୍ଷ ଓ ଅସୁବିଧା ହେବ, କିନ୍ତୁ ଏହା ସତ୍ତ୍ୱେ ଆପଣ ନିଜର ସମସ୍ତ ଦାୟିତ୍ୱକୁ ଭଲ ଭାବରେ ନିର୍ବାହ କରିବାରେ ସକ୍ଷମ ହେବେ । ଉପରିସ୍ଥ ଅଧିକାରୀଙ୍କ ସହ ଯୋଗାଯୋଗ ସ୍ଥାପନ କରିବେ। ଏହି ସମୟ ମଧ୍ୟରେ ଆପଣଙ୍କ ଆୟ ଦ୍ରୁତ ଗତିରେ ବୃଦ୍ଧି ପାଇବ ।
(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)
ट्रेन्डिंग फोटोज़