Horoscope Today 19 February 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଫେବୃଆରୀ ୧୯ ହେଉଛି ବୁଧବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
ମେଷ- ଆଜିର ଦିନଟି ଶୁଭ ରହିବ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ନିଜ ପରାକ୍ରମ ବଳରେ ଶତ୍ରୁଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ। ପରିବାରରେ ସୁଖ ଶାନ୍ତି ଲାଗି ରହିବ। ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ । କାର୍ଯ୍ୟ କ୍ଷେତ୍ରରେ ବିଶେଷ ସହାୟତା ମିଳିବ। ବନ୍ଧୁ ମିଳନର ଯୋଗ ରହିଛି ।
ALSO READ: Rahu Budh Yuti 2025: ଫେବୃଆରୀ ଶେଷରେ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ଖୁସି ଖବର ସହ ହେବ ଟଙ୍କା ବର୍ଷା
କର୍କଟ- ନିବେଶ ପାଇଁ ଦିନଟି ଭଲ ରହିଛି । ଅଦରକାରୀ କାର୍ଯ୍ୟକଳାପରେ ଆପଣଙ୍କର ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ । ନିଷ୍ପତ୍ତି ଉପରେ ଉପଯୁକ୍ତ ଧ୍ୟାନ ଦିଅନ୍ତୁ। ଦିନଟିରେ ଶତ୍ରୁଙ୍କ ଭୟ ରହିବ।
ବିଛା- କର୍ମ କ୍ଷେତ୍ରରେ କିଛି ଲାଭ ଦାୟକ ପ୍ରୟାସ କରିବେ । ବ୍ୟବସାୟୀଙ୍କ ପାଇଁ ରୋଜଗାରର ନୂଆ ପନ୍ଥା ଦେଖାଯିବ। ଗୃହରେ ସୁଖ ସମ୍ମାନ ପ୍ରାପ୍ତି ହେବ। ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ମନୋନିବେଶ କରିବେ ।
ट्रेन्डिंग फोटोज़