India Vs Pakistan: ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ପାଇଁ ଅପେକ୍ଷାର ହେଲା ଅନ୍ତ; ୧୯ ଜୁଲାଇରେ ହେବ ମହାଯୁଦ୍ଧ!
Advertisement
Article Detail0/zeeodisha/odisha1784327

India Vs Pakistan: ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ପାଇଁ ଅପେକ୍ଷାର ହେଲା ଅନ୍ତ; ୧୯ ଜୁଲାଇରେ ହେବ ମହାଯୁଦ୍ଧ!

India Vs Pakistan: ଆଇସିସି ଦିନିକିଆ ବିଶ୍ୱକପ ଓ ଏସିଆ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ସମସ୍ତେ ଅପେକ୍ଷା କରିଛନ୍ତି । ଏହି ଦୁଇଟି ମ୍ୟାଚ୍ ସମାପ୍ତ ହେବା ପୂର୍ବରୁ ମଧ୍ୟ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚର ମଜା ଦେଖିବାକୁ ମିଳିବ । ୧୯ ଜୁଲାଇ ଅର୍ଥାତ ଆସନ୍ତା କାଲି ଏମର୍ଜିଙ୍ଗ ଏସିଆ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ମହାମୁକାବିଲା ହେବାକୁ ଯାଉଛି ।

ସୌ: ସୋସିଆଲ ମିଡିଆ

Emerging Asia Cup 2023: ଯେତେବେଳେ ବି ଭାରତ ଓ ପାକିସ୍ତାନ ଦଳ (India Vs Pakistan) ମଧ୍ୟରେ ମୁକାବିଲା ହୁଏ, ସେତେବେଳେ ଏହାର ରୋମାଞ୍ଚ ଭିନ୍ନ ରହିଥାଏ । ଆଇସିସି ODI ବିଶ୍ୱକପ (ICC ODI World Cup 2023) ଓ ଏସିଆ କପରେ (Asia Cup 2023) ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ସମସ୍ତେ ଅପେକ୍ଷା କରିଛନ୍ତି । କିନ୍ତୁ ଏହି ଦୁଇଟି ମ୍ୟାଚ୍ ହେବା ପୂର୍ବରୁ ମଧ୍ୟ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚର ମଜା ଦେଖିବାକୁ ମିଳିବ । ୧୯ ଜୁଲାଇ ଅର୍ଥାତ ଆସନ୍ତା କାଲି ଏମର୍ଜିଙ୍ଗ ଏସିଆ କପରେ ଭାରତ ଓ ପାକିସ୍ତାନ (IND vs PAK)ମଧ୍ୟରେ ଏକ ମହାମୁକାବିଲା ମ୍ୟାଚ୍ ହେବାକୁ ଯାଉଛି । ଏହି ମ୍ୟାଚର ବିଜେତା ଗ୍ରୁପ୍ ଶୀର୍ଷରେ ପହଞ୍ଚିବ । 

ଆଇସିସି ODI ବିଶ୍ୱକପ ଓ ଏହା ପୂର୍ବରୁ ଏସିଆ କପ୍‌ରେ ଭାରତ ଓ ପାକିସ୍ତାନ ଦଳ ମଧ୍ୟରେ ସଂଘର୍ଷକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ODI ବିଶ୍ୱକପ୍‌ର କାର୍ଯ୍ୟସୂଚୀ ବିଷୟରେ ପ୍ରଶଂସକମାନେ ଜାଣିଛନ୍ତି । ୧୫ ଅକ୍ଟୋବରରେ, ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ପାକିସ୍ତାନ ଦଳ ସହ ମୁହାଁମୁହିଁ ହେବାକୁ ଯାଉଛି । ଏସିଆର କାର୍ଯ୍ୟସୂଚୀ ମଧ୍ୟ ଆଉ କିଛି ଘଣ୍ଟା ମଧ୍ୟରେ ପ୍ରକାଶ ପାଇବ । ଏହି ଦୁଇଟି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ହେବାକୁ ଯାଉଛି ।

ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି ମହାମୁକାବିଲା
ଏମର୍ଜିଂ ଏସିଆ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଆସନ୍ତା କାଲି ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ଗ୍ରୁପ୍ ବିରେ ଅଛନ୍ତି । ୟୁଏଇ ଓ ନେପାଳକୁ ପରାସ୍ତ କରି ଟିମ୍ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିଥିବାବେଳେ, ପାକିସ୍ତାନ ମଧ୍ୟ ଏହି ଦୁଇ ଦଳ ବିପକ୍ଷରେ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି । ୧୯ ଜୁଲାଇ ଦିନ ଅପରାହ୍ନ ୨ ଟାରୁ ପାକିସ୍ତାନକୁ ବିରୁଦ୍ଧରେ ଲଢ଼େଇ କରିବାକୁ ଭାରତ ପଡିଆକୁ ଓହ୍ଲାଇବ ।

ଫର୍ମରେ ଅଛନ୍ତି ଉଭୟ ଭାରତ ଓ ପାକିସ୍ତାନ ଦଳ
ୟୁଏଇକୁ ୮ ୱିକେଟ୍ ଓ ନେପାଳକୁ ୯ ୱିକେଟରେ ପରାସ୍ତ କରି ଭାରତ କ୍ରମାଗତ ଦୁଇଟି ବିଜୟ ହାସଲ କରିଥିବାବେଳେ, ପାକିସ୍ତାନ ନେପାଳକୁ ୪ ୱିକେଟ୍ ଓ ୟୁଏଇକୁ ୧୮୪ ରନରେ ହରାଇଛି । ଉଭୟ ଦଳ ଏହି ସମୟରେ ୨ଟି ଲେଖାଏଁ ମ୍ୟାଚ୍ ଜିତି ସମାନ ପଏଣ୍ଟରେ ଅଛନ୍ତି । ଆସନ୍ତା କାଲିର ମ୍ୟାଚରେ ଯିଏ ଜିତିବ ସେ ଗ୍ରୁପରେ ଟପ୍ କରିବ ।

ଏହା ବି ପଢ଼ନ୍ତୁ: Ravichandran Ashwin: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟରେ ୧୨ ୱିକେଟ୍ ନେଇ ଇତିହାସ ରଚିଲେ ଅଶ୍ୱିନ୍, ଭାଙ୍ଗିଲେ ମୁରଲୀଧରନଙ୍କ ରେକର୍ଡ

ଏହା ବି ପଢନ୍ତୁ: India vs West Indies: ଅଶ୍ୱନିଙ୍କ ପୂର୍ବରୁ ପିତା-ପୁତ୍ରଙ୍କୁ ଆଉଟ୍ କରି ସାରିଛନ୍ତି ଏସବୁ ବୋଲର, ଜଣେ ପାକିସ୍ତାନୀ ମଧ୍ୟ ସାମିଲ, ଦେଖନ୍ତୁ ଲିଷ୍ଟ