Jagadish Shettar: ବର୍ଷେ ଭିତରେ ଜଗଦୀଶ ଶେଟ୍ଟାରଙ୍କ ଘର ବାହୁଡ଼ା
Advertisement
Article Detail0/zeeodisha/odisha2078248

Jagadish Shettar: ବର୍ଷେ ଭିତରେ ଜଗଦୀଶ ଶେଟ୍ଟାରଙ୍କ ଘର ବାହୁଡ଼ା

Jagadish Shettar return to BJP:  ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଶେଷ ହେବାର ବର୍ଷକ ଭିତରେ ଘର ବାହୁଡ଼ା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର। ଯିଏ ବିଧାନସଭା ନିର୍ବାଚନ ବିଜେପି ଛାଡ଼ି କଂଗ୍ରେସ ହାତ ଧରିଥିଲେ।

 Jagadish Shettar: ବର୍ଷେ ଭିତରେ ଜଗଦୀଶ ଶେଟ୍ଟାରଙ୍କ ଘର ବାହୁଡ଼ା

Jagadish Shettar Come Back to BJP: ଗୁରୁବାର କର୍ଣ୍ଣାଟକ ରାଜନୀତିରେ ଦେଖିବାକୁ ମିଳିଛି ଏକ ବଡ଼ ଧରଣର ପରିବର୍ତ୍ତନ। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ପୁନର୍ବାର ବିଜେପି ହାତ ଧରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ। ଆପଣଙ୍କୁ କହିରଖୁଛୁ ଯେ ଗତ ବର୍ଷ ଅପ୍ରେଲ-ମେ ମାସରେ ଅନୁଷ୍ଠିତ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ବିଜେପି ନେତା  ଜଗଦୀଶ ଶେଟ୍ଟାର ଦଳ ଛାଡି କଂଗ୍ରେସ ହାତ ଧରିଥିଲେ। ହେଲେ ବର୍ଷେ ଭିତରେ ତାଙ୍କର ଘର ବାହୁଡ଼ା ହୋଇଛି। ହେଲେ ସେ ବିଜେପି ଶିବିରକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଦଳର ସ୍ଥିତି ମଜବୁତ ହେବ ବୋଲି କୁହାଯାଉଛି। 

କାହିଁକି ଦଳ ଛାଡ଼ି ଚାଲି ଯାଇଥିଲେ ବିଜେପି ନେତା ଜଗଦୀଶ ଶେଟ୍ଟାର? 
କର୍ଣ୍ଣାଟକ ରାଜନୀତିରେ (Karnataka Politics) ଲିଙ୍ଗାୟତ ସମ୍ପ୍ରଦାୟର (Lingayat Community) ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି। ଜଗଦୀଶ ଶେଟ୍ଟାର (Jagadish Shettar) ଲିଙ୍ଗାୟତ ସମ୍ପ୍ରଦାୟର (Lingayat Community in Karnataka) ଜଣେ ପ୍ରମୁଖ ନେତା ଭାବେ ଜଣାଶୁଣା। ଗତ ବର୍ଷ ଅନୁଷ୍ଠିତ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ (karnataka Assembly Election 2023) ଦଳୀୟ ​​ଟିକେଟ୍ ନ ମିଳିବା ପରେ ଦଳ ଛାଡି଼ ଦେଇଥିଲା ବିଜେପି ନେତା ଜଗଦୀଶ ଶେଟ୍ଟାର। ବିଜେପି ଛାଡ଼ିବା ପରେ ଜଗଦୀଶ ଶେଟ୍ଟାର କଂଗ୍ରେସ ହାତ ଧରିଥିଲେ। ବର୍ତ୍ତମାନ ପୁଣି ଥରେ ତାଙ୍କର ଘରବାହୁଡ଼ା (Jagadish Shettar Come Back to BJP) ହୋଇଛି। କଂଗ୍ରେସ ସହିତ ତାଙ୍କର ସମ୍ପର୍କ ଭଲ ନଥିବା କୁହାଯାଉଛି।

ବିଧାନସଭା ନିର୍ବାଚନରେ ହୋଇଥିଲା ପରାଜୟ
ଗତ ବର୍ଷ ଅନୁଷ୍ଠିତ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଜଗଦୀଶ ଶେଟ୍ଟାର ​​କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ହେଲେ ତାଙ୍କୁ ପରାଜୟ ବରଣ କରିବାକୁ ପଡିଥିଲା। ରାଜ୍ୟର ହୁବଲି ଧରୱାଡ କେନ୍ଦ୍ରୀୟ ଆସନରୁ (Hubli-Dharwad Central Assembly Constituency) କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ହେଲେ ତାଙ୍କୁ ବିଜେପି ପ୍ରାର୍ଥୀ ମହେଶ ତେଙ୍ଗିନାକାଇ ବିପୁଳ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।

କ'ଣ କହି ଦଳ ଛାଡ଼ିଥିଲା ବିଜେପି ନେତା ଜଗଦୀଶ ଶେଟ୍ଟାର?
ଗତ ବର୍ଷ କଂଗ୍ରେସ ହାତ ଧରିବା ପରେ ଜଗଦୀଶ ଶେଟ୍ଟାର କହିଥିଲେ ଯେ କ୍ଷମତାରେ ରହିବାକୁ ତାଙ୍କର କୌଣସି ଲୋଭ ନାହିଁ। ସେ କେବଳ ସମ୍ମାନ ଚାହାଁନ୍ତି। ବିଧାନସଭା ନିର୍ବାଚନରେ ​​ତାଙ୍କୁ ଟିକେଟ୍ ନ ଦେଇ ଦଳ ତାଙ୍କୁ ଅପମାନିତ କରିଥିଲା। ସେ ଉଚ୍ଚାଭିଳାଷୀ ନୁହଁନ୍ତି। ସେ କେବଳ ସମ୍ମାନ ଚାହାଁନ୍ତି। ହେଲେ ବର୍ତ୍ତମାନ ଜଗଦୀଶ ଶେଟ୍ଟାର ବିଜେପି ଫେରିଛନ୍ତି। ଯେତେବେଳେ ସେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟ ଠାରେ ପହଞ୍ଚିଥିଲେ ସେତେବେଳେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପା ମଧ୍ୟ ଉପସ୍ଥିତ ରହିଥିଲେ। ଉଭୟ ଶେଟ୍ଟାର ଏବଂ ୟେଦିୟୁରପ୍ପା ଲିଙ୍ଗାୟତ ସମ୍ପ୍ରଦାୟର (BJP Lingayat Leaders Karnataka) ପ୍ରମୁଖ ନେତା ଭାବେ ଜଣାଶୁଣା। ଲିଙ୍ଗାୟତ ସମ୍ପ୍ରଦାୟର ଅସନ୍ତୋଷ କାରଣରୁ ବିଜେପି ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ପରାସ୍ତ ହୋଇଥିବା କୁହାଯାଉଛି। ହେଲେ ଦଳ ପାଇଁ ଏହା ଏବେ ଆଶ୍ୱସ୍ତିର କଥା ଯେ ଲିଙ୍ଗାୟତ ସମ୍ପ୍ରଦାୟର ନେତାଙ୍କ ଘରବାହୁଡ଼ା ହେଉଛି।