Advertisement
Photo Details/zeeodisha/odisha2630187
photoDetails0hindi

ଆପଣ ଗରମ ମସଲା ବ୍ୟବହାର କରୁଛନ୍ତି କି? ଜାଣନ୍ତୁ ଏହାର ଲାଭ ଏବଂ କ୍ଷତି

ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ପ୍ରତ୍ୟେକ ଭାରତୀୟ ଘରେ ଗରମ ମସଲା ବ୍ୟବହାର କରାଯାଏ। ଉଭୟ ନିରାମିଷ ଏବଂ ଶାକାହାରୀ ଖାଦ୍ୟରେ ଗରମ ମସଲା ମିଶାଇଲେ ଏହାର ସ୍ୱାଦ ଦ୍ଵିଗୁଣ ହୋଇଥାଏ। ସେଥିପାଇଁ ତ ଭାରତୀୟ ରୋଷେଇ ଘରେ ଗରମ ମସଲା ସବୁବେଳେ ରହିଥାଏ। ଆସନ୍ତୁ ଜାଣିବା ଗରମ ମସଲା ଖାଇବାର ଲାଭ ଏବଂ କ୍ଷତି ।

1/8

ଥଣ୍ଡା ଏବଂ କାଶ

ପାଗ ଥଣ୍ଡା ହେଲେ ବା ପରିବର୍ତ୍ତନ ହେଲେ ଥଣ୍ଡା ଏବଂ କାଶ ହେବା ସାଧାରଣ କଥା। ଗରମ ମସଲାରେ ଲବଙ୍ଗ, ଗୋଲମରିଚ, ଅଳେଇଚ ଏବଂ ଡାଳଚିନି ମିଶ୍ରିତ ହୋଇଥାଏ । ଏହାର ବ୍ୟବହାର ଏପରି ରୋଗକୁ ତୁରନ୍ତ ଭଲ କରିପାରେ।

2/8

ହଜମ ଶକ୍ତି ବୃଦ୍ଧି କରିବା

ଶୀତ ଋତୁରେ ପକୋଡା ଓ ପାମ୍ପଡର ଚାହିଦା ବହୁତ ଥାଏ। କିନ୍ତୁ ଏହାକୁ ଖାଈବା ଦ୍ଵାରା ପାଚନ ସମସ୍ୟା ମଧ୍ୟ ବୃଦ୍ଧି ପାଏ। ଏପରି ସ୍ଥିତିରେ, ଯଦି ଆପଣ ଖାଦ୍ୟରେ ଗରମ ମସଲା ମିଶାଉଛନ୍ତି, ତେବେ ଆପଣଙ୍କର ପାଚନ ଶକ୍ତି ଉନ୍ନତ ହେବ। 

3/8

ରକ୍ତ ଶର୍କରା ନିୟନ୍ତ୍ରଣ କରେ 

ଡାଳଚିନି ଏକ ପ୍ରମୁଖ ଉପାଦାନ, ଯାହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରେ। ଏହାମଧ୍ୟ ଗରମ ମସଲାରେ ରହିଥାଏ, ତେଣୁ ଏହା କୁହାଯାଇପାରେ ଯେ ଗରମ ମସଲା ସେବନ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିପାରେ।

4/8

ଯନ୍ତ୍ରଣା ଏବଂ ଫୁଲା

ଗରମ ମସଲା ଫୁଲା ଏବଂ ଯନ୍ତ୍ରଣା ହ୍ରାସ କରିବାରେ ବେଶ୍ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ ।

5/8

ମଧୁମେହ ରୋଗୀ

ଖାଦ୍ୟରେ ଜିରା ଏବଂ ଅନ୍ୟାନ୍ୟ ମସଲା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ। ଏହା ସେମାନଙ୍କ ପାଇଁ ଏକ ମଧୁମେହ ପ୍ରତିରୋଧୀ ଏଜେଣ୍ଟ ଭାବେ କାମ କରେ।

6/8

ଆଣ୍ଟି-ଅକ୍ସିଡାଣ୍ଟ: ଗରମ ମସଲା ଆଣ୍ଟି ଅକ୍ସିଡାଣ୍ଟରେ ଭରପୂର, ଯାହା ଚର୍ମ ସମସ୍ୟା ଦୂର କରେ।

7/8

ଗରମ ମସଲାର କ୍ଷତିକାରକ ପ୍ରଭାବ

ସମସ୍ତେ ଜାଣନ୍ତି ଯେ, ଗରମ ମସଲା ଖାଇବାର ଅନେକ ଲାଭ ଅଛି କିନ୍ତୁ ଅନ୍ୟପକ୍ଷରେ ଏହାର କିଛି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ହୋଇପାରେ। ଅତ୍ୟଧିକ ଗରମ ମସଲା ଖାଇବା ଦ୍ୱାରା ପାଇଲ୍ସ, ଛାତି ଯନ୍ତ୍ରଣା, ଏସିଡିଟି ଏବଂ ପେଟ ଯନ୍ତ୍ରଣା ହେବାର ସମ୍ଭାବନା ଥାଏ।

8/8

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। କୌଣସି କାରଣ ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।