ଦକ୍ଷିଣ ଆଫ୍ରିକା ଟିମ୍ ଭାରତରେ ଆୟୋଜିତ ହେବାକୁ ଥିବା ବିଶ୍ୱକପରୁ ହେବ ବାହାର! ଜାଣନ୍ତୁ ଏହାର କାରଣ
Advertisement
Article Detail0/zeeodisha/odisha1255447

ଦକ୍ଷିଣ ଆଫ୍ରିକା ଟିମ୍ ଭାରତରେ ଆୟୋଜିତ ହେବାକୁ ଥିବା ବିଶ୍ୱକପରୁ ହେବ ବାହାର! ଜାଣନ୍ତୁ ଏହାର କାରଣ

South Africa Cricket Team: ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆ ବିପକ୍ଷ ୩ଟି ମ୍ୟାଚ ବିଶିଷ୍ଟ ଏକଦିବସୀୟ ଅନ୍ତର୍ଜାତୀୟ ସିରିଜକୁ ବାତିଲ କରିଛି । ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲିଆକୁ ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୨୩ ସୁପର ଲିଗ୍ ସିରିଜ୍ (ICC World Cup 2023 Super League) ପାଇଁ ଏହି ପଏଣ୍ଟ ମିଳିଯିବ ।

ଦକ୍ଷିଣ ଆଫ୍ରିକା ଟିମ୍ ଭାରତରେ ଆୟୋଜିତ ହେବାକୁ ଥିବା ବିଶ୍ୱକପରୁ ହେବ ବାହାର! ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: South Africa Cricket Team: ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ (South Africa Cricket Team) ଆସନ୍ତା ବର୍ଷ ଭାରତ (India) ରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି କ୍ରିକେଟ୍ ବିଶ୍ୱକପ୍ (ICC Cricket World Cup)  ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବା ରାସ୍ତାରେ ଅସୁବିଧା ସୃଷ୍ଟି କରିନେଇଛି । ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆ ବିପକ୍ଷ ୩ଟି ମ୍ୟାଚ ବିଶିଷ୍ଟ ଏକଦିବସୀୟ ଅନ୍ତର୍ଜାତୀୟ ସିରିଜକୁ ବାତିଲ କରିଛି । ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲିଆକୁ ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୨୩ ସୁପର ଲିଗ୍ ସିରିଜ୍ (ICC World Cup 2023 Super League) ପାଇଁ ଏହି ପଏଣ୍ଟ ମିଳିଯିବ ।

ଆଇସିସି ବିଶ୍ୱକପ ୨୦୨୩ ସୁପର ଲିଗ୍ ପଏଣ୍ଟ ଟେବୁଲରେ ଦକ୍ଷିଣ ଆଫ୍ରିକା ଦଳ ଏକାଦଶ ସ୍ଥାନରେ ରହିଛି । ଏଭଳି ପରିସ୍ଥିତିରେ ଦଳକୁ ସିଧାସଳଖ କ୍ୱାଲିଫାଇ କରିବା କଷ୍ଟକର ହେବ । ଏଥି ସହିତ ଯଦି ଅଷ୍ଟ୍ରେଲିଆକୁ ୩୦ ପଏଣ୍ଟ ମିଳିଯାଏ, ତେବେ ଦକ୍ଷିଣ ଆଫ୍ରିକାର ଦଳ ଆହୁରି ତଳକୁ ଖସିପାରେ । ଏହି କାରଣରୁ ଦକ୍ଷିଣ ଆଫ୍ରିକା ଟିମର ବିଶ୍ୱକପ୍ ୨୦୨୩ ପାଇଁ ସିଧାସଳଖ କ୍ୱାଲିଫାଇ କରିବା ବର୍ତ୍ତମାନ ବିପଦରେ ଅଛି, କାରଣ ଦଳ ଅଧିକ ଏକଦିବସୀୟ ଖେଳିବ ନାହିଁ ।

ବାସ୍ତବରେ, ଜାନୁଆରୀରେ ଦକ୍ଷିଣ ଆଫ୍ରିକା ଟିମକୁ ଅଷ୍ଟ୍ରେଲିଆରେ ଏକ ODI ସିରିଜ୍ ଖେଳିବାର ଥିଲା । ଦକ୍ଷିଣ ଆଫ୍ରିକା ଦ୍ୱାରା ଏହାକୁ ବାତିଲ କରାଯାଇଛି, କାରଣ ବୋର୍ଡ ଚାହୁଁଛି ଯେ ସେମାନଙ୍କ ଖେଳାଳିମାନେ ନୂତନ ଟି-20 ଲିଗ୍ ପାଇଁ ଉପଲବ୍ଧ ହୁଅନ୍ତୁ । ଏହି କାରଣରୁ ଦକ୍ଷିଣ ଆଫ୍ରିକା ଦଳ ଟେଷ୍ଟ ସିରିଜ୍ ଖେଳିବା ପରେ ଘରକୁ ଫେରିବ । ODI ସିରିଜ୍ ବାତିଲ ଯୋଗୁଁ ଅଷ୍ଟ୍ରେଲିଆ ୩୦ ପଏଣ୍ଟ ପାଇବାକୁ ଯାଉଛି, ଯେଉଁଥିପାଇଁ ଆଇସିସିର ଅନୁମୋଦନକୁ ଅପେକ୍ଷା କରାଯାଇଛି ।

ଏହା ବି ପଢ଼ନ୍ତୁ:-ଆହୁରି ଭୀଷଣ ହେବ ୟୁକ୍ରେନ-ଋଷ ଯୁଦ୍ଧ! ଇରାନ ଓ ଆମେରିକାର ଏହି ପଦକ୍ଷେପରୁ ବଢ଼ିଲା ଟେନସନ୍

ଏହା ବି ପଢ଼ନ୍ତୁ:-'ଶ୍ରୀଲଙ୍କା ପରି ପରିସ୍ଥିତି ଭାରତରେ ମଧ୍ୟ ହୋଇପାରେ', ମୁକେଶ ଅମ୍ବାନୀ-ଅଜୟ ଦେବଗନଙ୍କ ନାମ ନେଇ ବଲିଉଡ ଅଭିନେତା କଲେ ଟ୍ୱିଟ୍

ଏହା ବି ପଢ଼ନ୍ତୁ:-ପୁଣି ଏକାଠି ହେବେ ବିଜେପି-ଶିବସେନା!

ଆଇସିସି ଟୁର୍ନାମେଣ୍ଟର ବ୍ରାନ୍ କୁହାଯାଉଥିବା ଦକ୍ଷିଣ ଆଫ୍ରିକା ଯଦି ଦଳ ସିଧାସଳଖ ଯୋଗ୍ୟତାର ଦୌଡ଼ରୁ ବାହାର ହୋଇଯାଆନ୍ତି ତେବେ ତାଙ୍କୁ ଯୋଗ୍ୟତା ପର୍ଯ୍ୟାୟ ଦେଇ ଗତି କରିବାକୁ ପଡ଼ିବ । ସେହି କ୍ଷେତ୍ରରେ ଦକ୍ଷିଣ ଆଫ୍ରିକାର ଦଳ ଯୋଗ୍ୟତା ଅର୍ଜନ କରିପାରିବ, କିନ୍ତୁ ଦଳକୁ କ୍ରମାଗତ ଭାବରେ ଅଧିକ ମ୍ୟାଚ୍ ଖେଳିବାକୁ ପଡିବ । ତେବେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ଏହା ମଧ୍ୟ କହିଛି ଯେ ଯଦି ସିରିଜ୍ ରିଶେଡ୍ୟୁଲ ହୁଏ ତେବେ ଆମେ ଖେଳିବାକୁ ପ୍ରସ୍ତୁତ ।