ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସାକାଣ୍ଡ ଘଟାଇଛନ୍ତି । ଆହତ ଯବାନମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।
Trending Photos
Naxal Attack at Bijapur: ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସାକାଣ୍ଡ ଘଟାଇଛନ୍ତି । ଗାଙ୍ଗଲୁରରେ ସର୍ଚ୍ଚ ଅପରେସନ ସମୟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହେବାରୁ ୩ ଯବାନ ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଏଥିସହ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜୋରଦାର ଆରମ୍ଭ କରିଛନ୍ତି ଯବାନ ।
ସୂଚନାଯୋଗ୍ୟ, ଆଜି ପୁଣି ମାଓବାଦୀଙ୍କ ଆଉ ଏକ ବର୍ବର କାଣ୍ଡ ସାମ୍ନାକୁ ଆସିଛି । ୨ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ଛତିଶଗଡ଼ ବିଜାପୁର ବୁଡ଼ଗିଚେରୁ ଗାଁରେ ମାଓବାଦୀଙ୍କ ଏପରି ବର୍ବରକାଣ୍ଡ ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।
ପୂର୍ବରୁ, ଫେବୃଆରୀ ୧ ତାରିଖ ଦିନ ଗଙ୍ଗାଲୁର ଥାନା ଅଞ୍ଚଳର ଟୋଡକା ନିକଟ ଜଙ୍ଗଲରେ ପୋଲିସ-ନକ୍ସଲ ମୁହାଁମୁହିଁ ହେବା ଫଳରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏହି ଏନକାଉଣ୍ଟରରେ ୮ ଜଣ ନକ୍ସଲ ନିହତ ହୋଇଥିଲେ । ସମସ୍ତ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । DRG ଏବଂ STF ଯବାନଙ୍କ ମିଳିତ ଉଦ୍ୟମରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ନିହତ ନକ୍ସଲଙ୍କଠାରୁ ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଧାର ହୋଇଥିବା ସୂଚନା ରହିଛି। ଏହା ପୂର୍ବରୁ ନକ୍ସଲ ପ୍ରଭାବିତ ଜିଲ୍ଲା ଗରିଆବନ୍ଦରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟର କୁଲହାଡି ଘାଟରେ ଅବସ୍ଥିତ ଭାଲୁ ଡିଗି ଜଙ୍ଗଲରେ ହୋଇଥିଲା। ଏହି ଏନକାଉଣ୍ଟରରେ ୧୪ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ଦିଆଯାଇଥିଲା ।
Also Read- ଖଣ୍ଡଗିରିରେ ଠୁମକା ଲଗାଇ ନାଚିବି, ମତେ କେହି ଅଟକାଇ ପାରିବେନି
Also Read- ଡାଇବେଟିସ୍ ଥିଲେ ଖାଲିପେଟରେ ଭୁଲରେ ବି ନିଅନ୍ତୁନି ଏହି ଜିନିଷ