ମାର୍ଲବା ଘାଟିରାସ୍ତାରେ ଓଲଟିଲା ବସ୍, ୨୦ ଆହତ, ୪ ଗୁରୁତର
Advertisement
Article Detail0/zeeodisha/odisha2631843

ମାର୍ଲବା ଘାଟିରାସ୍ତାରେ ଓଲଟିଲା ବସ୍, ୨୦ ଆହତ, ୪ ଗୁରୁତର

 ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ଆସୁଥିବା ସମୟରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ତୁରନ୍ତ ସ୍ଥାନୀୟଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । 

ମାର୍ଲବା ଘାଟିରାସ୍ତାରେ ଓଲଟିଲା ବସ୍, ୨୦ ଆହତ, ୪ ଗୁରୁତର

Bus Accident News: ପାରଳାଖେମୁଣ୍ଡି: ରାୟଗଡ଼ା ଥାନା ମାର୍ଲବା ଘାଟିରାସ୍ତାରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୦ ଆହତ ହୋଇଛନ୍ତି ଏବଂ ୪ରୁ ଅଧିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ଆସୁଥିବା ସମୟରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ତୁରନ୍ତ ସ୍ଥାନୀୟଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିସହ ପୋଲିସ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସମସ୍ତ ଆହତଙ୍କୁ ଆମ୍ୱୁଲାନ୍ସ ଯୋଗେ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ମଧ୍ୟରୁ ୪ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ସେମାନଙ୍କୁ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, ମାର୍ଲବା ଘାଟିରାସ୍ତାରେ ଦୁର୍ଘଟଣା ବାରମ୍ୱାର ଘଟୁଛି । ପୂର୍ବରୁ ମଧ୍ୟ ଏହି ରୁଟରେ ଅନେକ ବସ ଏବଂ ଅନ୍ୟାନ୍ୟ ଗାଡି ଦୁର୍ଘଟଣାର ସମ୍ମଖୀନ ହୋଇଥିବା ନଜର ରହିଛି । ଦୁର୍ଘଟଣା କିପରି ରୋକାଯାଇ ପାରିବ ସେନେଇ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବା ଉଚିତ ବୋଲି ସ୍ଥାନୀୟ ଲୋକେ ମତବ୍ୟକ୍ତ କରିଛନ୍ତି ।

ଆପଣଙ୍କୁ କହିରଖୁଛୁ, ଭୁବନେଶ୍ବରରେ ମୋ ବସ୍ ଧକ୍କାରେ ୧୨ ବର୍ଷୀୟ ଝିଅର ମୃତ୍ୟୁ ହୋଇଛି । ନନ୍ଦନକାନନ ଥାନା ରଘୁନାଥପୁରରେ ଏହି ଦୁର୍ଘଟଣା ଘଟିଛି। ସାଇକେଲ ଚଲାଇ ଯାଉଥିବା ସମୟରେ ଛାତ୍ରୀଙ୍କୁ ଧକ୍କା ଦେଇଥିଲା ମୋ ବସ୍ । ଦୁର୍ଘଟଣା ପରେ ୩ଟି ମୋ ବସ୍‌କୁ ଅଟକ ରଖିଥିଲେ ସ୍ଥାନୀୟ ଲୋକେ । ରାସ୍ତାରେ ବାଉଁଶ ପକାଇ ନନ୍ଦନକାନନ ପଟିଆ ରାସ୍ତା ଅବରୋଧ କରିଛନ୍ତି ।

Also Read- Naxal Attack: ବିଜାପୁରରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୩ ଯବାନ ଆହତ

Also Read- Lucky Zodiac Sign: ୫ ଫେବୃଆରୀରେ ରବି ଓ ସର୍ବାର୍ଥ ସିଦ୍ଧି ଯୋଗ, ଏହି ରାଶିର ଭାଗ୍ୟ ଉଜ୍ୱଳ