ପ୍ରେମିକା ପାଇଁ ବିଜେଡି ନେତାଙ୍କ ଘରେ ହଜାରେ କଳି, କିଏ ପଡ଼ିବ ବଳି?
Advertisement
Article Detail0/zeeodisha/odisha1224321

ପ୍ରେମିକା ପାଇଁ ବିଜେଡି ନେତାଙ୍କ ଘରେ ହଜାରେ କଳି, କିଏ ପଡ଼ିବ ବଳି?


ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ତାଙ୍କ ପ୍ରେମିକା ସୋମାଲିକାଙ୍କ ପ୍ରେମ ବିବାହକୁ ନେଇ ଏବେ ବଢିବାରେ ଲାଗିଛି ଅଡ଼ୁଆ । ଜଗତସିଂହପୁର ଜିଲ୍ଲା ସବ ରେଜିଷ୍ଟ୍ରାର ଅଫିସରେ ଗତକାଲି ରେଜିଷ୍ଟ୍ରୀ ବିବାହ ପାଇଁ ଦରଖାସ୍ତକୁ ୩୦ ଦିନ ବିତିଥିଲା । 

ପ୍ରେମିକା ପାଇଁ ବିଜେଡି ନେତାଙ୍କ ଘରେ ହଜାରେ କଳି, କିଏ ପଡ଼ିବ ବଳି?

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଜଗତସିଂହପୁର ସଦର ଥାନାରେ ଏତଲା। ଏହି ଏତଲା ଦେଇଛନ୍ତି ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରେମିକା ସୋମାଲିକା ଦାଶ । ଗତକାଲି ସବ୍ ରେଜିଷ୍ଟ୍ରାର ଅଫିସକୁ ବିବାହ କରିବାକୁ କହିଥିଲେ । ହେଲେ ବିଧାୟକ ଆସିନଥିବା ଅଭିଯୋଗ କରି ଏତଲା ଦେଇଛନ୍ତି ପ୍ରେମିକା ।

ଆଲୋଚନା ପରେ ଗତକାଲି ପ୍ରେମିକା ସୋମାଲିକା, ଓକିଲ ଏବଂ ପରିବାର ସଦସ୍ୟଙ୍କୁ ନେଇ ସବ୍ ରେଜିଷ୍ଟ୍ରାର ଅଫିସ ଯାଇଥିଲେ । ଦୀର୍ଘ ସମୟ ଅପେକ୍ଷା ପରେ ବି ବିଜୟ ଶଙ୍କରଙ୍କ ଦେଖା ନଥିଲା । ଯାହାକୁ ନେଇ ରାଗିଯାଇଥିଲା ପ୍ରେମିକା ସୋମାଲିକା । ପରେ ମିଡିଆ (Media) ଆଗରେ ବଖାଣିଥିଲେ ସବୁ ସତକଥା। 

ତିର୍ତ୍ତୋଲ ବିଧାୟକ (Tirtol Mla) ବିଜୟ ଶଙ୍କର ଦାସ ଓ ତାଙ୍କ ପ୍ରେମିକା ସୋମାଲିକାଙ୍କ ପ୍ରେମ ବିବାହକୁ ନେଇ ଏବେ ବଢିବାରେ ଲାଗିଛି ଅଡ଼ୁଆ । ଜଗତସିଂହପୁର ଜିଲ୍ଲା ସବ ରେଜିଷ୍ଟ୍ରାର ଅଫିସରେ ଗତକାଲି ରେଜିଷ୍ଟ୍ରୀ ବିବାହ ପାଇଁ ଦରଖାସ୍ତକୁ ୩୦ ଦିନ ବିତିଥିଲା । ସୋମାଲିକାଙ୍କ ଅଭିଯୋଗ ଅନୁସାରେ ରେଜେଷ୍ଟ୍ରି ବିବାହ ପାଇଁ ଗୁରୁବାର ରାତିରେ ବିଜୟ ଶଙ୍କର ଓ ତାଙ୍କ ସମ୍ପର୍କୀୟଙ୍କ ସହିତ ଆଲୋଚନା ହୋଇଥିଲା । 

ଆଲୋଚନା ମୁତାବକ ପ୍ରେମିକା ସୋମାଲିକାଙ୍କ (GirlFriend Somalika) ଓକିଲ ଓ ପରିବାର ସହିତ ସବ ରେଜିଷ୍ଟ୍ରାର ଅଫିସରେ ପହଞ୍ଚି ଥିଲେ ମଧ୍ୟ ବିଜୟ ଶଙ୍କରଙ୍କ ଦେଖାନଥିଲା । ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ବିଜୟ ଶଙ୍କରଙ୍କ ଦେଖା ନଯିବାରୁ ଆଇନର ଆଶ୍ରୟ ନେବୁ ବୋଲି କହିଥିଲେ ସୋମାଲିକା। ଆଉ ଆଜି ସେହି ଆଧାରରେ ବିଧାୟକଙ୍କ ପ୍ରେମିକା ସୋମାଲିକା ଜଗତସିଂହପୁର ସଦର ଥାନାରେ ଏତଲା ଦେଇଛନ୍ତି। ତେବେ ଏଠାରେ ଏକ ପ୍ରଶ୍ନ ଉଠିବାବି ସ୍ୱାଭାବିକ, କି ବିଧାୟକ କାହିଁକି ପ୍ରଥମେ ରେଜିଷ୍ଟ୍ରି ମ୍ୟାରେଜ୍ କରିବାକୁ ଚାହିଁଲେ। କାରଣ ଏ କଳି ଏବେର ନୁହେଁ ଏ କଳି ବହୁ ପୂର୍ବର। ବିଧାୟକଙ୍କ ମା ଅର୍ଥାତ୍ ତିର୍ତ୍ତୋଲର ପୂର୍ବତନ ବିଧାୟକ ବିଷ୍ଣୁଦାସଙ୍କ ସ୍ତ୍ରୀ ଠିକ୍ ମାସେ ତଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । 

ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ମା ହେଉଛନ୍ତି ସଂଯୁକ୍ତା ଦାସ । ନିଜ ବିବାହ ପାଇଁ କୋର୍ଟରେ (Court Marriage) ଆବେଦନ କରିଥିଲେ ବିଜୟ ଶଙ୍କର । ସୂଚନା ଅନୁସାରେ ପୁଅ ବାହାଘରରେ ମା ସଂଯୁକ୍ତା ଜମାରୁ ରାଜିନୁହଁନ୍ତି। ତେବେ ମାଙ୍କ ମୁହଁକୁ ଚାହିଁ ବିଧାୟକ ଗତକାଲି ରେଜିଷ୍ଟ୍ରାର ଅଫିସ ଆସିନଥିବା କହିଛନ୍ତି ସୋମାଲିକା ।