Advertisement
Photo Details/zeeodisha/odisha2651028
photoDetails0hindi

KIIT University Student Death: ବିଧାନସଭାରେ କିଟ୍‌ ଛାତ୍ରୀ ଆତ୍ମହତ୍ୟା ତାତି, ଅଚ୍ୟୁତ ସାମନ୍ତଙ୍କୁ ଗିରଫ ଦାବି...

KIIT University Student Death: ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT) ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଜଣେ ବି.ଟେକ୍‌ ତୃତୀୟ ବର୍ଷର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଖବରର ସିରୋନାମା ପାଲଟିଛି।

1/6

ଏ ନେଇ ଆଜି ଆଜି ବିଧାନସଭା ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛି ବିରୋଧୀ ବିଜେପି ଓ କଂଗ୍ରେସ।

2/6
ନେପାଳୀ ଛାତ୍ରୀ ପ୍ରକୃତି ଲମସାଲଙ୍କ ଆତ୍ମହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। ତଦନ୍ତ ନହେଲେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି ବିଧାୟକ ତାରା ବାହିନୀପତି। 

3/6

ସେପଟେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ ଦାବି କରିଛନ୍ତି ବିଜେପି ବିଧାୟକ ବାବୁ ସିଂ। କିଟ୍ ପରି ଗଛ କୁ କିଏ ହୃଷ୍ଟ ପୃଷ୍ଟ କରିଥିଲା ବୋଲି ପ୍ରଶ୍ନ କରିଛନ୍ତି ବାବୁ ସିଂ(Babu Singh)।କିନ୍ତୁ ଗତ ୧୫ ବର୍ଷ ଭିତରେ କେତେ ମନ୍ତ୍ରୀ, ବଡ ଲୋକଙ୍କ ପରିବାର ସଦସ୍ୟ କିଟରେ ଚାକିରି କରୁଛନ୍ତି ତାହାର ତଦନ୍ତ ହେବା ଆବଶ୍ୟକ।

4/6
ସେହିପରି ନେପାଳ(Nepal) ସହ ଭାରତର ସମ୍ପର୍କ ଭଲ। ଜଗନ୍ନାଥଙ୍କ ପାଇଁ କସ୍ତୁରୀ ମଧ୍ୟ ସେଠାରୁ ଆସିଥାଏ । ତେଣୁ ଯେଉଁ ନେପାଳୀ ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଯାଇଛି, ତାହା ନିନ୍ଦନୀୟ ବୋଲି କହିଛନ୍ତି ତାରା ବାହିନୀପତି।

5/6

ମନ୍ତ୍ରୀ ସୁରଜ ସୁର୍ଯ୍ୟବଂଶୀ ମଧ୍ୟ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି କିଟ୍‌ ବିଶ୍ବବିଦ୍ୟାଳୟ ଘଟଣା ଦୁର୍ଭାଗ୍ୟଜନକ। ମୃତ ଛାତ୍ରୀଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ବିଶ୍ବବିଦ୍ୟାଳୟ ଓ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସହ ଯୋଗାଯୋଗରେ ଥିବା ସେ କହିଛନ୍ତି। 

6/6
ସେପଟେ  ମୃତ ଛାତ୍ରୀଙ୍କ ସହପାଠୀଙ୍କ ଅଭିଯୋଗ ଆଧାରରେ ପ୍ରକୃତିଙ୍କ ପୁରୁଷ ବନ୍ଧୁ ଅଦ୍ବିକଙ୍କୁ ଗିରଫ କରିଛି ପୋଲିସ ଏଥି ସହ ଘଟଣାର ଅଧିକ ତଦନ୍ତ ଚାଲିଛି।