Top 5 Lucky Zodiac Sign, 5 February 2025: ୫ ଫେବୃଆରୀ ବୁଧବାର ଦିନ ଗଠନ ହୋଇଥିବା ସୁଭ ସଂଯୋଗ ୫ଟି ରାଶିର ବ୍ୟକ୍ତିଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ ।
ମେଷ ରାଶି
ଦିନଟିରେ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଲାଭଜନକ ଫଳାଫଳ ପାଇବେ । ଆଶା କରିନଥିବା କାମରେ ମଧ୍ୟ ସଫଳତା ମିଳିପାରେ । ଚାକିରି ଖୋଜୁଥିଲେ ଭଲ ଖବର ପାଇବେ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଥିଲେ ଦିନଟି ଶୁଭ । ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ବରିଷ୍ଠ ବ୍ୟକ୍ତିଙ୍କ ସମର୍ଥନ ଏବଂ ମାର୍ଗଦର୍ଶନ ଆପଣଙ୍କ ପାଇଁ ଅଧିକ ଲାଭଦାୟକ ହେବ। ପାରିବାରିକ ଜୀବନରେ ଖୁସିର ଲହରୀ ରହିବ । ଜୀବନସାଥୀଙ୍କ ଠାରୁ ସମର୍ଥନ ପାଇବେ।
ମିଥୁନ ରାଶି
ଆପଣଙ୍କ ପାଇଁ ଦିନଟି ଶୁଭଫଳାଫଳ ପ୍ରଦାନ କରିବ । ନିବେଶରୁ ଶୁଭ ଫଳ ପାଇବେ। ଗୁରୁତ୍ୱପୂର୍ଣ୍ଣ କାମ ଶେଷ କରିବାକୁ ସକ୍ଷମ ହେବେ । ଆର୍ଥିକ ସ୍ଥିତି ଭଲ ରହିବ । ବିଦେଶରୁ ଆମଦାନି-ରପ୍ତାନି କାମ କରଥିଲେ ଏକ ବଡ଼ ଡିଲ୍ ମିଳିପାରେ । ଅତିରିକ୍ତ ରୋଜଗାରର ସୁଯୋଗ ପାଇପାରନ୍ତି। ନିଜ କଳା ଏବଂ ସୃଜନଶୀଳ କ୍ଷମତାର ମଧ୍ୟ ଲାଭ ଉଠାଇପାରିବେ।
କର୍କଟ ରାଶି
ଆପଣଙ୍କ ବ୍ୟବସାୟରେ ଅପ୍ରତ୍ୟାଶିତ ଲାଭ ପାଇବେ । ହଜିଯାଇଥିବା ଜିନିଷ ଫେରି ମିଳିବାର ସମ୍ଭାବନା ରହିଛି । ଅତୀତରେ କିଛି ନିବେଶ କରିଥିଲେ ଏହାର ଭରପୂର ଲାଭ ପାଇବେ । ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କଠାରୁ ସହଯୋଗ ଏବଂ ସମର୍ଥନ ପାଇବେ। ଦୀର୍ଘ ପ୍ରତୀକ୍ଷିତ ଏକ ଇଚ୍ଛା ପୂରଣ ହୋଇପାରେ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଚାହୁଁଥିଲେ ପ୍ରୟାସରେ ସଫଳତା ହାସଲ କରିବେ ।
ତୁଳା ରାଶି
ନିଜ କାମରେ ଧ୍ୟାନ ଦିଅନ୍ତୁ ଦେଖିବେ ଶୁଭଫଳାଫଳ ମିଳିବ । କଠିନ ପରିଶ୍ରମର ଭଲ ଲାଭ ପାଇବେ। ପଡ଼ୋଶୀ କିମ୍ବା ବନ୍ଧୁଙ୍କଠାରୁ ସମର୍ଥନ ମିଳିପାରେ । ନୂଆ ଘର କିମ୍ୱା ଯାନବାହାନ କିଣିବାକୁ ଚାହୁଁଥିଲେ ଋଣ ମିଳିବା ସହଜ ହୋଇଯିବ । ଶିକ୍ଷାଗତ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିବେ। ରାଜନୈତିକ କ୍ଷେତ୍ର ସହିତ ଜଡିତ ବ୍ୟକ୍ତି ଜନସାଧାରଣଙ୍କ ସମର୍ଥନ ପାଇବେ। ପ୍ରତିଷ୍ଠା ଏବଂ ମାନ ସମ୍ମାନ ବଢିବାକୁ ଲାଗିବ । ଅଳ୍ପ ଚେଷ୍ଟାରେ ହଜିଯାଇଥିବା ଜିନିଷ ଫେରି ପାଇବେ ।
କୁମ୍ଭ ରାଶି
ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ପ୍ରତି ରହିବ । ଦିନଟି ଶୁଭ ଫଳାଫଳ ପ୍ରଦାନ କରିବ । ରାଜନୈତିକ କ୍ଷେତ୍ରରୁ ଅଧିକ ଲାଭ ହାସଲ କରିପାରନ୍ତି । ମାନ ସମ୍ମାନ ବଢିବାକୁ ଲାଗିବ । ଆପଣଙ୍କ ପ୍ରଭାବ ମଧ୍ୟ ବୃଦ୍ଧି ପାଇବ। ପୈତୃକ ସମ୍ପତ୍ତିକୁ ନେଇ କୌଣସି ବିବାଦ ଥିଲେ ତାହା ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ହେବ। ନିଜ ବ୍ୟବସାୟରେ କିଛି ପରିବର୍ତ୍ତନ କରିବାକୁ ଚାହୁଁଥିଲେ ସମୟ ଅନୁକୁଳ । ଯାନବାହାନ କିଣିବାକୁ ଚାହୁଁଥିଲେ ସ୍ୱପ୍ନ ପୂରଣ ହେବାର ସମ୍ଭାବନା ରହିଛି ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़