Top 10 News: ଆରଜି କର ହସ୍ପିଟାଲରୁ ପୁଣି ଚାଞ୍ଚଲ୍ୟଜନକ ଖବର ଏବଂ ଅନ୍ୟାନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2630239

Top 10 News: ଆରଜି କର ହସ୍ପିଟାଲରୁ ପୁଣି ଚାଞ୍ଚଲ୍ୟଜନକ ଖବର ଏବଂ ଅନ୍ୟାନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ଆରଜି କର ହସ୍ପିଟାଲରୁ ପୁଣି ଚାଞ୍ଚଲ୍ୟଜନକ ଖବର ଏବଂ ଅନ୍ୟାନ୍ୟ ଅପଡେଟ୍

Top 10 News Today

Headlines 01- କୋଲକାତା ଆରଜି କର ହସ୍ପିଟାଲରୁ ପୁଣି ଚାଞ୍ଚଲ୍ୟଜନକ ଖବର ସାମ୍ନାକୁ ଆସିଛି । ଜଣେ MBBS ଛାତ୍ରୀ ଝୁଲି ପଡ଼ିଛନ୍ତି । ଅର୍‌ ଜି କର ମେଡିକାଲର ଜୁନିଅର ଡାକ୍ତର ଅଭୟାଙ୍କ ମୃତ୍ୟୁ ଖବର ସାରା ଦେଶକୁ ଦୋହଲାଇ ଦେଇଥିବା ସମୟରେ ପୁଣି ସାମ୍ନାକୁ ଆସିଛି ଆଉ ଏକ ଦୁଃଖଦ ଘଟଣା। ହସ୍ପିଟାଲ କ୍ୱାର୍ଟର୍ସରୁ ସନ୍ଦେହ ଜନକ ଅବସ୍ଥାରେ ମିଳିଛି ଜଣେ ଏମ୍‌ବିବିଏସ୍‌ ଛାତ୍ରୀଙ୍କ ମୃତଦେହ ମିଳିଛି ।

Headlines 02- ଓଡ଼ିଶା ଆପାର୍ଟମେଣ୍ଟ ଆଇନ-୨୦୨୩ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜସ୍ବ ବିଭାଗ ପକ୍ଷରୁ IGR ଓଡ଼ିଶାକୁ ଚିଠି କରାଯାଇଛି । RERA ପୂର୍ବରୁ ନିର୍ମିତ ଘରଗୁଡ଼ିକ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶ ଏବଂ ପଞ୍ଜୀକରଣ କରୁଥିବା ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ପାଇଁ ଚିଠିରେ ଲେଖାଯାଇଛି ।

Headlines 03- ଦିଲ୍ଲୀ ଭୋଟକୁ ମଝିରେ ଆଉ ଗୋଟିଏ ଦିନ ଥିବା ସମୟରେ ଆଜି ବିଭିନ୍ନ ଦଳ ପକ୍ଷରୁ ଜୋରଦାର ପ୍ରଚାର କାର୍ଯ୍ୟକ୍ରମ ସରିଛି । ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାରର ପ୍ରତିଶୃତି ଦେଇଛନ୍ତି ବିଜେପି, କଂଗ୍ରେସ, ଆପର ନେତା । ଆସନ୍ତା ୫ ତାରିଖରେ ଦିଲ୍ଲୀ ବିଧାନସଭା ପାଇଁ ଭୋଟ ଗ୍ରହଣ କରାଯିବ । ତା ପୂର୍ବରୁ ଶେଷ ଦିନରେ ହାଇଭୋଲଟେଜ୍ କ୍ୟାମ୍ପେନରେ କମ୍ପିଛି ଦିଲ୍ଲୀ।

Headlines 04- ସୋନିଆ ଗାନ୍ଧିଙ୍କ ବିରୋଧରେ ସ୍ବାଧିକାର ନୋଟିସ୍ ଆଣିଛି ବିଜେପି । ବିଜେପି ସାଂସଦ ସ୍ବାଧିକାର ନୋଟିସ୍ ଆଣିଛନ୍ତି । ରାଷ୍ଟ୍ରପତିଙ୍କ ବାବଦରେ ଅପମାନସୂଚକ ମନ୍ତବ୍ୟ ପାଇଁ ଏହି ନୋଟିସ୍ କରାଯାଇଛି । ସାଂସଦ ପପୁ ଯାଦବଙ୍କ ବିରୋଧରେ ମଧ୍ୟ ସ୍ବାଧିକାର ନୋଟିସ୍ ଜାରି କରାଯାଇଛି ।

Headlines 05- ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସସମ୍ପର୍କରେ ଆଲୋଚନା ସମୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ କଡ଼ା ଟାର୍ଗେଟ କରିଛନ୍ତି । ରାହୁଲ ଏପରି କିଛି କଥା କହିଥିଲେ ଯାହା ଦ୍ୱାରା ଗୃହରେ ହଟ୍ଟଗୋଳ ବଢିଥିଲା । ଶାସକ ଦଳ ରାହୁଲଙ୍କ କଥାକୁ ତୀବ୍ର ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା । ରାହୁଲ ଗାନ୍ଧୀ କହିଥିଲେ ଯେ, ଚୀନ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଉପରେ ଦ୍ରୁତ ଗତିରେ କାମ କରୁଛି, କିନ୍ତୁ ଭାରତ ସେ କ୍ଷେତ୍ରରେ ବହୁତ ପଛରେ ରହିଛି। ସୀମା ଉପରେ ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟ ଏବଂ ଭାରତୀୟ ବୈଦେଶିକ ନୀତିକୁ ନେଇ ରାହୁଲ ଗାନ୍ଧୀ ଶାସକ ଦଳକୁ କଡ଼ା ସମାଲୋଚନା କରିଥିଲେ।

Headlines 06- ଓଡ଼ିଶା ପାଇଁ ରେଳ ବଜେଟରେ ୧୦, ୫୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଗତ ୧୦ ବର୍ଷ ଭିତରେ ଓଡିଶାରେ ୨ ହଜାର ୪୬ କିଲୋମିଟର ରେଲୱେ ଟ୍ରାକ୍ ତିଆରି ହୋଇଛି। ଏହା ମ୍ୟାଲେସିଆ ଦେଶର ରେଳ ନେଟୱାର୍କଠାରୁ ଅଧିକ ଏବଂ ଆଗରୁ ଏତେ ରେଳ ନେଟୱାର୍କ ନ ଥିଲା ବୋଲି ରେଳମନ୍ତ୍ରୀ କହିଛନ୍ତି । ସୋମବାର ରେଳ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। 

Headlines 07- ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଷ୍ଟମ ଥର ପାଇଁ ଶୁଣାଣି ହୋଇଛି। ଆଜି ପର୍ଯ୍ୟନ୍ତ ୮୦୩୧ଟି ଦରଖାସ୍ତ ଆସିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଦରଖାସ୍ତ ମଧ୍ୟରୁ ୮୧ ପ୍ରତିଶତ ଅଭିଯୋଗର ସମାଧାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅର୍ଥାତ୍ ୬୫୪୫ ଅଭିଯୋଗର ଶୁଣାଣି ଶେଷ ହୋଇଛି। ଆଜି ୧ ହଜାର ଦରଖାସ୍ତ ପଞ୍ଜୀକୃତ ହୋଇଛି। ଏହା ମଧ୍ୟରୁ ୭୦୦ ଅଭିଯୋଗର ଶୁଣାଣି କରାଯାଇ ବିଭିନ୍ନ ବିଭାଗକୁ ପଠା ଯାଇଛି। ଯାହା ଅଭିଯୋଗ ଆସୁଛି ବିଭିନ୍ନ ବିଭାଗ ସହ ଆଲୋଚନା କରି ସମାଧନ କରାଯାଉଛି।

Headlines 08- ଆସନ୍ତାକାଲିଠୁ ଖଣ୍ଡଗିରି ଯାତ୍ରା ଆରମ୍ଭ ହେଉଛି । ତା ପୂର୍ବରୁ ଏକାମ୍ର-ଭୁବନେଶ୍ବର ବିଧାୟକ ବାବୁ ସିଂଙ୍କ ନେତୃତ୍ବରେ ୧୦୦ ଯୁବକ ଓ ଯୁବତୀ ଆଜି ଠେଙ୍ଗା ପୂଜା କରିଛନ୍ତି। ଅଶ୍ଲୀଳ ପ୍ରଦର୍ଶନକାରୀଙ୍କୁ ଖଣ୍ଡଗିରିରେ ପଶିବାକୁ ଦିଆଯିବନି ବୋଲି ସେମାନେ ସଫା ସଫା ଶୁଣାଇଛନ୍ତି। ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳତା ଦେଖିଲେ ଠେଙ୍ଗା ମାଡ଼ କରିବ ବୋଲି ସେମାନେ କହିଛନ୍ତି । ଅଶ୍ଳୀଳ ନୃତ୍ୟକୁ ନେଇ ବିଏମସି କମିସନର ରାଜେଶ ପ୍ରଭାକର ପାଟିଲ ମଧ୍ୟ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଐତିହ୍ୟ ପରମ୍ପରା ମର୍ଯ୍ୟାଦା ଭିତରେ ରହି ଯାତ୍ରା ପରିବେଶଣ କରିବା ପାଇଁ କମିଟି ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ଯାତ୍ରା କମିଟି ଏ ବାବଦରେ ଅବଗତ ଅଛନ୍ତି। ଆଶା କରୁଛୁ ଗାଇଡଲାଇନ ଅନୁସାରେ ଯାତ୍ରା ଅନୁଷ୍ଠିତ ହେବ।

Headlines 09- ରାତି ପାହିଲେ ପବିତ୍ର ମାଘ ସପ୍ତମୀ। ମଙ୍ଗଳବାର ମାଘ ସପ୍ତମୀ ଅବସରରେ  ଚନ୍ଦ୍ରଭାଗା ତୀର୍ଥରେ ପବିତ୍ର ମାଘସପ୍ତମୀ ଲକ୍ଷାଧିକ ସଂଖ୍ୟାରେ ବୁଡ ପକାଇବେ ଶ୍ରଦ୍ଧାଳୁ। ଏଥିପାଇଁ ଚନ୍ଦ୍ରଭାଗାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏସପି ବିନୀତ ଅଗ୍ରୱାଲ ଏଥିନେଇ ଗଣମାଧ୍ୟମ ଜରିଆରେ ବୁଡରେ ସୁରକ୍ଷା ଓ ଟ୍ରାଫିକ କଟକଣା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।

Headlines 10-  ବାରବାଟୀ ମ୍ୟାଚ୍‌ ଯେତିକି ଯେତିକି ପାଖେଇ ଆସୁଛି କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ସେତିକି ସେତିକି କ୍ରେଜ୍ ବଢିବାରେ ଲାଗିଛି । ଦ୍ବିତୀୟ ଥର ପାଇଁ ମହିଳାଙ୍କ ପାଇଁ ସ୍ବତନ୍ତ୍ର କାଉଣ୍ଟର ବ୍ୟବସ୍ଥା କରିଛି ଓସିଏ। ଫେବ୍ରୁଆରୀ ୫ ତାରିଖ ଦିନ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହେବ। ଜନସାଧାରଣ କିପରି ସୁବିଧାରେ ସମସ୍ତେ ଟିକେଟ ପାଇବେ ସେନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Also Read- ରାତି ପାହିଲେ ଚନ୍ଦ୍ରଭାଗାରେ ବୁଡ଼ ପକାଇବେ ଶ୍ରଦ୍ଧାଳୁ, ସୁରକ୍ଷା କଡାକଡି

Also Read- ଆପଣ ଗରମ ମସଲା ବ୍ୟବହାର କରୁଛନ୍ତି କି? ଜାଣନ୍ତୁ ଏହାର ଲାଭ ଏବଂ କ୍ଷତି