Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ବଡ଼ ଖବର...
Advertisement
Article Detail0/zeeodisha/odisha2652579

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ବଡ଼ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ବଡ଼ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ବଡ଼ ଖବର...
1.Deportation Process from US: ନୂଆଦିଲ୍ଲୀ: ଆମେରିକାରେ ଅବୈଧ ଭାବରେ ରହୁଥିବା ଭାରତୀୟମାନଙ୍କୁ ଫେରାଇ ଦିଆଯାଇଥିଲା କିନ୍ତୁ ସେମାନଙ୍କ ସହିତ ହୋଇଥିବା ବ୍ୟବହାରକୁ ନେଇ ଅନେକ ପ୍ରଶ୍ନ ଉଠାଯାଉଛି। ଆମେରିକାରୁ ଫେରୁଥିବା ଭାରତୀୟମାନେ କହିଛନ୍ତି ଯେ ସେମାନଙ୍କୁ ଶିକୁଳିରେ ବାନ୍ଧି ପଶୁ ଭଳି ବ୍ୟବହାର କରାଯାଇଥିଲା। ଏବେ ହ୍ୱାଇଟ୍ ହାଉସ୍ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି, ଯେଉଁଥିରେ ଦର୍ଶାଯାଇଛି ଯେ କିପରି ବେଆଇନ ଭାବରେ ରହୁଥିବା ଲୋକମାନଙ୍କୁ ଦେଶାନ୍ତର କରାଯାଉଛି। ଭାରତରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଥିବା ବେଳେ ଏଲୋନ ମସ୍କ ଏହି ଭିଡିଓ ଉପରେ ଖୁସି ପ୍ରକାଶ କରିଛନ୍ତି।
 
2.Mahakumbh Devotees Accident: ପ୍ରୟାଗରାଜରୁ ମହାକୁମ୍ଭରୁ ଫେରୁଥିବା ଭକ୍ତଙ୍କ କାର ଫିରୋଜାବାଦରେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଆଗ୍ରା-ଲକ୍ଷ୍ନୌଏକ୍ସପ୍ରେସୱେରେ କୁମ୍ବରେ ଗାଧୋଇ ଫେରୁଥିବା ଲୋକଙ୍କ ପାଇଁ ଏହା ଏକ ଯନ୍ତ୍ରଣାଦାୟକ ମୁହୂର୍ତ୍ତ,  କାରଟି ଆଗରେ ଅଟକି ରହିଥିବା ଗାଡି ସହିତ ମୁହାଁମୁହିଁ ଧକ୍କା ହୋଇଛି। ଏହି ଭୟଙ୍କର ସଡକ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି।
 
3.liquor production: ଆଜି ପୂର୍ବତନ ଅବକାରୀ ମନ୍ତ୍ରୀ ପ୍ରସନ୍ନ  ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ବର୍ତ୍ତମାନର ସମବାୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାରଙ୍କ ସମବାୟ ଆନ୍ଦୋଳନରେ ଗଢ଼ା ହୋଇଥିବା ୪ଟି ଚିନିକଳରୁ ମାତ୍ର ଗୋଟିଏ ଚିନିକଳ ଏବେ କାର୍ଯ୍ୟକ୍ଷମ ରହିଛି। ରାଜ୍ୟ ସରକାରଙ୍କଠାରୁ ଦୁଇଟି ଚିନିକଳ କିଣିଥିବା ସଂସ୍ଥା ବ୍ୟାଙ୍କରୁ ମୋଟା ଅଙ୍କର ଋଣ ନେଇ ଆଉ କାରଖାନା ଚଳାଉନାହାନ୍ତି। ଏବାବଦରେ ମାମଲା ଲଢ଼ୁଛନ୍ତି ସରକାର। ପୁଣି ଆଉ ଗୋଟିଏ ସଂସ୍ଥାକୁ ବିକ୍ରି କରିବା ଲାଗି ସରକାର  ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅର୍ଥାତ୍‍ ବାସ୍ତବରେ ଗୋଟିଏ ମାତ୍ର ସଂସ୍ଥା ଏବେ ଚାଲିଛି। 
 
4.KIIT Student Death: କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ କେବଳ ରାଜ୍ୟ ରାଜ୍ୟ ନୁହେଁ ଦେଶରେ ଚର୍ଚ୍ଚା ଲାଗି ରହିଛି। ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ କିଟ୍ କ୍ୟାମ୍ପସରେ ଅଶାନ୍ତି ଥମିବାର ନାଁ ନେଉନାହିଁ। ଘଟଣା ଯେତିକି ଆଗକୁ ବଢୁଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହାରି ମଧ୍ୟରେ ମୃତ ନେପାଳୀ ଛାତ୍ରୀଙ୍କ ସୁଇସାଇଡ ନୋଟ ଜବତ କରିଛି ପୋଲିସ। ଯାହାକୁ ନେଇ ଏବେ ସବୁଠି ହଇଚଇ ସୃଷ୍ଟି ହୋଇଛି।
 
5.KIIT student suicide case: ଆଜି ବିଧାନସଭାରେ ହଠାତ୍‍ ମିଶନଶକ୍ତି ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ଚିହିଁକି ଉଠିଛନ୍ତି। ଯଦିଓ ତିନିଦିନ ପୂର୍ବରୁ ବିରୋଧୀ ଦଳ ନେତା ବଜେଟ୍‍ ବାବଦରେ ପ୍ରତିକ୍ରିୟା ରଖିବା ସମୟରେ ମିଶନ ଶକ୍ତିରେ ମହିଳାଙ୍କ ନିଯୁକ୍ତି ପ୍ରସଙ୍ଗକୁ ଉଠାଇଥିଲେ କିନ୍ତୁ ତାହା ସେତେବେଳେ ଏତେ ଗୁରୁତ୍ୱ ନେଇ ନଥିଲା। ହେଲେ ଯେତେବେଳେ କିଟ୍‍ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବିଧାନସଭା ପଡ଼ୁଛି ଉଠୁଛି ସେହି ସମୟରେ ଉଠିଛି ମିଶନ ଶକ୍ତିର ‘ଗୈରିକରଣ‘ ପ୍ରସଙ୍ଗ।  
 
6.Delhi New CM: ମୁଖ୍ୟମନ୍ତ୍ରୀଙ୍କ ଚେହେରାକୁ ନେଇ ଦିଲ୍ଲୀରେ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ବିଜେପି ବିଧାୟକ ଦଳର ନେତା ଚୟନ କରିବା ପାଇଁ ଦୁଇଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି। ଦଳ ରବି ଶଙ୍କର ପ୍ରସାଦ ଏବଂ ଓପି ଧନଖରଙ୍କୁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛି। ଏହି ଉଭୟ ନେତା ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ବୈଠକରେ ଯୋଗଦେବେ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାମ ପ୍ରସ୍ତାବ ଦେବେ।
 
7.Odisha Assembly: ମିଶନଶକ୍ତି ପ୍ରସଙ୍ଗକୁ କେନ୍ଦ୍ରକରି ଆଜି ବିଧାନସଭାରେ ଗୃହ ଚାଲିପାରି ନାହିଁ। ପ୍ରଶ୍ନୋତ୍ତର କାଳକୁ ବି ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଗୃହ ଆରମ୍ଭ ହେବା କ୍ଷଣି ବାଚସ୍ପତି ଗୃହକୁ ଅପରାହ୍ଣ ୩ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଗୃହ ଆରମ୍ଭରୁ ବିରୋଧୀ ବିଜେଡି ବିଧାୟକମାନେ ମିଶନ ଶକ୍ତି ପ୍ରସଙ୍ଗକୁ ନେଇ ଗୃହର ମଧ୍ୟଭାଗକୁ ଆସିଥିଲେ। ଏହି  ଅନୁଷ୍ଠାନକୁ ଗୈରୀକରଣ କରାଯାଉଛି ବୋଲି ଅଭିଯୋଗ କରିଥିଲେ। ନୂଆ ନିର୍ବାହୀ କମିଟି ଗଠନକୁ ବିରୋଧ କରିଥିଲେ। ଅପରପକ୍ଷେ ଶାସକ ଦଳର ବିଧାୟକମାନେ ଏହାକୁ ବିରୋଧ କରିଥିଲେ। ଫଳରେ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା।
 
8.Puri News: ଆଜି ଫାଲଗୁନ କୃଷ୍ଣ ଷଷ୍ଠୀ ତିଥି ବୁଧବାର। ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କର ଏହା ଏକ ଗୁପ୍ତନିତି। ଶ୍ରୀମନ୍ଦିରରେ ଆଜି ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଆରମ୍ଭ ହେବ ମହାପ୍ରଭୁଙ୍କ ଶ୍ରୀମୁଖ ସୃଙ୍ଗାର। ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନ ସାମଗ୍ରୀରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ,ଶଂଖ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ସେବା ଅଥବା ନିତି ହୋଇଥିବାରୁ ଆଜି ପ୍ରାୟ ଅପରାହ୍ନ ୫ ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରାୟ ପାଞ୍ଚଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
 
9.KIIT Tragedy: ରବିବାର କିଟ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ନମ୍ବର ୬ର କୁଇନ୍ସ ହଷ୍ଟେଲ ରୁମ୍ ନମ୍ବର ୧୮ରେ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ପରେ ନେପାଳୀ ଛାତ୍ରଛାତ୍ରୀ ମୃତଦେହ ଦେଖିବାକୁ ଚାହିଁଥିଲେ। ହେଲେ ନେପାଳୀ ଛାତ୍ରୀଙ୍କ ମତଦେହ ନଦେଖେଇବାରୁ ରବିବାର ସନ୍ଧ୍ୟାରୁ ରାତି ଯାଏଁ ଦେଖାଦେଇଥିଲା ଉତ୍ତେଜନା ଓ ଅସନ୍ତୋଷ। ସ୍ଥିତି ଏତେ ଭୟଙ୍କର ହେଲା ଯେ, ନିଜେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ନିଜେ ଆସି ପିଲାଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ପରିସ୍ଥିତି ଶାନ୍ତ ହୋଇନଥିଲା ବରଂ ଆହୁରି ଘନେଇବାରେ ଲାଗିଥିଲା। ଆଉ ଏହାପରେ ରବିବାରରୁ ଆଜି ଯାଏଁ କିଟ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଉଠୁଛି ପଡୁଛି। 
 
10.Crickter Death: ରଣଜୀ ଟ୍ରଫିରେ ମୁମ୍ବାଇର ଅଧିନାୟକ ଥିବା ପୂର୍ବତନ ଚୟନକର୍ତ୍ତା ମିଲିନ୍ଦ ରେଗେଙ୍କର ବୁଧବାର ହୃଦଘାତରେ ମୃତ୍ୟୁ ଘଟିଛି। ମିଲିନ୍ଦ ରେଗେ ୭୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥତା କାରଣରୁ ମିଲିନ୍ଦ ରେଗେଙ୍କୁ ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ପରେ ସକାଳ ୬ ଟାରେ ସେ ମୃତ୍ୟୁ ବରଣ କରିଛନ୍ତି।୨୬ ବର୍ଷ ବୟସରେ ମଧ୍ୟ ହୃଦଘାତ ହୋଇଥିଲା: ମିଲିନ୍ଦ ରେଜଙ୍କ ଦେହାନ୍ତ ହେତୁ କ୍ରିକେଟ୍ ଜଗତରେ ଶୋକର ଲହରୀ ଖେଳିଯାଇଛି। ରିପୋର୍ଟ ଅନୁଯାୟୀ, ପୂର୍ବତନ ଭେଟେରାନ ଅଲରାଉଣ୍ଡର ପୂର୍ବରୁ ଥରେ ୨୬ ବର୍ଷ ବୟସରେ ହୃଦଘାତରେ ପୀଡିତ ହୋଇଥିଲେ। ତେବେ ଏହା ପରେ ସେ ଫିଲ୍ଡକୁ ଫେରିଥିଲେ। ତାଙ୍କ ପତ୍ନୀ ଏବଂ ୨ ପୁଅ ଅଛନ୍ତି।