Advertisement
Photo Details/zeeodisha/odisha2633858
photoDetails0hindi

Petrol Diesel Price Today: ନୂଆ ତୈଳ ଦର ଜାରି, ରାଜ୍ୟର ଏହି ସ୍ଥାନରେ ଖସିଲା ପେଟ୍ରୋଲ-ଡିଜେଲ ରେଟ୍

Petrol Diesel Price Today: ଆଜି ଫେବୃଆରୀ ୬ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ପ୍ରତ୍ୟକ ଦିନ ସକାଳ ୬ଟା ରେ ଦେଶର ନୂଆ ଦର ପ୍ରକାଶ ପାଇଥାଏ। ଗୁରୁବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦର ଲୋକଙ୍କ ଚିନ୍ତା ବଢାଇଛି। କିଛି ସ୍ଥାନରେ ଦର ବୃଦ୍ଧି ପାଇଥିବା ବେଳେ ଆଉ କିଛି ସ୍ଥାନରେ ଦର ସ୍ଥିର ରହିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?

 

2/6

ସେହିପରି  ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ୍ ଲିଟର ୧୦୧ ଟଙ୍କା ୧୧ ପଇସା ଥିବା ବେଳେ ଡିଜେଲ୍ ଲିଟର ୯୨ ଟଙ୍କା ୬୯ ପଇସା ରହିଛି।  ତେବେ, ପେଟ୍ରୋଲ୍ ଓ ଡିଜେଲ୍ ରେ ୧୮ ପଇସା ବୃଦ୍ଧି ପାଇଛି। 

 

3/6

କଟକରେ ପେଟ୍ରୋଲ୍ ଲିଟର ପିଛା ୧୦୧ ଟଙ୍କା ୪୮ ପଇସା ଥିବା ବେଳେ ଡିଜେଲ୍ ଲିଟର ପିଛା ୯୩ ଟଙ୍କା ୦୪ ପଇସା ରହିଛି।  ପେଟ୍ରୋଲ୍ ଓ ଡିଜେଲ୍ ଲିଟର ପିଛା ୨ ପଇସା ହ୍ରାସ ହୋଇଛି। 

 

4/6

ସେହିପରି ପଶ୍ଚିମ ଓଡି଼ଶାର ପ୍ରମୁଖ ସହର ସମ୍ବଲପୁରରେ ପେଟ୍ରୋଲ୍ ଲିଟର ପିଛା ୧୦୧ ଟଙ୍କା ୭୭ ପଇସା ଥିବା ବେଳେ ଡିଜେଲ୍ ଲିଟର ପିଛା ୯୩ ଟଙ୍କା ୩୪ ପଇସା ରହିଛି। ପେଟ୍ରୋଲ୍ ଓ ଡିଜେଲ୍ ରେ ୨୪ ଓ ୨୩ ପଇସା ବୃଦ୍ଧି ପାଇଛି। 

 

5/6

ଜଗନ୍ନାଥ ଧାମ୍ ପୁରୀରେ ପେଟ୍ରୋଲ୍ ଲିଟର ୧୦୧ ଟଙ୍କା ୫୦ ପଇସା ଥିବା ବେଳେ ଡିଜେଲ୍ ଦର ୯୩ ଟଙ୍କା୦୬ ପଇସା ରହିଛି। ପେଟ୍ରୋଲ୍ ଓ ଡିଜେଲ୍ ରେ ଲିଟର ପିଛା ୧୯ ଓ ୨୦ ପଇସା ବଢିଛି। 

 

6/6

ଆପଣ ଘରେ ବସି ଏପରି ଯାଞ୍ଚ କରିପାରିବେ ମୂଲ୍ୟ: ଆପଣ ନିଜ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସହଜରେ ଜାଣିପାରିବେ। ଏଥିପାଇଁ ତୌଳ ମାର୍କେଟିଂ କମ୍ପାନୀଗୁଡିକର ୱେବସାଇଟକୁ ଯିବାକୁ କିମ୍ବା ଏକ SMS ପଠାଇବାକୁ ପଡିବ। ଯଦି ଆପଣ ଜଣେ ଇଣ୍ଡିଆନ ଅଏଲ୍ ଗ୍ରାହକ ତେବେ ଆପଣ RSP ସହିତ 9224992249 ନମ୍ବରକୁ SMS ପଠାଇ ପାରିବେ ଏବଂ ଯଦି ଆପଣ ଜଣେ BPCL ଗ୍ରାହକ ତେବେ ଆପଣ RSP ଲେଖି 9223112222 ନମ୍ବରକୁ SMS ପଠାଇ ପାରିବେ । ଏହାପରେ ଆପଣଙ୍କୁ SMS ମାଧ୍ୟମରେ ଦର ବିଷୟରେ ସୂଚନା ମିଳିଯିବ।