Saturn transit in pisces: ଚଳିତ ବର୍ଷ ହୋଲି ପରେ ନ୍ୟାୟର ଦେବତା ଶନିଦେବ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯାହାର ପ୍ରଭାବରୁ ୩ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଭଲ ଦିନ ଆସିପାରେ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ସମ୍ଭାବନା ଅଧିକ ରହିଛି ।
ବୃଷ ରାଶି
ହୋଲି ପରେ ଶନିଦେବଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ଆୟ ବୃଦ୍ଧିର ଦୃଢ ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ ସମୟ ଅନୁକୂଳ ରହିବ । ବ୍ୟବସାୟୀମାନେ ଭଲ ଲାଭ ହାସଲ କରିବେ । ପିଲାମାନେ ପଢାରେ ମଧ୍ୟ ପ୍ରଗତି କରିବେ । ଆୟର ନୂତନ ଉତ୍ସ ପାଇପାରନ୍ତି। ଦୀର୍ଘ ଦିନ ଧରି ଫସି ରହିଥିବା ଟଙ୍କା ଫେରି ପାଇପାରିବେ। ବ୍ୟବସାୟରେ ବିପୁଳ ଲାଭର ସୁଯୋଗ ରହିଛି । ବିଶେଷଜ୍ଞଙ୍କଠାରୁ ପରାମର୍ଶ ନେଇ ନିବେଶ କଲେ ଅଧିକ ଲାଭରେ ରହିବେ ।
ଧନୁ ରାଶି
ଶନି ଦେବଙ୍କ ରାଶି ପରିବର୍ତ୍ତନରୁ ଆପଣ ଲାଭ ହାସଲ କରିବେ । ଗାଡ଼ି ଏବଂ ସମ୍ପତ୍ତି କିଣିବାର ଦୃଢ ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ମାନ ସମ୍ମାନ ବଢିବାକୁ ଲାଗିବ । ଆର୍ଥିକ ସ୍ଥିତିରେ ଭଲ ଉନ୍ନତି ହେବ। ବ୍ୟବସାୟୀମାନେ ଅଧିକ ଲାଭବାନ ହେବେ । ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିବାର ଆବଶ୍ୟକତା ରହିଛି । ସ୍ଥାବର ସମ୍ପତ୍ତି ଏବଂ ଜମି ସମ୍ବନ୍ଧୀୟ ବ୍ୟବସାୟରେ ଲାଭ ଅଧିକ ହେବାର ସମ୍ଭାବନା ରହିଛି ।
ମକର ରାଶି
ଶନିଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭଜନକ ସାବ୍ୟସ୍ତ ହୋଇପାରେ। ମନରେ ସାହସ ବଢିବାକୁ ଲାଗିବ । ଯାନବାହାନ କିମ୍ବା ସମ୍ପତ୍ତି କ୍ରୟ କରିବାରେ ସଫଳ ହୋଇପାରନ୍ତି। କ୍ୟାରିୟରରେ ପଦୋନ୍ନତି ମିଳିପାରେ। ଉଚ୍ଚ ପଦାଧିକାରୀଙ୍କ ଠାରୁ ଆଶାଠୁ ଅଧିକ ସମର୍ଥନ ମିଳିବ । ଆପଣଙ୍କୁ ନୂଆ ଦାୟିତ୍ୱ ମିଳିପାରେ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଅଧିକ ଆଗ୍ରହୀ ହେବେ। ଜୀବନସାଥୀଙ୍କ ସହିତ କୌଣସି ମତଭେଦ ଥିଲେ ତାହା ଶେଷ ହେବ । ପ୍ରେମ ସମ୍ପର୍କରେ ମଧରତା ଭରିଯିବ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़