ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Trending Photos
1-ଆଜି ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ୍ । ସୁପର ସଣ୍ଡେରେ ବାରବାଟୀ ଷ୍ଟାଡିୟମ୍ରେ ହେବ ସୁପର୍ ମୁକାବିଲା। ଦିନ ୧ଟା ୩୦ରେ ଖେଳାଯିବ ମ୍ୟାଚ୍। ୩ ଟିକିଆ ସିରିଜ୍ରେ ୧-୦ରେ ଆଗୁଆ ଭାରତ।
2-ଆଜି ସୁପର୍ ସଣ୍ଡେରେ ସୁପର୍ ମୁକାବିଲା । ଦୀର୍ଘବର୍ଷର ବ୍ୟବଧାନ ପରେ ବାରବାଟୀରେ ଇଣ୍ଡିଆ ବନାମ ଇଂଲଣ୍ଡ ମଧ୍ୟରେ ହେବ ମହାଟକ୍କର। ଏହାକୁ ନେଇ ଉତ୍ସାହିତ କ୍ରିକେଟ୍ ଫ୍ୟାନ୍ସ.।
3-ବାରବାଟୀ ମ୍ୟାଚ୍ ପାଇଁ ଦିନ ୧୧ ଟାରେ ଖୋଲିବ ଷ୍ଟାଡିୟମ୍ ଗେଟ୍ । ଖାଦ୍ୟ ସାମଗ୍ରୀ, ପାଣି ବୋତଲ ଓ ଫଳ ନେବାକୁ ମନା। ସାଙ୍ଗରେ ନେଇପାରିବେ ଟିକେଟ୍, ଫୋନ୍ ଓ ଚସମା। ଷ୍ଟାଡିୟମରେ ଉପସ୍ଥିତ ରହିବେ ୫୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ।
4-ଅସୁସ୍ଥ ଅଛନ୍ତି ଭେଟେରାନ୍ ଅଭିନେତା ଉତ୍ତମ ମହାନ୍ତି। ଓଡ଼ିଆ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରାଯାଇଛି । ଗତକାଲି ଘରୋଇ ହସ୍ପିଟାଲରୁ ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । ଗ୍ରୀନ କରିଡରରେ ହସ୍ପିଟାଲରୁ ଏୟାରପୋର୍ଟକୁ ନିଆଯାଇଥିଲା । ଲିଭର ସିରୋସିସରେ ପୀଡ଼ିତ ହୋଇ କିମ୍ସ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
5-ଓଡ଼ିଶାର ୩୧୪ଟି ବ୍ଲକରେ ହେବ ବ୍ଲକସ୍ତରୀୟ ଷ୍ଟାଡ଼ିୟମ। ରାଜ୍ୟର ପ୍ରତ୍ୟେକ ବ୍ଲକରେ ଷ୍ଟାଡ଼ିୟମ କରିବା ପାଇଁ ଏବଂ କ୍ରୀଡ଼ା କ୍ଷେତ୍ରରେ ଘରୁ ଘରୁ ଚାଂପିୟନ୍ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
6-ରାଜ୍ୟରେ ଜାରି ରହିଛି ଶୀତ-ଖରାର ଲୁଚକାଳି ଖେଳ। ଗତ ୨ ଦିନ ହେବ କିଛି ସ୍ଥାନରେ ତାପମାତ୍ରା ଖସୁଥିଲା। ତେବେ, ଆଜି ରାତିରୁ ପୁଣି ତାପମାତ୍ରା ଉପରମୁହାଁ ହୋଇପାରେ। କିଛି ସ୍ଥାନରେ ପାରଦ ୨ ରୁ ୪ ଡିଗ୍ରୀ ବଢିବ ବୋଲି ଭାରତୀୟ ପାଣିପାଗ ପୂର୍ବାନୁମାନ କରିଛି।
7-ଯଯାତୀ କେଶରୀ ମେଡ଼ିକାଲ କଲେଜର ନାଁ ପରିବର୍ତ୍ତନ କରାଯାଇ ମହାରାଜ ଯଯାତୀ କେଶରୀ ମେଡ଼ିକାଲ କଲେଜ ନାଁରେ ନାମିତ ଯାଇଛି। ଯାଜପୁର ମହୋତ୍ସବ ‘ଯଯାତି’ର ଉଦଘାଟନ କରି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
8-ଦିଲ୍ଲୀ ବିଜୟ ପରେ BJP ମୁଖ୍ୟାଳୟରେ PM ନରେନ୍ଦ୍ର ମୋଦି କହିଛନ୍ତି, ଦିଲ୍ଲୀ କେବଳ ଗୋଟିଏ ସହର ନୁହେଁ, ଏହା ମିନି ଇଣ୍ଡିଆ। ବିବିଧତା ଥିବା ଦିଲ୍ଲୀରେ ଆମକୁ ପ୍ରଚଣ୍ଡ ବହୁମତ ମିଳିଛି। ବିଶେଷ ଭାବେ ପୂର୍ବାଞ୍ଚଳ ଲୋକଙ୍କୁ କୃତଜ୍ଞତା ଜଣାଉଛି। ତୁଷ୍ଟୀକରଣ ନୁହେଁ, ସନ୍ତୁଷ୍ଟୀକରଣ ନୀତିକୁ ଲୋକେ ବାଛିଛନ୍ତି।
9-ଦିଲ୍ଲୀ ବିଜୟ ପରେ BJP ମୁଖ୍ୟାଳୟରେ PM ନରେନ୍ଦ୍ର ମୋଦି କହିଛନ୍ତି, ଶେଷରେ ଆପ୍ଦାରୁ ମୁକ୍ତ ହେଲା ଦିଲ୍ଲୀ। ବିଜୟ ପାଇଁ ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଉଛି। ଦିଲ୍ଲୀବାସୀଙ୍କ ଏହି ବିଶ୍ୱାସ ଆମ ଉପରେ ଋଣ। ଦ୍ରୁତଗତିରେ ଦିଲ୍ଲୀର ବିକାଶ କରି ଆମେ ଏହି ଋଣ ସୁଝିବୁ। ଗୋଟିଏ ଦଶକର ଆପ୍ଦାରୁ ଦିଲ୍ଲୀ ମୁକ୍ତ ହେଲା।
10-ଆଗାମୀ ଫେବୃଆରୀ ୧୦ ତାରିଖ ସୋମବାର ଦିନ ଭୁବନେଶ୍ୱର ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ପ୍ରକାଶ ପାଇଛି।