Guru Gochar 2025: ୨୦୨୫ ମସିହାରେ ମଇ ୧୪ ରେ ଦେବଗୁରୁ ବୃହସ୍ପତି ରାଶି ପରିବର୍ତ୍ତନ କରିବେ। ବୃଷ ରାଶିରୁ ବାହାରି ମିଥୁନରେ ଚଳନ କରିବେ ଦେବଗୁରୁ । ଆସନ୍ତୁ ଜାଣିବା ବୃହସ୍ପତିଙ୍କ ଚଳନରୁ କେଉଁ ରାଶିର ବ୍ୟକ୍ତି ଶୁଭଫଳ ପାଇବେ ।
ବୃହସ୍ପତିଙ୍କ ଗତି ପରିବର୍ତ୍ତନର ପ୍ରଭାବ ସମସ୍ତ ୧୨ଟି ରାଶିର ଜୀବନ ଉପରେ ଉଭୟ ଶୁଭ ଏବଂ ଅଶୁଭ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା ମଇ ମାସରେ କେଉଁ ସମୟରେ ବୃହସ୍ପତି ରାଶି ପରିବର୍ତ୍ତନ କରିବେ ଏବଂ କେଉଁ ରାଶି ଉପରେ ସକରାତ୍ମକ ପ୍ରଭାବ ପଡିବ ।
ଜ୍ୟୋତିଷଙ୍କ ଅନୁସାରେ, ୨୦୨୫ ମସିହା ମେ ୧୪ ତାରିଖ ସକାଳ ୧୧:୨୦ ସମୟରେ ବୃହସ୍ପତି ରାଶି ପରିବର୍ତ୍ତନ କରି ମିଥୁନରେ ଚଳନ କରିବେ। ଜ୍ୟୋତିଷ ଶାସ୍ତ୍ରରେ, ବୁଧ ଗ୍ରହକୁ ମିଥୁନ ରାଶିର କର୍ତ୍ତା ଭାବରେ ବିବେଚନା କରାଯାଏ ।
କର୍କଟ ରାଶି
ବୃହସ୍ପତିଙ୍କ ଚଳନର ସକାରାତ୍ମକ ପ୍ରଭାବ ଆପଣଙ୍କ ଉପରେ ରହିବ । ନୂତନ ଚାକିରି ଖୋଜୁଥିଲେ ଭଲ ସୁଯୋଗ ମିଳିବ। ବ୍ୟବସାୟରେ ପୁରୁଣା ନିବେଶରୁ ଅଧିକ ଲାଭ ପାଇବେ। ଅଧିକ ଲାଭ କାରଣରୁ ସହଜରେ ଋଣ ପରିଶୋଧ କରିପାରିବେ। ଦୀର୍ଘକାଳୀନ ରୋଗରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ।
କନ୍ୟା ରାଶି
୧୪ ମଇ ପରେ ଆପଣଙ୍କ ଜୀବନରେ ଖୁସି ଆସିବ। ବୃହସ୍ପତିଙ୍କ କୃପାରୁ ଛାତ୍ରଛାତ୍ରୀମାନେ ଶୁଭଫଳ ପାଇବେ । ପାଠପଢ଼ାରେ ମନୋନିବେଶ କରିବାରେ ସକ୍ଷମ ହେବେ । ଚାକିରି କ୍ଷେତ୍ରରେ ପଦୋନ୍ନତି ଏବଂ ଦରମା ବୃଦ୍ଧିର ସମ୍ଭାବନା ରହିଛି। କୌଣସି ବଡ଼ ପ୍ରୋଜେକ୍ଟରୁ ଅଧିକ ଲାଭ ପାଇବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ଭଲ ରହିବ।
ମୀନ ରାଶି
ଦେବ ଗୁରୁଙ୍କ ଆଶୀର୍ବାଦ ଆପଣଙ୍କ ପ୍ରତି ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବ। ପରିବାରରେ ଖୁସିର ଲହରି ରହିବ । କାହାସହ ମତଭେଦ ଥିଲେ ତାହା ଦୂର ହୋଇଯିବ। ଆଇଟି, ମାର୍କେଟିଂ, ସ୍ୱାସ୍ଥ୍ୟ, ଗଣମାଧ୍ୟମ, ପରିଚାଳନା ଏବଂ ଶିକ୍ଷା କ୍ଷେତ୍ର ସହିତ ଜଡିତ ବ୍ୟକ୍ତିଙ୍କ ଆୟ ବଢିବ । ଦୋକାନୀମାନେ ଅଟକି ରହିଥିବା ଟଙ୍କା ଫେରି ପାଇବେ। ସ୍ୱାସ୍ଥ୍ୟଗତ ସମସ୍ୟା ଏତେଟା ଦେଖାଯିବ ନାହିଁ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़