Khandagiri Jatra Sop: ଏହାରି ମଧ୍ୟରେ ମୁଣ୍ଡ ଟେକିଛି ହକି ମହାକୁମ୍ଭ ଉଦଯାପନୀ ଉତ୍ସବ କଥା। ଚର୍ଚ୍ଚା ହେଉଛି ବାହାରୁ ବଲିଉଡରୁ ଅଭିନେତ୍ରୀ ଦିଶା ପଟାନୀଙ୍କୁ ଡ଼କାଯାଇ ନୃତ୍ୟ ପରିବେଷଣ କରାଗଲା। ତାଙ୍କୁ ଜଦି ବ୍ୟାନ କରାଗଲା ନାହିଁ ତେବେ ଆମକୁ କଣ ପାଇଁ ବ୍ୟାନ କରାଯାଉଛି ସେ ନେଇ ପ୍ରଶ୍ନ ଉଠିଛି।
Trending Photos
Khandagiri Mela: ଆଉ କିଛିଦିନ ପରେ ଖଣ୍ଡଗିରିରେ ଲାଗିବ ମେଳା । ରାଜ୍ୟର କୋଣ ଅନୁକୋଣରୁ ଲୋକ ଏଠାରେ ଭିଡ଼ ଜମାଇବେ । ହେଲେ ଭୁବନେଶ୍ୱର ମହାନଗର ନିଗମର ଏସଓପି ଏବେ ଯାତ୍ରା କଳାକାର ଓ ଯାତ୍ରା କମିଟିଙ୍କ ଟେନସନକୁ ବଢାଇଦେଇଛି। ଏଥର ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ଉପରେ ଲାଗିବ ରୋକ୍। ଅଶାଳୀନ ନୃତ୍ୟ ପରିବେଷଣ ନକରିବାକୁ ଯାତ୍ରା କମିଟିଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ଏସ୍ଓପି ଏହି ଜାରି କରିଛି। ଆସନ୍ତା ଖଣ୍ଡଗିରି ଯାତ୍ରା ପାଇଁ ଏହି ଏସ୍ଓପି ଜାରି ହୋଇଛି।
ତେବେ ସାମାଜିକ ଓ ଧାର୍ମିକ ଭାବନା ଯେପରି କ୍ଷୂର୍ଣ୍ଣ ନହେବ ତା ଉପରେ ଧ୍ୟାନ ଦେବାକୁ ଯାଇ ଏପରି ଏସଓପି ଜାରି କରାଯାଇଛି। ତେବେ କିଛି ଯାତ୍ରା କଳାକାର ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଏହାରି ମଧ୍ୟରେ ମୁଣ୍ଡ ଟେକିଛି ହକି ମହାକୁମ୍ଭ ଉଦଯାପନୀ ଉତ୍ସବ କଥା। ଚର୍ଚ୍ଚା ହେଉଛି ବାହାରୁ ବଲିଉଡରୁ ଅଭିନେତ୍ରୀ ଦିଶା ପଟାନୀଙ୍କୁ ଡ଼କାଯାଇ ନୃତ୍ୟ ପରିବେଷଣ କରାଗଲା। ଏ ଓଡ଼ିଶା ବାସୀ, ଦେଖିଛନ୍ତି ଦିଶା କେମିତି ଡ୍ରେସ ପିନ୍ଧିଥିଲେ, କେମିତି ସବୁ ବାହାର ଅତିଥି ଙ୍କ ସାମ୍ନା ସହ ନବୀନ ପଟ୍ଟନାୟକଙ୍କ ଆଗରେ ନାଚିଥିଲେ । ଆଉ ଏଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।
ହେଲେ ଏହି ମେଳାକୁ ଯେଉଁମାନେ ବର୍ଷତମାମ ଅପେକ୍ଷା କରି ରହିଛନ୍ତି ଯେମିତିକି ଯାତ୍ରା କମିଟି (Jatra Committee) ଓ ଅଭିନେତା ଅଭିନେତ୍ରୀ ସେମାନଙ୍କ ପେଟକୁ ଲାତ୍ ମାରିବା ପରି ଏ ନିଷ୍ପତ୍ତି ନିଆଯାଇଛି। ତେବେ କିଛିକାଂଶରେ କୁହାଯାଉଛି ଯେ, ସରକାର ଏପରି ଏସଓପି ସମସ୍ତଙ୍କ ପାଇଁ କରାଯାଉ । ତେବେ ଏହି ନିଷ୍ପତ୍ତି କେବଳ ଓଡ଼ିଶାର ଯାତ୍ରା କଳାକାରଙ୍କ ପାଇଁ ଲାଗୁ କରାଯାଉଛି ତାହା ଗ୍ରହଣୀୟ ଯୋଗ୍ୟ ନୁହେଁ ବୋଲି ଚର୍ଚ୍ଚା ହେଉଛି। ହେଲେ ଅନେକ ସମୟରେ ଖଣ୍ଡଗିରି ମେଳାରେ ହେଉଥିବା ଯାତ୍ରାରେ ଅଶ୍ଲୀଳ ନୃତ୍ୟ ଓ କାର୍ଯ୍ୟକ୍ରମକୁ ନେଇ ବିବାଦ ଦେଖା ଦେଇଛି। ଏପରିକି ଅଶ୍ଲୀଳ ନୃତ୍ୟକୁ ନେଇ କିଛି ସଂଗଠନ ବିରୋଧ ବି ପ୍ରଦର୍ଶନ କରିଛନ୍ତି।
ଗତକିଛି ମାସ ତଳେ ଭଦ୍ରକରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଜଣେ କଳାକାର ମଞ୍ଚ ଉପରେ ନୃତ୍ୟ ପରିବେଷଣ କରୁଥିବା ବେଳେ ଚପଲ ମାଡ଼ କରିଥିଲେ ମହିଳା । ଭଦ୍ରକରେ(Bhadrak) ଖଚାଖଚ ଭିଡ଼ ମଧ୍ୟରେ ଯାତ୍ରା ପରିବେଷଣ ସମୟରେ ଘଟିଗଲା ଅଭାବନୀୟ ଘଟଣା। ଜଣେ ମହିଳା ତଳେ ଠିଆ ହୋଇ ଯାତ୍ରା ପେଣ୍ଡାଲକୁ ମାରିଲେ ଯୋତା। ତାହା ବି ପୁଣି ଯାତ୍ରା ଆଇଟମ୍ ଗାର୍ଲ (Item Girl) ରାଣୀ ପ୍ରିୟଦର୍ଶିନୀଙ୍କ ଉପରକୁ। ଆଉ ତା ପରେ ତଳେ ଥିବା ମହିଳା ଜଣକ ପେଣ୍ଡାଲ ଉପରକୁ ଉଠି ଗର୍ଜିଥିଲେ। ଯାହାଫଳରେ ଯାତ୍ରା କିଛି ସମୟ ପାଇଁ ବନ୍ଦ ରହିଥିଲା।
Also Read: SVM College ର ପ୍ରିନ୍ସିପାଲଙ୍କ ନୋଟିସ୍, ଭାଲେଣ୍ଟାଇନରେ ବୟଫ୍ରେଣ୍ଡ ବିନା କଲେଜ ମନା !