1-ପୁଣି ବାଂଲାଦେଶ ଅଶାନ୍ତ; ଶେଖ୍ ହାସିନାଙ୍କ ଭାଷଣକୁ ନେଇ ତୁମୁଳକାଣ୍ଡ। ଅନ୍ଲାଇନ୍ରେ ବିବାଦୀୟ ଭାଷଣକୁ ନେଇ ଟାର୍ଗେଟରେ ହାସିନା। ଶେଖ୍ ହାସିନାଙ୍କ ବାପା ମୁଜିବୁର ରେହମାନ୍ଙ୍କ ଘରେ ନିଆଁ ଲଗାଇଲେ ବିକ୍ଷୋଭକାରୀ। ଘରେ ପଶି ଭଙ୍ଗାରୁଜା କଲେ ହଜାର ହଜାର ଆନ୍ଦୋଳନକାରୀ। ହାସିନାଙ୍କ ଦଳ ଆୱାମୀ ଲିଗ୍ ବ୍ୟାନ୍ କରିବାକୁ ବିକ୍ଷୋଭକାରୀଙ୍କ ଦାବି। ଗତବର୍ଷ ଅଗଷ୍ଟ ୫ରେ ଢାକା ଛାଡ଼ି ପଳାୟନ କରିଛନ୍ତି ଶେଖ୍ ହସିନା।
2-ଆମେରିକାରେ ପୁଣି ୨ ବିମାନ ଧକ୍କା ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ୧୪୨ ଯାତ୍ରୀ। ସିଆଟେଲ୍-ଟାକୋମା ଏୟାରପୋର୍ଟ ରନ୍ୱେରେ ୨ ବିମାନ ଧକ୍କା। ଜାପାନ ଏୟାରଲାଇନ୍ସର ଜେଟ୍ ଓ ଡେଲ୍ଟା ଏୟାରଲାଇନ୍ସ ମଧ୍ୟରେ ଧକ୍କା ହୋଇଥିବା ସୂଚନା । ଦୁର୍ଘଟଣା ପାଇଁ କିଛି ସମୟ ବିମାନ ଉଡ଼ାଣକୁ ବାତିଲ କରାଯାଇଛି।
3-ଭୁବନେଶ୍ୱର ରାମ ମନ୍ଦିରରେ ନୂଆ ପୂଜକ ନିଯୁକ୍ତି ନେଇ ବିବାଦ। ଏହାକୁ ନେଇ ଦୀର୍ଘ ଦୁଇ ଘଣ୍ଟା ଧରି ବନ୍ଦ ରହିଲା ଦର୍ଶନ। ମନ୍ଦିରର ଏକ୍ଜିକ୍ୟୁଟିଭ ଅଫିସର ପ୍ରଶାନ୍ତ ପାଣି ଓ ପୂଜକଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା।
4-ମ୍ୟାନହୋଲରେ ପଡ଼ି ସଂକଟରେ କୁନି ଶିଶୁ। ୨ ବର୍ଷୀୟ ଶିଶୁ ପୁତ୍ରକୁ ଉଦ୍ଧାର କରିବା ପାଇଁ ପ୍ରାୟ ୪ ଘଣ୍ଟା ଧରି ଚାଲିଛି ଅପରେସନ୍। ଗୁଜରାଟ ସୁରତରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା ।
5- ଦିନ ତାପମାତ୍ରା ଉପରମୁହାଁ ହୋଇ ଚାଲିଛି। ବୁଧବାର ଦିନ ୧୦ ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଟପିଛି। ମାଲକାନଗିରି ଓ ବଲାଙ୍ଗୀରରେ ତାତି ସବୁଠୁ ଅଧିକ ୩୬ ଡିଗ୍ରୀ ରେକର୍ଡ଼ ହୋଇଛି। ଆସନ୍ତା ୪ ରୁ ୫ ଦିନ ଯାଏଁ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
6-ବହୁମୁଖୀ ସ୍ୱସ୍ଥ୍ୟକର୍ମୀ ନିଯୁକ୍ତି ଆଶାୟୀଙ୍କ ପାଇଁ ଆଶ୍ୱସ୍ତି । ଆସନ୍ତାକାଲି ୨ ହଜାର ୭୫୩ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
7-ମେଜର ଓ ବାନ୍ଧବୀଙ୍କୁ ଥାନାରେ ନିର୍ଯାତନା ମାମଲା । ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ତଦନ୍ତ ଶେଷ। ଫେବୃଆରୀ ୨୮ ସୁଦ୍ଧା ସରକାରଙ୍କୁ କମିଶନ ଦେବେ ରିପୋର୍ଟ।
8-ଦିଲ୍ଲୀ ଦଙ୍ଗଲରେ ଏଥର ସାଫ୍ ହେଉଛି କି ଆପ୍? ଅଧିକାଂଶ ଏକଜିଟ୍ ପୋଲ୍ ର ଆକଳନ କହୁଛି ଏଥର ଦିଲ୍ଲୀରେ ସରକାର ଗଢ଼ିବାକୁ ଯାଉଛି ବିଜେପି। ସେହିପରି ଏଥର ବି କଂଗ୍ରେସ୍ ଖାତା ଖୋଲିବା ସମ୍ଭାବନା କ୍ଷୀଣ।
9-ଆଜିଠୁ ଆହୁରି ଜମିବ ଖଣ୍ତଗିରି ମେଳା। କମ୍ପିବ ଯାତ୍ରା ପେଣ୍ତାଲ୍ । ୧୩ ତାରିଖ ପର୍ଯ୍ୟନ୍ତ ନାଟକ ପରିବେଷଣ କରିବେ ନାମୀଦାମୀ ଯାତ୍ରା ପାର୍ଟି।
10- ଆଜିଠୁ ଇଣ୍ତିଆ-ଇଂଲଣ୍ତ ଦିନିକିଆ ସିରିଜ୍। ନାଗପୁରରେ ଖେଳାଯିବ ପ୍ରଥମ ମ୍ୟାଚ୍। ଟି-20 ସିରିଜ୍ ବିଜୟ ଧାରା ଓ୍ବାନଡେ ରେ ବି ଜାରି ରଖିବା ଲକ୍ଷରେ ଭାରତ। ତେଣେ ବଦଲା ନେବା ମୁ଼ଡ୍ ରେ ଇଂଲଣ୍ତ। ଆସନ୍ତା ରବିବାର କଟକ -ବାରବାଟୀରେ ହେବ ଦ୍ବୀତିୟ ମ୍ୟାଚ୍।