Weather Latest Update: ଉତ୍ତର ପାକିସ୍ତାନ ଓ ସଂଲଗ୍ନ ଜମ୍ମୁରେ ସମୁଦ୍ରଠାରୁ ୩.୧ କିଲୋମିଟର ଉଚ୍ଚରେ ପଶ୍ଚିମା ବାୟୁ ରୂପେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଉତ୍ତର-ପଶ୍ଚିମ ଭାରତରେ ସମୁଦ୍ରଠାରୁ ୧୨.୬ କିଲୋମିଟର ଉଚ୍ଚରେ ସକ୍ରିୟ ଥିବା ଏହି ଜେଟ୍ ଷ୍ଟ୍ରିମ୍ ୧୨୫ ନଟ୍ ବେଗରେ ପବନ ବହିଛି। ଫଳରେ ଅରୁଣାଚଳପ୍ରଦେଶର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
Trending Photos
Weather Latest Update: ସମଗ୍ର ଦେଶରେ ଶୁଖିଲା ପାଗ ପୁଣି ଶୀତର ପ୍ରକୋପ ବଢ଼ାଇ ଦେଇଛି। ଦିଲ୍ଲୀ-ଏନସିଆରରେ ସୂର୍ଯ୍ୟ ଉଜ୍ଜ୍ୱଳ ଭାବେ ଚମକାଉଥିବା ବେଳେ ଦିନସାରା ପ୍ରବାହିତ ହେଉଥିବା ଥଣ୍ଡା ପବନ ଶରୀରକୁ ଥରାଇ ଦେଇଛି। ଆସନ୍ତାକାଲି ଅର୍ଥାତ୍ ଫେବ୍ରୁଆରୀ ୮ ତାରିଖରୁ ପଶ୍ଚିମା ବାୟୁ ସକ୍ରିୟ ହୋଇଛି। ଆସାମରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଥିବାରୁ ଆସାମ, ମେଘାଳୟ ଓ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ଉତ୍ତରାଖଣ୍ଡ ଏବଂ ଲଦାଖରେ ବର୍ଷା ଓ ତୁଷାରପାତ ହୋଇପାରେ। ଓଡ଼ିଶା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ କେନ୍ଦ୍ରୀୟ ଭାରତରେ କୁହୁଡ଼ି ଯୋଗୁଁ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ସେହିପରି ଆଜି ପାଇଁ କେନ୍ଦୁଝର, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଉତ୍ତର ପାକିସ୍ତାନ ଓ ଜମ୍ମୁ-କଶ୍ମୀର ଉପରେ ଏକ ଘୂର୍ଣ୍ଣିବଳୟ ଭାବେ ପଶ୍ଚିମାବାୟୁ ସକ୍ରିୟ ରହିଛି। ଫଳରେ ଦିଲ୍ଲୀ-ଏନସିଆର, ରାଜସ୍ଥାନ ଓ ହିମାଚଳ ପ୍ରଦେଶ ସମେତ ଉତ୍ତର ଭାରତରେ ଥଣ୍ଡା ପବନ ବହିବାରେ ଲାଗିଛି। ଏହି ବାୟୁ ଧୀରେ ଧୀରେ ପୂର୍ବ ଦିଗକୁ ଗତି କରୁଛି। ପଶ୍ଚିମ ଆଫଗାନିସ୍ତାନରେ ଏକ ଘୂର୍ଣ୍ଣିବଳୟ ଭାବେ ପଶ୍ଚିମା ବାୟୁ ଦେଖିବାକୁ ମିଳୁଛି। ଫଳରେ ଆସନ୍ତା ୮ ତାରିଖରେ ଅରୁଣାଚଳ ପ୍ରଦେଶ ଏବଂ ଉତ୍ତର-ପୂର୍ବ ଆସାମରେ ବିକ୍ଷିପ୍ତ ବର୍ଷା/ତୁଷାରପାତ ହେବାର ସମ୍ଭାବନା ରହିଛି।
ଫେବ୍ରୁଆରୀ ୧୨ ପର୍ଯ୍ୟନ୍ତ ତୁଷାରପାତ-ବର୍ଷା ସତର୍କ ସୂଚନା
ଭାରତୀୟ ପାଣିପାଗ ବିଭାଗ (IMD)ର ବୈଜ୍ଞାନିକ ସୋମା ରାୟ ପାଣିପାଗ ବୁଲେଟିନରେ କହିଛନ୍ତି ଯେ ବର୍ତ୍ତମାନର ପଶ୍ଚିମାବାୟୁ ଉତ୍ତର ପାକିସ୍ତାନ ଏବଂ ସଂପୃକ୍ତ ଟ୍ରଫ ଲାଇନ୍ ଉପରେ ସକ୍ରିୟ ଅଛି ଏବଂ ଧୀରେ ଧୀରେ ପୂର୍ବ ଦିଗକୁ ଗତି କରୁଛି। ପାକିସ୍ତାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ଉତ୍ତର-ପଶ୍ଚିମ ଭାରତରେ ତାପମାତ୍ରାରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ରାଜଧାନୀ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା -୨.୮ ଡିଗ୍ରୀ ସେଲସିୟସ ହ୍ରାସ ପାଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଉତ୍ତର ପାକିସ୍ତାନ ଓ ସଂଲଗ୍ନ ଜମ୍ମୁରେ ସମୁଦ୍ରଠାରୁ ୩.୧ କିଲୋମିଟର ଉଚ୍ଚରେ ପଶ୍ଚିମା ବାୟୁ ରୂପେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଉତ୍ତର-ପଶ୍ଚିମ ଭାରତରେ ସମୁଦ୍ରଠାରୁ ୧୨.୬ କିଲୋମିଟର ଉଚ୍ଚରେ ସକ୍ରିୟ ଥିବା ଏହି ଜେଟ୍ ଷ୍ଟ୍ରିମ୍ ୧୨୫ ନଟ୍ ବେଗରେ ପବନ ବହିଛି। ଫଳରେ ଅରୁଣାଚଳପ୍ରଦେଶର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ଘନ କୁହୁଡ଼ି ଓ ଶୀତ ଲହରୀ ପାଇଁ ସତର୍କ ସୂଚନା
ଫେବ୍ରୁଆରୀ ୮ତାରିଖରେ ପଶ୍ଚିମା ବାୟୁ ସକ୍ରିୟ ହେବା ପ୍ରଭାବରେ ଫେବ୍ରୁଆରୀ ୮ରୁ ୧୨ ତାରିଖ ମଧ୍ୟରେ ପଶ୍ଚିମ ହିମାଳୟ ଅଞ୍ଚଳରେ ବିକ୍ଷିପ୍ତ ବର୍ଷା ଓ ତୁଷାରପାତ ହେବାର ସମ୍ଭାବନା ରହିଛି। ୮ ତାରିଖ ସକାଳେ ହିମାଚଳ ପ୍ରଦେଶ ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଅନୁଭୂତ ହୋଇପାରେ। ହିମାଚଳ ପ୍ରଦେଶ ଓ ରାଜସ୍ଥାନର ବିଭିନ୍ନ ସ୍ଥାନରେ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି ।
ରାଜସ୍ଥାନର କିଛି ଅଞ୍ଚଳରେ ଥଣ୍ଡା ପବନ ମଧ୍ୟ ବଢ଼ିପାରେ। ଗୁରୁବାର ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ୨୩.୬ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ଫେବ୍ରୁଆରୀ ୭ ତାରିଖ ସକାଳେ ସର୍ବୋଚ୍ଚ ତାପମାତ୍ରା ୨୦.୦୨ ଡିଗ୍ରି ରହିଥିଲା। ଆର୍ଦ୍ରତା ୨୦% ଏବଂ ପବନର ବେଗ ଘଣ୍ଟା ପ୍ରତି ୨୦ କିଲୋମିଟର । ସୂର୍ଯ୍ୟ ସକାଳ ୭ଟା ୫ମିନିଟରେ ଉଦୟ ହୋଇ ସନ୍ଧ୍ୟା ୬ଟା ୦୪ରେ ଅସ୍ତ ହୋଇଛନ୍ତି।
Also Read: Odisha Block Office Recruitment: ବ୍ଲକ କାର୍ଯ୍ୟାଳୟରେ CEO ସହ ଆକାଉଣ୍ଟାଣ୍ଟ ପାଇଁ ବମ୍ପର ନିଯୁକ୍ତି
Also Read: Producer NK Chowdary Dies: ଜୀବନ ହାରିଲେ ସାଉଥ ଇଣ୍ଡଷ୍ଟ୍ରିର ଏହି ବଡ଼ ପ୍ରଡ୍ୟୁସର, କାରଣ ଅସ୍ପଷ୍ଟ