କଂଗ୍ରେସ ଦଳର ନୀତି ଓ ଆଦର୍ଶ ପ୍ରତି ଆସ୍ଥା ପ୍ରକଟ କରି ଯୋଗଦାନ କରିବାକୁ ଇଚ୍ଛୁକ ସେମାନଙ୍କୁ କଂଗ୍ରେସ ଦଳ ତରଫରୁ ସମ୍ମାନର ସହ ସ୍ୱାଗତ କରାଯିବ ।
Trending Photos
ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟି ଓଡ଼ିଶା ପକ୍ଷରୁ ଆଜି ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ ସୂଚନା ଦିଆଯାଇଛି ଯେ, ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଲମ୍ୱନ ବା ବହିଷ୍କାର କରାଯାଇଥିଲା ତାହାକୁ ପ୍ରତ୍ୟାହାର କରି ଦିଆଗଲା । ବିଭିନ୍ନ ସମୟରେ କୌଣସି ନା କୌଣସି କାରଣରୁ ଯେଉଁମାନେ ଦଳ ଛାଡି ଚାଲି ଯାଇଛନ୍ତି ସେମାନେ ପୁନର୍ବାର କଂଗ୍ରେସ ଦଳକୁ ଫେରି ଆସିବାକୁ ନିବେଦନ କରୁଛୁ । ଯଦି ସେମାନେ କଂଗ୍ରେସ ଦଳର ନୀତି ଓ ଆଦର୍ଶ ପ୍ରତି ଆସ୍ଥା ପ୍ରକଟ କରି ଯୋଗଦାନ କରିବାକୁ ଇଚ୍ଛୁକ ସେମାନଙ୍କୁ କଂଗ୍ରେସ ଦଳ ତରଫରୁ ସମ୍ମାନର ସହ ସ୍ୱାଗତ କରାଯିବ ।
ଆପଣଙ୍କୁ କହିରଖୁଛୁ ଯେ, ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କୁ ମଧ୍ୟ ନିର୍ବାଚନ ସମୟରେ ଦଳରୁ ନିଲମ୍ୱିତ କରାଯାଇଥିଲା । ପୁଅ ମନ୍ମଥ ବିଜେଡିରୁ ଟିକେଟ ପାଇ ଭୁବନେଶ୍ୱରରେ ନିର୍ବାଚନ ଲଢୁଥିବା ସମୟରେ ସୁର ମଧ୍ୟ ନିଜ ପୁଅ ପାଇଁ ପ୍ରଚାର କରୁଥିଲେ । ଫଳ ସ୍ୱରୁପ ସୁରଙ୍କ ଉପରେ କଂଗ୍ରେସ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ତେବେ ସୁର ଗଣମାଧ୍ୟରେ କହିଥିଲେ ଯେ, ମୁଁ କଂଗ୍ରେସ ନେତା ନୁହେଁ ବରଂ ଜଣେ ବାପା ହିସାବରେ ପୁଅକୁ ସମର୍ଥନ କରି ପ୍ରଚାର କରୁଥିଲେ । କଂଗ୍ରେସର କାର୍ଯ୍ୟାନୁଷ୍ଠାନ ପରେ ସୁର କହିଥିଲେ ଯେ ଖାତିର 'ନାହିଁ' । ତେବେ ୨ପୁଅ ମନ୍ମଥ ଏବଂ ସିଦ୍ଧାର୍ଥଙ୍କ ପରାଜୟ ଖବର ଶୁଣି ସୁର ସାମାନ୍ୟ ଭାଙ୍ଗିପଡିଥିଲେ । କିଛି ଦିନ ତଳେ ପାରିବାରିକ ଯୁଦ୍ଧ ସମ୍ପର୍କରେ ମଧ୍ୟ ଚର୍ଚ୍ଚା ଆଲୋଚନା ସାମ୍ନାକୁ ଆସିଥିଲା ।
ଯେଉଁ ପୁଅଙ୍କ ପାଇଁ କଂଗ୍ରେସରୁ ଅବସର ନେଇଥିଲେ, ନିଜ ରାଜନୈତିକ କ୍ୟାରିୟରକୁ ନିଜ ହାତରେ ବର୍ବାଦ କରିଦେଇଥିଲେ ଆଜି ସେହି ପୁଅମାନଙ୍କ ମୁହଁକୁ ଚାହୁଁ ନାହାଁନ୍ତି ବୋଲି ସୁର ବୟାନ ଦେଇଥିଲେ । ନିଜ ପୁଅଙ୍କ ବିଷୟରେ ଏପରି କଥା ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା। ଦୁଇ ପୁଅଙ୍କ ଭିତିରି କଳି ଦାଣ୍ଡକୁ ଆସିବା ପରେ ବି ଚୁପ୍ ରହିଥିଲେ ସୁର ରାଉତରାୟ। ହେଲେ ହଠାତ୍ ଏଭଳି ଏକ ମନ୍ତବ୍ୟ ସୋସିଆଲ ମିଡ଼ିଆରେ ହଇଚଇ ସୃଷ୍ଟି କରିଥିଲା ।
ସୁର କହିଥିଲେ ଯେ, ମୁଁ ଦୁଇ ପୁଅଙ୍କ ମୁହଁକୁ ଚାହୁଁନି। କାରଣ ଘରେ ସେମାନଙ୍କ ମଧ୍ୟରେ ଯେଉଁ ଭଳି ଆଚରଣ ଦେଖୁଛି ତାହା ବରଦାସ୍ତ ବାହାରେ। ସେ ଏହା ମଧ୍ୟ କହିଛନ୍ତି, ପୁଅଙ୍କ କଳି ପାଇଁ ତାଙ୍କ ରାଜନୈତିକ କ୍ୟାରିୟରରେ ଦାଗ ଲାଗିଛି । ଡାଇନିଂରେ ଏକାଠି ଡିନର କରୁଥିଲେ ବି କେହି କାହା ମୁହଁକୁ ଚାହୁଁନାହାନ୍ତି ।
ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଗଣମାଧ୍ୟମ ସମ୍ମୁଖରେ ନିଜ ବଡ଼ ଭାଈଙ୍କୁ କଟାକ୍ଷ କରି ମନ୍ତବ୍ୟ ରଖିଥିଲେ । ତେବେ ସେ କୌଣସି ବି ସ୍ଥାନରେ ତାଙ୍କ ଭାଇଙ୍କ ନାମ ନେଇଥିଲେ । ମନ୍ନଥ କହି ଥିଲେ, ସୁର ରାଉତରାୟଙ୍କ ଘରେ ଜଣେ ବ୍ୟକ୍ତି ଅଛନ୍ତି, ଯିଏ ବାରମ୍ବାର ନବୀନ ଓ ପାଣ୍ଡିଆନଙ୍କୁ ଗାଳି କରୁଛନ୍ତି । ଦିନେ ସେହି ବ୍ୟକ୍ତି ବାରମ୍ବାର ଯାଇକି ନବୀନ ଓ ପାଣ୍ଡିଆନଙ୍କୁ ଦେଖା କରୁଥିଲେ। ସେତେବେଳେ ପାଣ୍ଡିଆନ ଓ ନବୀନ ବାବୁ ଭଲ ଲାଗୁଥିଲେ, ଯେତେବେଳେ ରିଜେକ୍ଟ ହୋଇଗଲେ, ଏବେ ସେ ଗାଳି କରୁଛନ୍ତି।
ମନ୍ମଥ ତାଙ୍କ ବ୍ୟକ୍ତିଗତ ଜୀବନକୁ ବି ଆକ୍ଷେପ କରି କହିଥିଲେ ଯେ, ସେ ଯଦି ଓଡ଼ିଶାକୁ ଏତେ ଭଲ ପାଉଥିଲେ, ତେବେ ସେ ୧୮ ବର୍ଷ ଆମେରିକାରେ କ’ଣ କରୁଥିଲେ? ଏଠି ମାଆ ବାପାଙ୍କୁ ଛାଡ଼ି ସେଠି କ’ଣ କରୁଥିଲେ। ଏଠି ବାପା ମାଆଙ୍କ ସମ୍ପତ୍ତିକୁ ବ୍ୟବହାର କରି କି ସେଠି କ’ଣ କରୁଥିଲେ? ତାଙ୍କ ପିଲାମାନେ ଆମେରିକାର ପାସପୋର୍ଟରେ କାହିଁକି ଅଛନ୍ତି ? ଆପଣ ଯଦି ଓଡ଼ିଶାକୁ ଭଲପାଉଛନ୍ତି, ତାହାହେଲେ କାହିଁକି ଆପଣଙ୍କ ପିଲା ଭାରତୀୟ ପାସପୋର୍ଟରେ ନାହାନ୍ତି ? ଆମେ ତ ଆମ ମାଟିକୁ ଛାଡିନୁ ? ସେ ଭାବୁଥିଲେ, ସ୍ପୋଟ୍ସକୁ ବ୍ୟବହାର କରି ଲୋକଙ୍କ ସେବା ନ କରି, କୌଣସି କାର୍ଯ୍ୟ ନ କରି କେମିତି ମୁଁ ଗୋଟିଏ ନେତା ହୋଇଯିବି ? କିପରି ସୁର ରାଉତରାୟଙ୍କ ନାଁ ନେଇ ୨ବଡ଼ ଦଳରେ ଟିକେଟ ପାଇଯିବି ? ଯେହେତୁ କିଛି ପାଇଲେନି, ସେଥିପାଇଁ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ଗାଳି କରୁଛନ୍ତି ।
ସାନ ଭାଇ ମନ୍ମଥ ରାଉତରାୟଙ୍କୁ ଜବାବ ଦେଇ ବଡ ଭାଇ ସିଦ୍ଧାର୍ଥ ରାଉତରାୟ କହିଥିଲେ, ସୁର ରାଉତରାୟଙ୍କ ଭୁଲ୍ ନିଷ୍ପତ୍ତି ପାଇଁ ଆମ ଆମ ରାଜନୈତିକ ଭବିଷ୍ୟତ ବର୍ବାଦ ହୋଇଗଲା । ଆମ ଘର ବର୍ବାଦ ହେବାର ମୂଳ କାରଣ ହେଉଛନ୍ତି ଆମ ବାପା। ଯାହାଙ୍କ ପାଇଁ ଖାଲିଯେ ଆମ ରାଜନୈତିକ କ୍ୟାରିୟରର ଅନ୍ତ ହୋଇନାହିଁ, ଆମର ଇଜ୍ଜତ ମଧ୍ଯ ମାଟିରେ ମିଶି ଯାଇଛି। ମନ୍ମଥ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ସେ କହିଥିଲେ "କେତେବାଟ ସେ ଯାଉଛି ଯାଉ ପାଣ୍ଡିଆନ ଆଉ ନବୀନ ପଟ୍ଟନାୟକଙ୍କ ଲୋଭରେ, ସମୟ ଆସିଲେ ନିଶ୍ଚିତ ବୁଝିବ। କେବଳ ପଲିଟିକ୍ସ ଆଉ ଡିଲ୍ କରି ବଡ଼ ବଡ଼ ନେତାଙ୍କୁ ବଳି ପକେଇ ଦେବା ପାଣ୍ଡିଆନଙ୍କର ଏସବୁ ଚାଲ୍। ପାଣ୍ଡିଆନ୍ ଆଜି ନିଜ ଚାଲଖିରେ ନିଜେ ଫସିଛନ୍ତି। ତାଙ୍କୁ ଯଦି ଗୁରୁ କରିବ ତମେ ବି ଫସିବ। ଆଇସେକସକୁ ସଂଗ୍ରହାଳୟରେ ଲଗେଇବାକୁ ମୁଁ ଦେବା ପାଇଁ ଯାଇଥିଲି। ୭ ମହାଦେଶରେ ଜଗନ୍ନାଥଙ୍କ ପତାକା ଲାଗିଥିଲା ସେଥିରେ। ଏଡେ ବଡ଼ ଜିନିଷ ଇତିହାସରେ ଆଜି ପର୍ଯ୍ୟନ୍ତ ହୋଇନାହିଁ । ତାହାକୁ ନଦେଖେଇ ସେ ବାହାରେ କହିଲେ କି ମୁଁ ତାଙ୍କୁ ଟିକେଟ୍ ମାଗିବାକୁ ଯାଇଥିଲି"। ଆମେରିକାରେ ପାଣ୍ଡିଆନଙ୍କ ସହ ଦେଖାହେବା କଥାରେ ସେ କହିଛନ୍ତି "ଆମେରିକାରେ ପାଣ୍ଡିଆନଙ୍କୁ ମୁଁ କହିଲି ତମେ ଏ ଯୋଉ କଳିଙ୍ଗ ଷ୍ଟୋରୀ କହୁଛ ତାକୁ ବନ୍ଦ କର, ଆଉ ଯଦି ଦମ୍ ଅଛି ଓଡ଼ିଶାକୁ କଳିଙ୍ଗ ବୋଲି ଘୋଷଣା କର"।
Also Read- Jio Plan: ଜିଓ ଗ୍ରାହକଙ୍କ ପାଇଁ ବଡ଼ ସୂଚନା, ଜାଣନ୍ତୁ ୫ଟି ଶସ୍ତା ପ୍ଲାନ୍
Also Read- ବ୍ୟାଙ୍କ ମିତ୍ର ଏବଂ ପ୍ରାଣୀ ମିତ୍ରଙ୍କୁ ଦରମା ଦେବେ ସରକାର