Top 10 News: ପାରଳାଖେମୁଣ୍ଡି ଘାଟିରାସ୍ତାରେ ବସ୍ ଓଲଟି ୨୪ ଆହତ, ୪ ଗୁରୁତର; ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2631840

Top 10 News: ପାରଳାଖେମୁଣ୍ଡି ଘାଟିରାସ୍ତାରେ ବସ୍ ଓଲଟି ୨୪ ଆହତ, ୪ ଗୁରୁତର; ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ମଙ୍ଗଳବାର ଦିନ ସଂନ୍ଧ୍ୟାରେ ପାରଳାଖେମୁଣ୍ଡି ଘାଟିରାସ୍ତାରେ ଏକ ବସ୍ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୨୪ ଜଣ ଆହତ ହୋଇଛନ୍ତି।  ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 News Headlines 4 February 2025

Top 10 News Headlines 4 February 2025: H1. Paralakhemundi Bus Accident: ମଙ୍ଗଳବାର ଦିନ ପାରଳାଖେମୁଣ୍ଡି ଘାଟିରାସ୍ତାରେ ଏକ ବସ୍ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୨୪ ଜଣ ଆହତ ହୋଇଛନ୍ତି। କହିରଖୁଛୁ ଯେ ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ଆସୁଥିବା ବେଳେ ଏହି ବସ୍ ଦୁର୍ଘଟଣା ହୋଇଛି। ଖବର ଅନୁସାରେ ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

H2. Odisha to set up 500-bed trauma center at SCB: ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପ୍ରତିବଦ୍ଧ ଲୋକଙ୍କ ସରକାର। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର୍। ଏହାଦ୍ବାରା ବିଭିନ୍ନ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମିଳିବ ତୁରନ୍ତ ଉନ୍ନତ ଚିକିତ୍ସା। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅନୁମୋଦନ ଦେଇଛନ୍ତି।

H3. Odisha govt allows HRA to firefighters: ଅଗ୍ନିଶମ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବଳିଷ୍ଠ ପଦକ୍ଷେପ। ବିଭିନ୍ନ ପରିସ୍ଥିତିରେ ଲୋକଙ୍କୁ ତ୍ୱରିତ ସେବା ଯୋଗାଉଥିବା ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘରଭଡ଼ା ପ୍ରଦାନ ସହ ସେମାନଙ୍କ ଭତ୍ତା ବୃଦ୍ଧି କରାଯାଇଛି। ଏହାଦ୍ଵାରା ୬୦୫୮ ଅଗ୍ନିଶମ କର୍ମଚାରୀ ଉପକୃତ ହେବେ।

H4. Mo Bus crushes to death minor girl in Bhubaneswar: ପୁଣି ମୋ ବସ୍ ନେଲା ଜୀବନ। ମୋ ବସ୍ ଡ୍ରାଇଭରଙ୍କ ବେପରୁଆ ବସ୍ ଚାଳନା ପାଇଁ ଆଝି ଜଣେ ୧୨ ବର୍ଷୀୟ ଝିଅର ଦୁଃଖଦ ମୃତ୍ୟୁ ହୋଇଛି। ଭୁବନେଶ୍ବର ରଘୁନାଥପୁରରେ ଏହି ଦୁର୍ଘଟଣା ଘଟିଥିଲା। ଖବର ଅନୁଯାୟୀ ସାଇକେଲ ଚଲାଇ ଯାଉଥିବା ସମୟରେ ଛାତ୍ରୀଙ୍କୁ ମୋ ବସ୍ ଧକ୍କା ଦେଇଥିଲା । ଏହାପରେ ଏଠାରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା।

H5. PM Modi Mahakumbh Visit: ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୟାଗରାଜରେ ମହାକୁମ୍ଭ ମେଳା ପରିଦର୍ଶନ କରିବେ। ଏହିଦିନ ୧୧ଟାରେ ସେ ସଙ୍ଗମସ୍ଥଳରେ ବୁଡ଼ ପକାଇବା ସହ ମା’ ଗଙ୍ଗାଙ୍କୁ ପୂଜାର୍ଚ୍ଚନା କରିବା କାର୍ଯ୍ୟକ୍ରମ ରହିଛି।  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। 

H6. Parliament Budget Session 2025 PM Modi Speech: ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ଦିନ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ନିଜର ଉତ୍ତର ରଖିଥିଲେ ଏବଂ ବିରୋଧୀଙ୍କୁ କଡ଼ା ଟାର୍ଗେଟ କରିଥିଲେ। ଏହି ସମୟରେ ସେ ରାହୁଲ ଗାନ୍ଧୀଙ୍କ ନାମ ନ ନେଇ ତାଙ୍କୁ ଟାର୍ଗେଟ କରିଥିଲେ ଏବଂ କେଜ୍ରିୱାଲଙ୍କୁ ମଧ୍ୟ ସମାଲୋଚନା କରିଥିଲେ।

H7. PM Modi visit to US: ଫେବୃଆରୀ ୧୨ ରୁ ଆରମ୍ଭ ହେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ଭାରତୀୟମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। କାରଣ ଏହି ଗସ୍ତରେ କିଛି ପ୍ରମୁଖ ପ୍ରସଙ୍ଗ ଅଛି ଯାହା ଭାରତ ଏବଂ ଭାରତୀୟ ସମ୍ପ୍ରଦାୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ସମୟ ମଧ୍ୟରେ ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ 'ହାଉଡି ମୋଦି' ଏବଂ 'ନମସ୍ତେ ଟ୍ରମ୍ପ' ଭଳି ଅତୀତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ କାର୍ଯ୍ୟକ୍ରମର ସ୍ମୃତିକୁ ତାଜା କରିପାରେ। 

H8. US Deports 205 Indian Migrants: ଆମେରିକାର ସାମରିକ ବିମାନ C-17 ସେନ ଆଣ୍ଟୋନିଓରୁ ଅମୃତସର ଅଭିମୁଖେ ଯାତ୍ରା କରିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫୦୦୦ ଭାରତୀୟଙ୍କୁ ଭାରତ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି। ଆମେରିକାରେ ମୋଟ ୧୮ ହଜାର ଅବୈଧ ପ୍ରବାସୀଙ୍କୁ ଚିହ୍ନଟ କରାଯାଇଛି। ଏହି ଲୋକମାନଙ୍କୁ ସେମାନଙ୍କ ଦେଶକୁ ଫେରାଇ ଦିଆଯାଉଛି।

H9. Dimuth Karunaratne Retirement: ଶ୍ରୀଲଙ୍କାର ଭେଟେରାନ୍ ବ୍ୟାଟସମ୍ୟାନ୍ ଦିମୁଥ କରୁଣାରତ୍ନେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ନିଜର ବିଦାୟୀ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। କହିରଖୁଛୁ ଯେ ଏହି ମ୍ୟାଚ୍ ୬ ଫେବୃଆରୀରୁ ଖେଳାଯିବ।

H10. Varun Chakravarthy added to India's ODI squad: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ODI ମ୍ୟାଚ୍ ନାଗପୁରରେ ଖେଳାଯିବ। ଏହି ମ୍ୟାଚ୍ ର ୨ ଦିନ ପୂର୍ବରୁ ଜଣେ ଖତରନାକ୍ ବୋଲରକୁ ଭାରତୀୟ ଦଳରେ ସୁଯୋଗ ମିଳିଛି। ଟି-୨୦ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିବା ହାର୍ଡ-ହିଟିଂ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି।