୧୭୮୯ଜଣ ଶିକ୍ଷକଙ୍କୁ ମିଳିବ ସପ୍ତମ ବେତନ କମିଶନ ଦରମା
Advertisement
Article Detail0/zeeodisha/odisha2123672

୧୭୮୯ଜଣ ଶିକ୍ଷକଙ୍କୁ ମିଳିବ ସପ୍ତମ ବେତନ କମିଶନ ଦରମା

7th Pay Commission Salary: ରାଜ୍ୟ କ୍ୟାବିନେଟର ଅନୁମୋଦନ ଆଜି ଶିକ୍ଷକଙ୍କ ପାଇଁ ଖୁସି ଖବର ଆଣିଦେଇଛି । ଶତପ୍ରତିଶତ ବ୍ଲକଗ୍ରାଣ୍ଟ ପାଉଥିବା ସମସ୍ତ ଅନୁଦାନପ୍ରାପ୍ତ ଜୁନିୟର କଲେଜ, ବେସରକାରୀ କଲେଜ ଏବଂ ମାଧ୍ୟମିକ ସ୍କୁଲର ଶିକ୍ଷକଙ୍କ ସମେତ କର୍ମଚାରୀମାନଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ କରାଯାଇଛି । 

୧୭୮୯ଜଣ ଶିକ୍ଷକଙ୍କୁ ମିଳିବ ସପ୍ତମ ବେତନ କମିଶନ ଦରମା

7th Pay Commission Salary: ରାଜ୍ୟ କ୍ୟାବିନେଟର ଅନୁମୋଦନ ଆଜି ଶିକ୍ଷକଙ୍କ ପାଇଁ ଖୁସି ଖବର ଆଣିଦେଇଛି । ଶତପ୍ରତିଶତ ବ୍ଲକଗ୍ରାଣ୍ଟ ପାଉଥିବା ସମସ୍ତ ଅନୁଦାନପ୍ରାପ୍ତ ଜୁନିୟର କଲେଜ, ବେସରକାରୀ କଲେଜ ଏବଂ ମାଧ୍ୟମିକ ସ୍କୁଲର ଶିକ୍ଷକଙ୍କ ସମେତ କର୍ମଚାରୀମାନଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ କରାଯାଇଛି । କେବଳ ସେତିକି ନୁହେଁ, ରାଜ୍ୟର ଗ୍ରାଣ୍ଟ-ଇନ୍‌-ଏଡ୍ ପାଉଥିବା ସମସ୍ତ ବେସରକାରୀ ତଥା ନୂଆ ଅନୁଦାନପ୍ରାପ୍ତ ହାଇସ୍କୁଲ ସମେତ ସଂସ୍କୃତ ଟୋଲର ଶିକ୍ଷକ ଏବଂ କର୍ମଚାରୀମାନଙ୍କୁ ମଧ୍ୟ ସପ୍ତମ ବେତନ କମିଶନ ହାରରେ ଦରମା ମିଳିବ ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ମ ନିଷ୍ପତ୍ତି ନିଆଯାଇଛି । ୨୦୧୪ ବ୍ଲକଗ୍ରାଣ୍ଟ ଅର୍ଡର ବଳରେ ଓଡ଼ିଶା ସଂଶୋଧିତ ବେତନ ହାର ନିୟମ ୨୦୧୭ (ସପ୍ତମ ବେତନ) ହାରରେ ଅନୁଦାନ ପ୍ରଦାନ ପାଇଁ ଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛି । ଉପରୋକ୍ତ ଶିକ୍ଷାନୁଷ୍ଠାନ ଗୁଡିକର ବିଭିନ୍ନ ବର୍ଗର କର୍ମଚାରୀମାନେ ୨୦୨୨ ମସିହା ପରଠୁ ଶତପ୍ରତିଶତ ବ୍ଲକଗ୍ରାଣ୍ଟ ଅନୁଦାନ ପାଉଥିଲେ ।  ବର୍ତ୍ତମାନ କ୍ୟାବିନେଟ୍ ନିଷ୍ପତ୍ତି ପରେ ୨୦୨୪ ଜାନୁୟାରୀ ପହିଲାରୁ ପିଛିଲା ଭାବେ ସପ୍ତମ ବେତନ ହାରରେ ସଂଶୋଧିତ ଅନୁଦାନ ପାଇବେ । ରାଜ୍ୟର ମୋଟ ୧୭୮୯ ଜଣ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଏଥିରେ ଉପକୃତ ହେବେ । ଏଥିପାଇଁ ବର୍ଷକୁ ଅତିରିକ୍ତ ୨୭.୩୭କୋଟି ଟଙ୍କାର ଆର୍ଥିକ ବ୍ୟୟ ରାଜ୍ୟ ସରକାର ବହନ କରିବେ । ଗଣଶିକ୍ଷା ବିଭାଗ ଅଧୀନରେ ଆସୁଥିବା ବେସରକାରୀ ନୂତନ ଅନୁଦାନପ୍ରାପ୍ତ ହାଇସ୍କୁଲ ଏବଂ ସଂସ୍କୃତ ଟୋଲର ଯୋଗ୍ୟ ଶିକ୍ଷକ ଓ କର୍ମଚାରୀମାନଙ୍କୁ ମଧ୍ୟ ସପ୍ତମ ବେତନ ହାରରେ ଦରମା ମିଳିବ । ଏହଦ୍ୱାରା ଶତପ୍ରତିଶତ ଅନୁଦାନ ପାଉଥିବା ୬୨୭ ବେସରକାରୀ ନୂଆ ଅନୁଦାନପ୍ରାପ୍ତ ହାଇସ୍କୁଲ ଏବଂ ୩୯ଟି ସଂସ୍କୃତ ଟୋଲର ୭୭୯୬ ଜଣ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ ।

Also Read- Weather News: ୩ଟି ସହରର ତାପମାତ୍ରା ୩୬ ଡିଗ୍ରୀ ପରେ, ଆସନ୍ତାକାଲି ଏହି ସ୍ଥାନରେ ବର୍ଷା ସମ୍ଭାବନା...

Also Read- ଆନ୍ତର୍ଜାତୀୟ ପଦକ ବିଜେତା ପ୍ରଣତୀ ନାୟକ ଏବଂ ମନ୍ନତା ମିଶ୍ରଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ