Malavya Rajyog 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଆଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ରାଜ କୁମାର ବୁଧ ଫେବୃଆରୀ ୨୭ ତାରିଖ ଦିନ କୁମ୍ଭ ରାଶି ଛାଡି ମୀନ ରାଶିକୁ ଚଳନ କରିବେ। ଏବଂ ସେହି ରାଶିକୁ ତା ପରଦିନ ସକାଳ ୬ଟା ୪୦ ମିନିଟ୍ ସମୟରେ ଦେବଗୁରୁ ବୃହସ୍ପତିଙ୍କ ଗୋଚର ହେବ। ଗୋଟିଏ ରାଶିରେ ୨ ଗ୍ରହଙ୍କ ମିଳନ ଦୁର୍ଲଭ ଯୋଗ ବା ମାଲବ୍ୟ ରାଜଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ଯୋଗ କିଛି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଯଦି ଜାତକରେ ବୁଧ ଓ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ରହିବ। ତେବେ, ବ୍ୟକ୍ତି ଜୀବନରେ ଧନ-ଐଶ୍ବର୍ଯ୍ୟ ପ୍ରାପ୍ତ କରିବା ସହିତ କ୍ୟାରିୟରରେ ଅଗ୍ରଗତି କରିଥାଏ। ଆଉ ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ମାଲବ୍ୟ ରାଜଯୋଗ କେଉଁ ରାଶିକୁ ମାଲାମାଲ୍ କରିବାକୁ ଯାଇଛି।...
ALSO READ: ଓଡି଼ଶା ଛାଡି଼ କାହିଁକି ବେଙ୍ଗାଲୁରୁରେ ପହଞ୍ଚିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଜାଣନ୍ତୁ
ALSO READ:Today Horoscope: ଆଜି କନ୍ୟା-ମକର ସହ ସତର୍କ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି କଟିବ ବୁଧବାର?
ମିଥୁନ: ମାଲବ୍ୟ ରାଜଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ଆର୍ଥିକ ଦୃଷ୍ଟିକୋଣରୁ ଲାଭବାନ୍ ହେବେ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ଚାକିରି କରୁଥିବା ଲୋକଙ୍କ ପଦୋନ୍ନତି ହେବା ସହିତ ଦରମା ବଢିବ। ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ କରିପାରବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ବିଦେଶର ଚାଲିଥିବା ବାଣିଜ୍ୟ ବ୍ୟବସାୟରେ ପ୍ରଚୁର ଲାଭ ମିଳିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସଫଳ ହେବେ।
ट्रेन्डिंग फोटोज़