Advertisement
Photo Details/zeeodisha/odisha2631876
photoDetails0hindi

Ayodhya Ram Mandir: ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ଏବଂ ଆରତୀ ସମୟରେ ପରିବର୍ତ୍ତନ

ରାମ ମନ୍ଦିରର ନୂତନ କାର୍ଯ୍ୟସୂଚୀ ଏବଂ ସମୟ ବିଷୟରେ ଆସନ୍ତୁ ଜାଣିବା।

1/8

ପ୍ରୟାଗରାଜ ମହାକୁମ୍ଭମେଳା ପାଇଁ ଆସୁଥିବା ଭକ୍ତମାନେ ସ୍ନାନ କରିବା ପରେ ଲଗାତାର ଭାବେ ଅଯୋଧ୍ୟାରେ ପହଞ୍ଚୁଛନ୍ତି ଦର୍ଶନ ପାଇଁ। ମହାକୁମ୍ଭମେଳା ଆରମ୍ଭ ହେବା ପରଠାରୁ, ବହୁ ସଂଖ୍ୟକ ଭକ୍ତ ଅଯୋଧ୍ୟାରେ ଭିଡ ଲଗାଉଥିବା ପରିଲକ୍ଷିତ ହେଉଛି ।

2/8

ମିଳିଥିବା ସୂଚନା ଅନୁଯାୟୀ, ଅଯୋଧ୍ୟାର ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ସକାଳ ୬ଟାରୁ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ। ସକାଳ ୪ଟାରେ ମଙ୍ଗଳ ଆରତୀ କରାଯିବ।

3/8

ମଙ୍ଗଳ ଆରତୀ ପରେ, ମନ୍ଦିରର ଦ୍ୱାର ବନ୍ଦ ହୋଇଯିବ। ଏହା ପରେ ସକାଳ ୬ଟାରେ ପ୍ରଭୁଙ୍କର ଶୃଙ୍ଗାର ଆରତୀ ଅନୁଷ୍ଠିତ ହେବ । ଏହା ସହିତ ରାମଲାଲାଙ୍କ ମନ୍ଦିର ଭକ୍ତମାନଙ୍କ ପାଇଁ ଖୋଲିଯିବ।

4/8

ଏହା ପରେ ମଧ୍ୟାହ୍ନ ୧୨ଟା ସମୟରେ ରାମ ଲାଲାଙ୍କୁ ରାଜଭୋଗ ଅର୍ପଣ କରାଯିବ। ଏହା ଅର୍ପଣ କରାଯିବା ପରେ ଭକ୍ତମାନେ ପ୍ରଭୁଙ୍କ ନିରନ୍ତର ଦର୍ଶନ କରିପାରିବେ।

5/8

ଅଯୋଧ୍ୟାର ରାମ ମନ୍ଦିରରେ ସନ୍ଧ୍ୟା ୭ଟାରେ ସନ୍ଧ୍ୟା ଆରତୀ ଅନୁଷ୍ଠିତ ହେବ। ସନ୍ଧ୍ୟା ଆରତୀ ସମୟରେ ମନ୍ଦିରର ଦ୍ୱାର ୧୫ ମିନିଟ୍ ପାଇଁ ବନ୍ଦ ରଖାଯିବ । ଏହା ପରେ, ପୁଣିଥରେ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରିପାରିବେ ।

6/8

ରାତି ୧୦ଟା ସମୟରେ ରାମ ମନ୍ଦିରରେ ପ୍ରଭୁଙ୍କ ଶୟନ ଆରତୀ କରାଯିବ । ଶୟନ ଆରତୀ ପରେ, ପ୍ରଭୁଙ୍କ ମନ୍ଦିରର ଦ୍ୱାର ବନ୍ଦ ହୋଇଯିବ।

7/8

ସୂଚନା ଅନୁଯାୟୀ, ଧିରେଧିରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି, ରାମ ମନ୍ଦିର ଟ୍ରଷ୍ଟ ଦର୍ଶନ ଏବଂ ଆରତୀର ସମୟ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ସର୍ବାଧିକ ସଂଖ୍ୟକ ଭକ୍ତ କିପରି ସହଜରେ ପ୍ରଭୁଙ୍କ ଦର୍ଶନ କରିପାରିବେ ସେନେଇ ଦୃଷ୍ଟି ଦିଆଯାଇଛି ।

8/8

ଆପଣଙ୍କୁ କହିରଖୁଛୁ ଯେ, ଏହା ପୂର୍ବରୁ ରାମ ମନ୍ଦିରରେ ସକାଳ ୯ଟା୩୦ ସମୟରେ ପ୍ରଭୁଙ୍କ ଶୟନ ଆରତୀ କରାଯାଉଥିଲା ଏବଂ ମନ୍ଦିରର ଦ୍ୱାର ଭକ୍ତମାନଙ୍କ ପାଇଁ ସକାଳ ୭ଟା ସମୟରେ ଖୋଲାଯାଉଥିଲା।