Weather Update: ରାଜ୍ୟରେ ଜାରି ରହିଛି ଶୀତ-ଖରାର ଲୁଚକାଳି ଖେଳ। ଗତ ୨ ଦିନ ହେବ କିଛି ସ୍ଥାନରେ ତାପମାତ୍ରା ଖସୁଥିଲା। ତେବେ, ଆଜି ରାତିରୁ ପୁଣି ତାପମାତ୍ରା ଉପରମୁହାଁ ହୋଇପାରେ। କିଛି ସ୍ଥାନରେ ପାରଦ ୨ ରୁ ୪ ଡିଗ୍ରୀ ବଢିବ ବୋଲି ଭାରତୀୟ ପାଣିପାଗ ପୂର୍ବାନୁମାନ କରିଛି।
Trending Photos
Weather Update: ରାଜ୍ୟରେ ଜାରି ରହିଛି ଶୀତ-ଖରାର ଲୁଚକାଳି ଖେଳ। ଗତ ୨ ଦିନ ହେବ କିଛି ସ୍ଥାନରେ ତାପମାତ୍ରା ଖସୁଥିଲା। ତେବେ, ଆଜି ରାତିରୁ ପୁଣି ତାପମାତ୍ରା ଉପରମୁହାଁ ହୋଇପାରେ। କିଛି ସ୍ଥାନରେ ପାରଦ ୨ ରୁ ୪ ଡିଗ୍ରୀ ବଢିବ ବୋଲି ଭାରତୀୟ ପାଣିପାଗ ପୂର୍ବାନୁମାନ କରିଛି। ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ ଆକଳନ କରିଛନ୍ତି ଯେ,ଏବେ ପଶ୍ଚିମା ବାୟୁ ପ୍ରବାହ ଉତ୍ତର ପୂର୍ବ ଆଡକୁ ଯାଉଛି। ଗୁରୁଚାପର ପ୍ରଭାବ ବି କମିଛି। ଦେଶର ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ତା ପବନ ଆସୁଛି। ଏଥିପାଇଁ କିଛି ସ୍ଥାନରେ ତାପମାତ୍ରା ଖସିଛି। ଆସନ୍ତା ୫ ଦିନ ଯାଏଁ ଏଭଳି ସ୍ଥିତି ରହିବ। କିଛି ସ୍ଥାନରେ ୧ ରୁ ୨ ଡିଗ୍ରୀ ବଢିଲେ ଅନ୍ୟ ସ୍ଥାନରେ ସେତିକି କମିବ। ରାତିରେ ପାଗ ଆରାମଦାୟକ ରହିବ ବୋଲି ସେ କହିଛନ୍ତି। ଆଜି ନୟାଗଡ଼, ପୁରୀ, ଗଞ୍ଜାମ ଓ ଗଜପତିରେ ଘନ କୁହୁଡି ନେଇ ସତର୍କ ସୂଚନା ଜାରି ହୋଇଛି।
ALSO READ: Today Horoscope: ରବିବାର କେମିତି ରହିବ ୧୨ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆଜିର ରାଶିଫଳ
ରାଉରକେଲାରେ ପାରଦ ୯.୭, ଡିଗ୍ରୀ ରେକର୍ଡ଼ ହୋଇଛି। ଝାରସୁଗୁଡାରେ ୧୧.୬, ସୁନ୍ଦରଗଡରେ ୧୨.୭, ଫୁଲବାଣୀରେ ୧୩.୫, କେନ୍ଦୁଝରରେ ୧୩.୮, କୋରାପୁଟ୍ ରେ ୧୪.୫, ଦାରିଙ୍ଗିବାଡି,ଭଦ୍ରକ ଓ ନୂଆପଡାରେ ୧୫, ବାରିପଦାରେ ୧୫.୫, ସମ୍ବଲପୁରରେ ୧୬.୨ ଡିଗ୍ରୀ ରେକର୍ଡ଼ ହୋଇଛି। ଶନିବାର ଅନୁଗୁଳରେ ଦିନ ତାପମାତ୍ରା ୩୪.୭ ଡିଗ୍ରୀ ସେଲସିୟସ୍ ରେକର୍ଡ଼ ହୋଇଛି।