Advertisement
  • Priyambada Rana

    ପ୍ରିୟମ୍ବଦା ରଣା

Stories by Priyambada Rana

 ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ଉଦ୍ଧାର, ଦେଖନ୍ତୁ ଏହି ଭିଡିଓ.

Sambalpur University Video

ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ଉଦ୍ଧାର, ଦେଖନ୍ତୁ ଏହି ଭିଡିଓ.

Sambalpur University: ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଲାଇବ୍ରେରୀ ସାଇନ୍ସର ଜଣେ ଛାତ୍ରୀ ଉଦ୍ଧାର। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ ସାଇନ୍ସ ବିଭାଗର ଜଣେ ଛାତ୍ରୀଙ୍କର ଗତକାଲି ସନ୍ଧ୍ୟାରେ ଗୁରୁତର ଅବସ୍ଥାରେ ଭି ଆଇ ପି ଲେନ ମେଟାକାନି ମନ୍ଦିର ରାସ୍ତାରୁ ଉଦ୍ଧାର କରାଯାଇ ଭୀମସାର ବୁର୍ଲା ରେ ଚିକିତ୍ସା କରାଯାଉଛି | ଏ ବାବଦରେ ସ୍ଥାନୀୟ ଅଧିବାସୀ ପୋଲିସକୁ ସୂଚନା ଦେଇଥିବା ଜଣାପଡିଥିଲା |ପୋଲିସ ଝିଅ କୁ ଉଦ୍ଧାର କରି ଭୀମସାର ବୁର୍ଲା ରେ ଚିକିତ୍ସା କରାଯାଉଛି। ଖବର ମିଳିବା ପର୍ଯ୍ୟନ୍ତ ଝିଅଟି ଚେତା ଶୂନ୍ୟ ରହିଥିବା ବେଳେ ପ୍ରକୃତ ସତ୍ୟାସତ୍ୟ ଜଣା ପଡି ନ ଥିବା ଜଣାପଡିଛି।

Feb 20,2025, 13:52 PM IST

ପାରାଦୀପ ଲଜ୍ ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ବଙ୍ଗାଳୀ ଯୁବଙ୍କ ମୃତ ଦେହ, ଭାଇରାଲ ହେଉଛି ଏହି ଭିଡି

Odisha

ପାରାଦୀପ ଲଜ୍ ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ବଙ୍ଗାଳୀ ଯୁବଙ୍କ ମୃତ ଦେହ, ଭାଇରାଲ ହେଉଛି ଏହି ଭିଡି

Paradeep News: ଝୁଲନ୍ତା ଅବସ୍ଥାରେ ପାରାଦୀପ ଏକ ଲଜ୍ ର ଛାତ ଉପରୁ ମୃତଦେହ ଉଦ୍ଧାର। ମୃତକ ଜଣଙ୍କ ହେଲେ ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲା ବଡମୈନା ଗ୍ରାମର ସୁମନ୍ତ କୁନାର୍, ବୟସ ୨୮ ବୋଲି ଜଣାପଡିଛି। ସୂଚନା ମୁତାବକ ପାରାଦୀପ ବଡପଡିଆ ନିକଟସ୍ଥ ହୋଟେଲ ସନ୍ତୋଷ ପ୍ଲାଜା ର ୧୦୧ନଂ ରୁମ୍ ରେ ସୁମନ୍ତ କୁନାର୍ ଓ ତାଙ୍କ ସାଥି ଦୁଇଜଣ ମିଶି ଗତ ଫେବୃଆରୀ ୩ତାରିଖ ରୁ ରହି ଆସୁଥିବା ବେଳେ ଗତ ୧୬ ତାରିଖରେ ଅନ୍ୟ ଜଣେ ସାଥି ଆସି ତାଙ୍କ ସହିତ ରହିଥିବା ଜଣାପଡିଛି। ତେବେ ଗତ ୧୬ତାରିଖରେ ୩ଜଣ ସାଥି ଏକାଠି ହୋଇ ହୋଟେଲରେ ରହିଥିବା ବେଳେ ଆଜି ସକାଳୁ ହୋଟେଲ ର ଛାତ ଉପରୁ ଝୁଲନ୍ତା ଅବସ୍ଥାରେ ସୁମନ୍ତ ଙ୍କ ମୃତଦେହ ଉଦ୍ଧାର ହୋଇଛି। 

Feb 17,2025, 18:26 PM IST

ଆନନ୍ଦପୁର ମେଡିକାଲ ଛାତରୁ ଡେଇଁ ଆତ୍ମହତ୍ୟା କଲେ ଜଣେ ରୋଗୀ, ଦେଖନ୍ତୁ ଏହି ଭିଡିଓ...

Odisha

ଆନନ୍ଦପୁର ମେଡିକାଲ ଛାତରୁ ଡେଇଁ ଆତ୍ମହତ୍ୟା କଲେ ଜଣେ ରୋଗୀ, ଦେଖନ୍ତୁ ଏହି ଭିଡିଓ...

Odisha News: ଡାଇଲୋସିସ ର କଷ୍ଟ ସହି ନପାରି ମେଡିକାଲ ଛାତ ରୁ ଡେଇଁ ଆତ୍ମହତ୍ୟା କଲେ ଜଣେ ରୋଗୀ।କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ରେ ଦୀର୍ଘ ଦେଢ଼ ବର୍ଷରୁ ଉର୍ଦ୍ଧ ହେବ କଣ୍ଟିପାଳ ଗାଁର ବିଜୟ ବେହେରା ନାମକ ଜଣେ କିଡ଼ନୀ ରୋଗୀ ଡାଇଲୋସିସ ହେଉଥିଲେ। ଦିନକୁ ଦିନ ପରିବାର ପରିସ୍ଥିତି ସହିତ ତାଙ୍କ ରୋଗର କଷ୍ଟ ଅସହନୀୟ ହୋଇଥିଲା। ଆଜି ସକାଳୁ ସେ ମେଡିକାଲ କୁ ଡାଇଲୋସିସ ହେବା ପାଇଁ ଆସିଥିଲେ। ସେହି ସମୟରେ ମେଡିକାଲ କର୍ମଚାରୀ କେହି ଆସି ନଥିବା ବେଳେ ନିଜ ପତ୍ନୀ କୁ ଜଳଖିଆ ଆଣିବାକୁ ପଠାଇ ନିଜେ ଛାତ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରି ମେଡିକାଲ ରେ ଚିକିତ୍ସା କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି।  

Feb 17,2025, 16:00 PM IST

Trending news

Read More