Advertisement
Photo Details/zeeodisha/odisha2630300
photoDetails0hindi

Lucky Zodiac Sign: ୪ଫେବୃଆରୀରେ ଦୃଧୁର ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 4 February 2025: ୪ ଫେବୃଆରୀ ମଙ୍ଗଳବାର ଦିନ ଗଠିତ ଶୁଭ ଯୋଗ ପ୍ରଭାବରୁ ୫ ରାଶି ଅଧିକ ଉପକୃତ ହେବାକୁ ଯାଉଛନ୍ତି ।

1/6

ବୃଷ ରାଶି

ଦିନଟିରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଦାନ ଏବଂ ଧାର୍ମିକ କାର୍ଯ୍ୟରେ ଆଗ୍ରହୀ ପ୍ରକାଶ କରିବେ । ବିନିଯୋଗ କରିବାକୁ ଚାହୁଁଥିଲେ ସମୟ ଶୁଭ । କୌଣସି କୋର୍ଟ କଚେରୀ ମାମଲାରେ ଫସି ରହିଥିଲେ କିଛି ଭଲ ଖବର ମିଳିପାରେ। ଆୟର ନୂତନ ଉତ୍ସ ସୃଷ୍ଟି ହେବ । ବିଭିନ୍ନ ସୁତ୍ରରୁ ଆର୍ଥିକ ଲାଭ ମିଳିପାରେ । କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହିତ ସୁସମ୍ପର୍କ ବଜାୟ ରଖନ୍ତୁ । ବୈବାହିକ ଜୀବନରେ ପ୍ରେମ ବଢିବ ।

2/6

କର୍କଟ ରାଶି

ସରକାରୀ କାର୍ଯ୍ୟ କରୁଥିଲେ ଆପଣଙ୍କ ପାଇଁ ସଫଳତାର ଦିନ । ଏପରି କିଛି ସୂଚନା ମିଳିପାରେ ଯାହା ଶୁଣି ଆପଣ ଖୁସି ପ୍ରକାଶ କରିବେ । ଅତୀତରେ କରିଥିବା ନିବେଶରୁ ଆପଣ ଭଲ ଲାଭ ପାଇପାରନ୍ତି । ଯାନବାହାନ କିମ୍ବା କୌଣସି ଭୌତିକ ସମ୍ପତ୍ତି କିଣିବାକୁ ଆଗ୍ରହ ପ୍ରକାଶ କରୁଥିଲେ ଦିନଟି ଅନୁକୁଳ । ଚାକିରି ପରିବର୍ତ୍ତନ ପାଇଁ ଚେଷ୍ଟା କରୁଥିଲେ ସକାରାତ୍ମକ ଖବର ମିଳିପାରେ ।

3/6

କନ୍ୟା ରାଶି

ପୂର୍ବରୁ କରିଥିବା କାର୍ଯ୍ୟରୁ ଭଲ ଲାଭ ମିଳିପାରେ । ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମର ପୂର୍ଣ୍ଣ ଲାଭ ପାଇବେ। ଆକାଉଣ୍ଟସ୍ ଏବଂ ବୀମା କ୍ଷେତ୍ର ସହିତ ଜଡିତ ବ୍ୟକ୍ତିଙ୍କ ପାଇଁ ରୋଜଗାର ଦୃଷ୍ଟିରୁ ଦିନଟି ଭଲ । କାର୍ଯ୍ୟସ୍ଥଳରେ ବିପରୀତ ଲିଙ୍ଗର ସହକର୍ମୀ ଆପଣଙ୍କୁ ସମର୍ଥନ କରିପାରନ୍ତି । କଳା ଏବଂ ସଙ୍ଗୀତ କ୍ଷେତ୍ର ସହିତ ଜଡିତ ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭ ହେବ । ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିବାର ସ୍ୱପ୍ନ ଥିଲେ ଶୁଭ ସଂକେତ ମିଳିପାରେ ।

4/6

ମକର ରାଶି

କାମ ଦୃଷ୍ଟିରୁ ଆପଣଙ୍କ ପାଇଁ ଦିନଟି ଭଲ । ସରକାରୀ କ୍ଷେତ୍ର ସହ ଜଡିତ ଥିଲେ ସଫଳତା ହାସଲ କରିବେ । ପୋଷାକ ଏବଂ ଯାନବାହାନ ସମ୍ବନ୍ଧୀୟ କାର୍ଯ୍ୟରେ ବିଶେଷ ଲାଭ ମିଳିବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିପାରେ। ଚାକିରି ଖୋଜୁଥିଲେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ବ୍ୟବସାୟ କରୁଥିଲେ ଦିନଟି ବିଶେଷ ଲାଭଦାୟକ ହେବ। ବିଦେଶୀ ଉତ୍ସରୁ ଭଲ ଲାଭ ମିଳିପାରେ ।

5/6

ମୀନ ରାଶି

ପାରିବାରିକ ଜୀବନରେ ଆପଣଙ୍କ ପାଇଁ ଆନନ୍ଦର ଦିନ । ଜୀବନସାଥୀଙ୍କ ସମର୍ଥନରୁ ଆପଣ ଲାଭବାନ ହେବେ। ନୂତନ ଯୋଜନା ପ୍ରଣୟନ କରିବାକୁ ଦିନଟି ଭଲ । ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ । ମାନ ସମ୍ମାନ ବୃଦ୍ଧି ପାଇବ । କୌଣସି ମାମଲା କୋର୍ଟରେ ଚାଲିଥିଲେ ଆପଣଙ୍କ ସପକ୍ଷରେ ରାୟ ଯାଇପାରେ । ଅଟକି ରହିଥିବା ଟଙ୍କା ସହଜରେ ମିଳିପାରେ। ଶିକ୍ଷାଗତ ପ୍ରତିଯୋଗିତା ଦୃଷ୍ଟିରୁ ଦିନଟି ଭାଗ୍ୟଶାଳୀ ।

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।