Grah Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଫେବୃଆରୀ ଦ୍ବିତୀୟ ସପ୍ତାହ କିଛି ରାଶି ପାଇଁ ଖାସ୍ ହେବାକୁ ଯାଉଛି। କାହିଁକିନା, ଫେବୃଆରୀ ୭ ତାରିଖ ସକାଳ ୮ଟା ୪୬ ମିନିଟ୍ ସମୟରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଧନିଷ୍ଠା ନକ୍ଷତ୍ରକୁ ଚଳନ କରିବାକୁ ଥିବା ବେଳେ ସେହିଦିନ ସେହି ନକ୍ଷତ୍ରକୁ ମଙ୍ଗଳଙ୍କ ଶୁଭ ଚଳନ ହେବାକୁ ଥିବାରୁ ସଦାସ୍ତକ ଯୋଗ ସୃଷ୍ଟି କରୁଛି। ଏବଂ ଗ୍ରହମାନଙ୍କର ରାଜକୁମାର ବୁଧଙ୍କ ସେହି ଦିନ କୁମ୍ଭ ରାଶିକୁ ବିରାଜମାନ କରିବେ। ଫଳରେ ନବ ପଞ୍ଚମ ଯୋଗ ସୃଷ୍ଟି ହେଉଛି। ତିନି ଗ୍ରହଙ୍କ ରାଶି ଓ ନକ୍ଷତ୍ର ପରିବର୍ତ୍ତନ ରାଶିଚକ୍ରରେ ଥିବା ୧୨ ରାଶିଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବ। ଏହି ସମୟରେ କ୍ୟାରିୟରକୁ ନେଇ ଖୁସି ଖବର ମିଳିବା ସହିତ ବ୍ୟବସାୟରେ ଅପ୍ରତ୍ୟାଶିତ ସଫଳତା ପ୍ରାପ୍ତ ହେବ।। ତେବେ, ଆସନ୍ତୁ ଜାଣିବା ଆସନ୍ତା ୭ ତାରିଖରୁ କେଉଁ ସବୁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।...
ଧନୁ: ନବପଞ୍ଚମ ଓ ସଦାସ୍ତକ ଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। କର୍ମକ୍ଷେତ୍ରରୁ ମଧ୍ୟ ଶୁଭ ଫଳ ପାଇବେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ବାଣିଜ୍ୟ-ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ନିଜ ବ୍ୟବସାୟୀ ପ୍ରତିଦ୍ବନ୍ଦୀମାନଙ୍କୁ ପଛରେ ପକାଇବେ। ଆଶା ଠାରୁ ଅଧିକ ଲାଭ ମିଳିବ। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ନୂଆ ଘର କିଣିବାର ଆଶା ପୂରଣ ହେବ। ବ୍ୟାଙ୍କିଂ,ବୀମା, ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ସମୟ ପୂର୍ବରୁ ନିଜ ଟାର୍ଗେଟ୍ ପୂରଣ କରିବାରେ ବେଶ୍ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ଅବିବାହିତଙ୍କ ପାଇଁ ବିବାହର ଯୋଗ ଫିଟିବ। ପିତାମାତାଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ। ପ୍ରେମ ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହେବ। ସେୟାର ମାର୍କେଟ୍ ରୁ ଲାଭବାନ୍ ହେବେ।
ट्रेन्डिंग फोटोज़