୨୦ ରୁ ୨୩ ତାରିଖ ଯାଏଁ ଉତ୍ତର ଓଡି଼ଶାରେ ବିଜୁଳି ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ୪ଦିନ ଭଦ୍ରକ, ବାଲେଶ୍ବର ଓ ମୟୂରଭଂଜରେ ହାରାହାରି ୯୦ କିମି ପର୍ଯ୍ୟନ୍ତ ବର୍ଷା ହେବ।
ସେହିପରି ୨୦ରେ ଭଦ୍ରକ, ବାଲେଶ୍ବର ଓ ମୟୂରଭଂଜର ବିସ୍ତୁତ ଅଞ୍ଚଳରେ ୨୦ ରୁ ୨୫ ମିମି ବର୍ଷା ସମ୍ଭାବନା ଅଛି। ଢେଙ୍କାନାଳ, କେନ୍ଦୁଝର ଓ ଯାଜପୁରରେ ୧୦ ରୁ ୨୦ ମିମି ବର୍ଷା ହୋଇପାରେ।
୨୧ ତାରିଖରେ ବର୍ଷା କମିବ। ୨୨ ତାରିଖରେ ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡାର ବିସ୍ତୁତ ଅଂଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୨୩ ତାରିଖ ପରେ ବର୍ଷା ଛାଡିଯିବ।
ट्रेन्डिंग फोटोज़