India vs England: ଆଜି କମ୍ପିବ କଟକ ବାରବାଟୀ ଷ୍ଟାଡିୟମ୍ । ସୁପର୍ ସଣ୍ଡେରେ ହେବ ସୁପର୍ ମୁକାବିଲା । ପଡ଼ିଆକୁ ଓହ୍ଲାଇବେ ଇଣ୍ଡିଆ ଓ ଇଂଲଣ୍ଡ । ଦୀର୍ଘବର୍ଷର ବ୍ୟବଧାନ ପରେ ବାରବାଟୀରେ ଇଣ୍ଡିଆ ବନାମ ଇଂଲଣ୍ଡ ମଧ୍ୟରେ ହେବ ମହାଟକ୍କର। ଯାହାକୁ ନେଇ ଉତ୍ସାହିତ ଅଛନ୍ତି କ୍ରିକେଟ୍ ପ୍ରେମୀ...
ଆଜି ଦିନ ୧ଟା ୩୦ ରେ ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଦ୍ବିତୀୟ ଏକ ଦିବସୀୟ ମ୍ୟାଚ୍। ଏନେଇ ଏବେଠାରୁ ଷ୍ଟାଡିୟମ୍ ଆଗରେ କ୍ରିକେଟ୍ ପ୍ରେମୀଙ୍କ ଭିଡ଼ ବଢିବାରେ ଲାଗିଲାଣୀ।
ALSO READ: Shani Gochar 2025: ଶନିଙ୍କ ଶୁଭ ଚଳନ ଫିଟାଇବ ୫ରାଶିଙ୍କ ଭାଗ୍ୟ,କ୍ୟାରିୟରରେ ମିଳିବ ସଫଳତା ସହ ହେବ ଟଙ୍କା ବର୍ଷା!
ASLO READ: Asima Panda Viral Video: ସମୁଦ୍ର କୂଳରୁ ଭାଇରାଲ୍ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏହି ଭିଡିଓ, ଦେଖନ୍ତୁ
ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ, ୩ ଟିକିଆ ସିରିଜରେ ୧-୦ ରେ ଭାରତ ଆଗୁଆ ଅଛି । ତେଣୁ ଏହି ମ୍ୟାଚ୍ ଜିତି ସିରିଜ୍ ପକ୍କା କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ।
ଅନ୍ୟପଟେ ଏହି ମ୍ୟାଚ୍ ଇଂଲଣ୍ଡ ଟିମ୍ ପାଇଁ କର ବା ମର ପରିସ୍ଥିତି କହିଲେ ଅତୃକ୍ତି ହେବ ନାହିଁ। ଯେହେତୁ ୩ ଟିକିଆ ସିରିଜରୁ ଗୋଟିଏ ସିରିଜ୍ ଭାରତ କବଜା କରିସାରିଛି।
ଯଦି, ଏହି ମ୍ୟାଚ୍-ଟି ଇଂଲଣ୍ଡ ହାତଛଡ଼ା କରିଦିଏ ତାହାଲେ ପୁରା ସିରିଜ୍ ହାତଛଡ଼ା ହୋଇଯିବ। ସେଥିପାଇଁ ଇଂଲଣ୍ଡ ବି ପ୍ରାଣପଣେ ଏହି ମ୍ୟାଚ୍ ଜିତିବା ପାଇଁ ଚେଷ୍ଟା କରିବ। ଯେଉଁଥିପାଇଁ ବାରବାଟୀରେ ଏହି ଦିନିକିଆ ସିରିଜରେ କଡା ଟକ୍କର ଦେଖିବାକୁ ମିଳିବ।
ବାରବାଟୀ ଷ୍ଟାଡିୟମରେ ଭାରତୀୟ ଦଳର ଦମଦାର ରେକର୍ଡ ରହିଛି। ଯଦି ଆମେ ଟିମ୍ ଇଣ୍ତିଆର ବାରବାଟୀ ରେକର୍ଡ଼ ଦେଖିବା । ତେବେ, ଟିମ୍ ଇଣ୍ତିଆ ଏପର୍ଯ୍ୟନ୍ତ ବାରବାଟୀରେ ମୋଟ୍ ୧୭ ଟି ODIଖେଳି ସାରିଛି। ସେଥିମଧ୍ୟରୁ ୧୩ଟିରେ ବିଜୟୀ ହୋଇଛି। ଆଉ ଏହି ବାରବାଟୀରେ ଇଂଲଣ୍ତ ସହ ୫ ଥର ଭାରତ ମୁହାଁମୁହିଁ ହୋଇ ସାରିଛି।
ତେଣୁ ଏହି ମ୍ୟାଚଟି ଅତ୍ୟନ୍ତ ରୋଚକମୟ ହେବ ବୋଲି ଜଣାପଡୁଛି। ଆଉ ଟିମ୍ ଇଣ୍ତିଆ ଏହି ମ୍ୟାଚ୍ ଟି ହାତେଇବ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ।
ବାରବାଟୀ ମ୍ୟାଚ୍ ପାଇଁ ଦିନ ୧୧ ଟାରେ ଖୋଲିବ ଷ୍ଟାଡିୟମ୍ ଗେଟ୍ ବୋଲି ଜଣାପଡିଛି । ଖାଦ୍ୟ ସାମଗ୍ରୀ, ପାଣି ବୋତଲ ଓ ଫଳ ନେବାକୁ ବାରଣ କରାଯାଇଛି। କେବଳ ଟିକେଟ୍, ଫୋନ୍ ଓ ଚଷମା ସାଙ୍ଗରେ ନେଇପାରିବେ ଦର୍ଶକ। ସୁରକ୍ଷା ପାଇଁ ୫୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଭିତରେ ମୃତୟନ ରହିବେ।
ट्रेन्डिंग फोटोज़