ଭୁଲ ଖାଦ୍ୟପେୟ ଏବଂ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଯୋଗୁଁ ଅଧିକାଂଶ ଲୋକ ମଧୁମେହ ଭଳି ବିପଦଜନକ ରୋଗରେ ପୀଡିତ ହେଉଛନ୍ତି। ମଧୁମେହ ଏକ ଏପରି ରୋଗ ଯାହାର ଚିକିତ୍ସା ସମ୍ଭବ ନୁହେଁ, କିନ୍ତୁ ଔଷଧ ଏବଂ ଖାଦ୍ୟ ସାହାଯ୍ୟରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ ସ୍ୱାସ୍ଥ୍ୟଗତ କାରଣ ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ଆଳୁ
ମଧୁମେହ ରୋଗୀମାନେ ଅତ୍ୟଧିକ ଆଳୁ ଖାଇବା ଉଚିତ୍ ନୁହେଁ। କାରଣ ଆଳୁ ରକ୍ତରେ ଗ୍ଲୁକୋଜ ସ୍ତର ବୃଦ୍ଧି କରେ। ଯାହା ଯୋଗୁଁ ରକ୍ତରେ ଶର୍କରା ବୃଦ୍ଧି ପାଇପାରେ ।
ଏହା ମଧ୍ୟ ଖାଇବା ମନା
ଆଇସ୍କ୍ରିମ ଖାଇବାକୁ କିଏ ବା ପସନ୍ଦ ନ କରେ, କିନ୍ତୁ ଆଇସକ୍ରିମରେ ଅଧିକ ପରିମାଣର ଚିନି ଥାଏ ଯାହା ରକ୍ତରେ ଶର୍କରା ବୃଦ୍ଧି କରିପାରେ । ତେଣୁ, ମଧୁମେହ ରୋଗୀମାନେ ଆଇସ୍କ୍ରିମ ଖାଇବାରୁ ଦୂରେଇ ରହିବା ଉଚିତ।
କର୍ଣ୍ଣଫ୍ଲେକ୍ସ ଏବଂ ମୁସଲି
ସକାଳ ସମୟରେ କର୍ଣ୍ଣଫ୍ଲେକ୍ସ ଏବଂ ମୁସଲି ଖାଇବା ଉଚିତ୍ ନୁହେଁ । ବଜାରରେ ମିଳୁଥିବା ଏହି କର୍ଣ୍ଣଫ୍ଲେକ୍ସ ଏବଂ ମୁସଲିରେ ଚିନିର ମାତ୍ରା ଅଧିକ ରହିଥାଏ। ଯେଉଁ କାରଣରୁ ଆପଣଙ୍କର ସୁଗାର ସ୍ତର ବଢ଼ି ଯାଇପାରେ।
ଜୁସ୍
ଫଳ ରସ ସ୍ବାସ୍ଥ୍ୟ ପାଇଁ ଭଲ କିନ୍ତୁ ଡାଇବେଟିସ ରୋଗୀଙ୍କ ପାଇଁ ଏହା ବିପଦ ଜନକ ସାବ୍ୟସ୍ତ ହୋଇପାରେ । ଖାଲି ପେଟରେ ଜୁସ୍ ପିଇବା ଦ୍ବାରା ସୁଗାର ସ୍ତର ଅଚାନକ ବଢ଼ିଯାଇ ପାରେ ।
ବ୍ରେଡ୍
ଅନେକ ଲୋକ ସକାଳର ଆରମ୍ଭ ଚା ଏବଂ ବ୍ରେଡରୁ କରିଥାନ୍ତି। ଧଳା ବ୍ରେଡ୍ ରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ବହୁତ୍ ଅଧିକା ଅଧିକ ରହିଥାଏ। ସକାଳେ ଖାଲି ପେଟରେ ଚା ବ୍ରେଡ୍ ଖାଇବା ଦ୍ବାରା ଆପଣଙ୍କ ସୁଗାର ସ୍ତର ଅଚାନକ ବଢ଼ିଯାଇ ପାରେ।
ଖାଲି ପେଟରେ କ'ଣ ଖାଇବା ଉଚିତ୍ ନୁହେଁ?
ବିଶେଷ କରି ସକାଳ ସମୟରେ ଖାଇଥିବା ଭୁଲ୍ ଖାଦ୍ୟ ଆପଣଙ୍କର ସୁଗାର୍ ସ୍ତରକୁ ଅଚାନକ ବଢ଼ାଇ ଦିଏ।
ଭୁଲ୍
ଔଷଧ ଖାଇବା ବ୍ୟତୀତ ଯଦି ଯଦି ଖାଦ୍ୟପେୟରେ ଭୁଲ୍ କରନ୍ତି ସେମାନଙ୍କର ସୁଗାର ସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ। ଏଭଳି ଏକ ସମୟ ଆସେ, ଯେତେବେଳେ ଆପଣଙ୍କଠାରେ ଔଷଧ ବି କାମ କରିବା ବନ୍ଦ୍ କରିଦିଏ।
ट्रेन्डिंग फोटोज़