Advertisement
Photo Details/zeeodisha/odisha2636221
photoDetails0hindi

Ind Vs Eng ODI: ବାରବାଟୀକୁ ଜଗିବେ ୫୦ ପ୍ଲାଟୁନ ଫୋର୍ସ, ଏହି ଜିନିଷ ଭିତରକୁ ମନା

ଗ୍ରାଉଣ୍ଡକୁ ଚେସ୍ ବୋର୍ଡର ରୂପ ଦେବାକୁ କାମ ଚାଲିଛି। ଏଥିପାଇଁ ଆମେରିକାରୁ ଘାସ କଟିଂ ପାଇଁ ଏକ ସ୍ବତନ୍ତ୍ର ମେସିନ୍ ଅଣାଯାଇଛି ।

1/9

ବାରବାଟୀ ଦିନିକିଆ ପାଇଁ ୫୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ସୁରକ୍ଷା ବ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ।

2/9

ବାରବାଟୀ ଷ୍ଟାଡିୟମ ଭିତରକୁ ବୋତଲ ମନା କରାଯାଇଛି । ଦର୍ଶକମାନେ ଭିତରକୁ ପାଣି ବୋତଲ କିମ୍ୱା ଅନ୍ୟାନ୍ୟ ପାନୀୟ ବୋତଲ ନେଇପାରିବେ ନାହିଁ ।

3/9

ଅନ୍ୟପଟେ, ବାରବାଟୀ ଦିନିକିଆ ମ୍ୟାଚ୍ ପାଇଁ ଟିକେଟ କଳାବଜାରୀ ହେବାରେ ଲାଗିଛି । ଆଜି ୫ ଯୁବକଙ୍କୁ ଧରି ଅଟକ ରଖିଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । ଟିକେଟ ବିକିବା ପାଇଁ ଡିଲ୍ ହେଉଥିବା ସମୟରେ ସାଦା ପୋଷାକଧାରୀ ପୋଲିସ ଯୁବକଙ୍କୁ ଧରିଥିଲେ।

4/9

ଉକ୍ତ ଯୁବକମାନେ ୧୧ଶହ ଟଙ୍କିଆ ଟିକେଟକୁ ୬ରୁ ୭ ହଜାର ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ରହିଛି।

5/9

ଟିକେଟ କଳାବଜାରୀ ଅଭିଯୋଗରେ ଏପର୍ଯ୍ୟନ୍ତ ୪ଟି ମାମଲାରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ ।

6/9

ଏଥିସହ ମୋଟ ୨୫ଟି ଟିକେଟ ସହିତ ୩୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି ।

7/9

ଦରଘାବଜାର ଥାନାରେ ଗୋଟିଏ ମାମଲା ଥିବାବେଳେ ୩ଜଣ ଗିରଫ ହୋଇଛନ୍ତି । ସେହିପରି କ୍ୟାଣ୍ଟନମେଣ୍ଟ ଥାନାରେ ୩ ମାମଲା ଥିବାବେଳେ ୪ଜଣ ଗିରଫ ହୋଇଛନ୍ତି ।

8/9

ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଗୁରୁତ୍ବ ଦିଆଯାଇଛି । ଏୟାରପୋର୍ଟଠୁ ହୋଟେଲ୍ ଏବଂ ଶନିବାର ଅଭ୍ୟାସ ମ୍ୟାଚ୍ ସହିତ ରବିବାର ମୁକାବିଲା ପାଇଁ ସବୁ ପ୍ରକାରର ପ୍ରସ୍ତୁତି କରିଛି କମିଶନରେଟ୍ ପୋଲିସ ।

9/9

ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ସୂଚନା ଦେଇ କହିଛନ୍ତି ଯେ, ଖେଳାଳିମାନେ ଆସିବାଠାରୁ ହୋଟେଲରେ ରହିବା ଓ ମ୍ୟାଚ୍ ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଟ୍ରାଫିକ ପାଇଁ ଆଡଭାଇଜରି ଜାରି କରାଯାଇଛି । ଖେଳାଳି ଓ ଦର୍ଶକଙ୍କୁ ଷାଡିୟମ ପହଞ୍ଚିବାରେ ଯେଭଳି ଅସୁବିଧା ନ ହୁଏ ଗୁରୁତ୍ବ ଦିଆଯାଇଛି ।