Top 10 News Headlines: KIIT ମାମଲାରେ ମଙ୍ଗଳବାର ଦିନ ତିନି ଜଣ ଅଫିସ୍ କର୍ମଚାରୀ ଏବଂ ଦୁଇ ଜଣ ସୁରକ୍ଷାକର୍ମୀ ସମେତ ପାଞ୍ଚ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି। । ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 18 February 2025: H1. Odisha govt constitutes high-level fact-finding committee: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (KIIT)ର ହଷ୍ଟେଲରେ ଜଣେ ନେପାଳୀ ଛାତ୍ରଙ୍କ ଆତ୍ମହତ୍ୟା ମାମଲା ଏକ ଚର୍ଚ୍ଚାର ବିଷୟ ପାଲଟିଛି। ମଙ୍ଗଳବାର ଦିନ ବିରୋଧୀ ଦଳ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ। ଏହି ସମୟରେ ଓଡ଼ିଶା ସରକାର ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠନ କରିଛନ୍ତି। ଯେଉଁଥିରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଏବଂ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଅନ୍ତର୍ଭୁକ୍ତ ଅଛନ୍ତି।
H2. 5 Odisha KIIT university staffers arrested: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (KIIT)ରେ ଜଣେ ନେପାଳୀ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗକୁ ନେଇ ପ୍ରଦର୍ଶନ ଲାଗତାର ଜାରି ହୋଇଛି। ଏହି ମାମଲାରେ ମଙ୍ଗଳବାର ଦିନ ତିନି ଜଣ ଅଫିସ୍ କର୍ମଚାରୀ ଏବଂ ଦୁଇ ଜଣ ସୁରକ୍ଷାକର୍ମୀ ସମେତ ପାଞ୍ଚ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଏହି ଘଟଣା ପାଇଁ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସେଲର କ୍ଷମା ପ୍ରାର୍ଥନା କରିଛନ୍ତି।
H3. Subhadra Plus Announced: ଏଣିକି ଗରିବ ଘରେ ଝିଅ ବାହାଘର ଚିନ୍ତା ରହିବ ନାହିଁ। ସରକାର ଏହି ବାହାଘର ଖର୍ଚ୍ଚ ଉଠାଇବେ। ଖାଲି ସେତିକି ନୁହେଁ ବାହାଘର ପରେ ଉପହାର ବି ସରକାର ଦସେବେ। ଏଥିଲାଗି ସରକାର ୧୨ କୋଟି ଟଙ୍କା ବଜେଟ୍ ବ୍ୟବସ୍ଥା କରିଛନ୍ତି। ମୋହନ ମାଝିଙ୍କ ଦ୍ୱିତୀୟ ବଜେଟରେ ସାମାଜିକ ମଙ୍ଗଳର ଏକ ନୂତନ ଦିଗ ଉନ୍ମୋଚିତ ହୋଇଛି।
H4. Odisha Govt spent 6 Crore Rupees to buy Mosquito repellent: ରାଜ୍ୟ ସରକାର ବିଭିନ୍ନ ପୌରାଞ୍ଚଳରେ ମଶାଙ୍କ ସହ ଲଢ଼ିବାକୁ ଗତ ୯ ମାସରେ ୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଅର୍ଥ କେବଳ ମଶା ତେଲ କିଣାରେ ମୋହନ ମାଝିଙ୍କ ସରକାର ଖର୍ଚ୍ଚ କରିଛନ୍ତି। ପୁଣି କିଛି ପୌରାଞ୍ଚଳରେ ମଶା ତେଲ ଓଡ଼ିଶା ଔଷଧ ନିଗମ ବା ସମ୍ପୃକ୍ତ ସିଡିଏମ୍ଓେ କିଣିଥାଆନ୍ତି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି।
H5. New CEC Gyanesh Kumar: ପୂର୍ବତନ ରେଜିଷ୍ଟ୍ରାଲ୍ ଜେନେରାଲ ଓ ଜନସଂଖ୍ୟା କମିଶନର ତଥା ୧୯୮୯ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଜ୍ଞାନେଶ କୁମାରଙ୍କୁ ନୂତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତ କରାଯାଇଛି। ସେ ଆଜିଠାରୁ ଦାୟିତ୍ୱ ଗ୍ରହଣ କରିବେ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ତାଙ୍କୁ ନିର୍ତବାଚନ ଆୟୁକ୍ତ ପଦବୀ ଲାଗି ନୁଯୁକ୍ତ କରିଛନ୍ତି
H6. CBI Raid on IAS Bishnupada sethi’s House: ଓଡ଼ିଶା ସରକାରଙ୍କ ଅଧିନରେ ଦାୟିତ୍ୱ ବିହୀନ ସ୍ୱତନ୍ତ୍ର ଅଧିକାରୀ ଭାବେ କାର୍ଯ୍ୟରତ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢ଼ାଉ କରିଛି। ଆଜି ସକାଳେ ଏକ ସ୍ୱତନ୍ତ୍ରୀ ୮ ଜଣିଆ ଦଳ ତାଙ୍କୁ ପଚରା ଉଚୁରା କରୁଥିବା ସୂଚନା ମିଳିଛି। ଦୁଇମାସ ତଳେ ବ୍ରିଜ୍ ଓ ରୁଫ୍ କମ୍ପାନୀର ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶକଙ୍କୁ ଲାଞ୍ଚ କାରବାରରେ ତାଙ୍କ ସମ୍ପୃକ୍ତିକୁ ନେଇ ଚର୍ଚ୍ଚା ହୋଇଥିଲା।
H7. Supreme Court slams Ranveer Allahabadia: ଏକ ୟୁଟ୍ୟୁବ୍ ଶୋ’ରେ ରଣବୀର ଆଲ୍ଲାବାଦିଆ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ୟୁଟ୍ୟୁବ୍ ପ୍ଲାଟଫର୍ମରେ ପ୍ରସାରିତ ଅଶ୍ଳୀଳତା ସମ୍ପର୍କରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ପଚାରିଥିଲେ ଯେ ସେ YouTube ରେ ପ୍ରସାରିତ ଅଶ୍ଳୀଳ ବିଷୟବସ୍ତୁ ବିଷୟରେ କିଛି କରିବାକୁ ଚାହାଁନ୍ତି କି?
H8. CM Mamata Banerjee On Maha Kumbh: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବାଦୀୟ ବୟାନ ଦେଇଛନ୍ତି। ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରି ସେ ବେଙ୍ଗଲ ବିଧାନସଭାରେ କହିଛନ୍ଚି ଯେ ମହାକୁମ୍ଭ ଏବେ 'ମୃତ୍ୟୁ କୁମ୍ଭ'ରେ ପରିଣତ ହୋଇଛି।
H9. Qatar Emir meets PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କାତାର ଆମୀର ଶେଖ୍ ତାମିମ୍ ବିନ୍ ହମାଦ୍ ଅଲ୍-ସାନିଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ଏକ ଚୁକ୍ତିନାମା ହୋଇଛି। ଦୁଇ ନେତା ଭାରତ-କତାର ସମ୍ପର୍କକୁ ଏକ ରଣନୈତିକ ସହଭାଗୀତା ସ୍ତରକୁ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ଶକ୍ତି ଏବଂ ଲୋକ-ଲୋକ ସମ୍ପର୍କ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା।
H10. Morne Morkel exits India camp: ପାରିବାରିକ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ମୋର୍କେଲଙ୍କୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଘରକୁ ଫେରିବାକୁ ପଡିଛି। ଭାରତୀୟ ବୋଲିଂ ଆକ୍ରମଣକୁ ମାର୍ଗଦର୍ଶନ କରିବାରେ ମୋର୍କେଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଷ୍ଟାର ଦ୍ରୁତ ବୋଲର ଜସପ୍ରିତ ବୁମରାହଙ୍କୁ ପୂର୍ବରୁ ଦଳରେ ସାମିଲ କରାଯାଇ ନାହିଁ।