ମଙ୍ଗଳବାର ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗା ତୀର୍ଥରେ ପବିତ୍ର ମାଘସପ୍ତମୀ ଲକ୍ଷାଧିକ ସଂଖ୍ୟାରେ ବୁଡ ପକାଇବେ ଶ୍ରଦ୍ଧାଳୁ। ଏଥିପାଇଁ ଚନ୍ଦ୍ରଭାଗାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏସପି ବିନୀତ ଅଗ୍ରୱାଲ ଏଥିନେଇ ଗଣମାଧ୍ୟମ ଜରିଆରେ ବୁଡରେ ସୁରକ୍ଷା ଓ ଟ୍ରାଫିକ କଟକଣା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।
Trending Photos
ପୁରୀ: ରାତି ପାହିଲେ ପବିତ୍ର ମାଘ ସପ୍ତମୀ। ମଙ୍ଗଳବାର ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗା ତୀର୍ଥରେ ପବିତ୍ର ମାଘସପ୍ତମୀ ଲକ୍ଷାଧିକ ସଂଖ୍ୟାରେ ବୁଡ ପକାଇବେ ଶ୍ରଦ୍ଧାଳୁ। ଏଥିପାଇଁ ଚନ୍ଦ୍ରଭାଗାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏସପି ବିନୀତ ଅଗ୍ରୱାଲ ଏଥିନେଇ ଗଣମାଧ୍ୟମ ଜରିଆରେ ବୁଡରେ ସୁରକ୍ଷା ଓ ଟ୍ରାଫିକ କଟକଣା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।
ବୁଡରେ ୬ ଜଣ ଅତିରିକ୍ତ ଏସପି, ୧୩ ଜଣ ଡିଏସପି, ୩୯ ଇନ୍ସପେକ୍ଟରଙ୍କ ସହିତ ୩୩ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏପରିକି ଓଡ୍ରାଫ ଓ ଲାଇଫ ଗାର୍ଡ ଟିମ ମଧ୍ୟ ଉପସ୍ଥିତ ରହିବେ। ୩ ତାରିଖରୁ ଚନ୍ଦ୍ରଭାଗାରେ ପୁଲିସ ନିୟୋଜିତ ହୋଇ ଚନ୍ଦ୍ରଭାଗାରେ ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ନଜର ରଖିବେ। ଶ୍ରଦ୍ଧାଳୁମାନେ କିଭଳି ସୁରକ୍ଷିତ ଭାବେ ବୁଡ ପକାଇ ସୁସ୍ଥ ଅନୁଭୂତି ନେଇ ପେରିବେ ସେଥିପାଇଁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ବିଭିନ୍ନ ଦିଗ ଉପରେ ନଜର ରଖି ଭିଡ ସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପରାମର୍ଶ ଦିଆଯାଇଥିବା କହିଛନ୍ତି ଏସପି ଶ୍ରୀ ଅଗ୍ରୱାଲ।
ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଚନ୍ଦ୍ରଭାଗା ଆଖପାଖ ଅଞ୍ଚଳରେ ବିଭିନ୍ନ ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି। ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଜାରି କରାଯାଇଛି। ପୁରୀ ପାର୍ଶ୍ୱରୁ ଆସୁଥିବା ବସ ଓ ସମସ୍ତ ଚାରିଚକିଆ ଯାନ ଗୁଡିକ ରାମଚଣ୍ଡୀ ଥାନା ନିକଟରେ ପାର୍କିଂ କରାଯିବ। ସେଠାରୁ ପୁଣି ସମାନ ରାସ୍ତାରେ ଏହି ଯାନ ଗୁଡିକ ଫେରିବେ। କାକଟପୁର ଓ ନିମାପଡ଼ା ପାର୍ଶ୍ୱରୁ ଆସୁଥିବା ବସ ଏବଂ ଚାରିଚକିଆ ଯାନଗୁଡିକ କୋଣାର୍କ ହେଲିପ୍ୟାଡ ଗ୍ରାଉଣ୍ଡରେ ପାର୍କି ହେବ। ଏହା ସହିତ ଆଇଓସିଏଲ ପାର୍କିଂକୁ ମଧ୍ୟ ବିକଳ୍ପ ଭାବେ ରଖାଯାଇଛି। ପୁରୀ ପାର୍ଶ୍ବରୁ ଆସୁଥିବା ୨ ଚକିଆ ଯାନ ଲାଇଟ ହାଉସ ନିକଟ ବାମ ପାର୍ଶ୍ୱରେ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯିବ।
ସେପଟେ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଘ ଶୁକ୍ଲ ଷଷ୍ଠୀ ରାତିରୁ ମାଧିପୁର ଗ୍ରାମର ଶ୍ରୀଶ୍ରୀ ତ୍ରିବେଣୀଶ୍ୱର, ସନ୍ଥପୁର ଗ୍ରାମର ଇଶାଣେଶ୍ୱର, କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ନିଜ ନିଜ ସ୍ଥାନରୁ ବାହାରି ବିମାନ ବିଜେ କରିବେ। ଚଳନ୍ତି ପ୍ରତିମାଙ୍କ ପୂଜାହୋମ କର୍ମସମ୍ପାଦନ ପରେ ତିନି ଠାକୁର ତୀର୍ଥ ଜଳରେ ସ୍ନାନ କରିବେ। ପରେ ଅପେକ୍ଷା ରତ ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ବୁଡ ପକାଇବେ। ଚନ୍ଦ୍ରଭାଗା ତୀର୍ଥ ଜଳରେ ସ୍ନାନ ସାରି ସୂର୍ଯ୍ୟଦେବଙ୍କ ଦର୍ଶନ ଓ ଦାନ କଲେ ସମସ୍ତ ପାପ କ୍ଷୟ ହୋଇ ମୁକ୍ତିମିଳିଥାଏ ବୋଲି ଶ୍ରଦ୍ଧାଳୁମାନଙ୍କର ବିଶ୍ୱାସ ରହିଛି।
Also Read- ଆପଣ ଗରମ ମସଲା ବ୍ୟବହାର କରୁଛନ୍ତି କି? ଜାଣନ୍ତୁ ଏହାର ଲାଭ ଏବଂ କ୍ଷତି
Also Read- Shani Gochar: ହୋଲି ପରେ ଭରିଯିବ ରଙ୍ଗ ୩ ରାଶିର ଭାଗ୍ୟରେ, ମିଳିବ ଆର୍ଥିକ ଲାଭ