Advertisement
Photo Details/zeeodisha/odisha2638506
photoDetails0hindi

Today Horoscope: ରବିବାର କେମିତି ରହିବ ୧୨ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆଜିର ରାଶିଫଳ

Horoscope Today 9 February 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଫେବୃଆରୀ ୯ ହେଉଛି ରବିବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12
ମେଷ-ଚାକିରି କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ଘରେ ଲାଗି ରହିଥିବା କଳହ ଦୂର ହେବ। ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ । ବ୍ୟବସାୟରେ ଲାଭ ଯୋଗ ରହିଛି। ମିଳୁନଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ଅମନଯୋଗୀ ହୋଇପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। 

 

ALSO READ: Sun Transit 2025: ସୂର୍ଯ୍ୟଙ୍କ ଚଳନ ବଦଳାଇବ ଏହି ସବୁ ରାଶିଙ୍କ ଭାଗ୍ୟ, ବଢିବ ବ୍ୟାଙ୍କ୍ ବାଲାନ୍ସ ସହ ମିଳିବ ଖୁସି ଖବର...

ALSO READ: ୫ ରାଶିଙ୍କ ଭାଗ୍ୟ ଫିଟାଇବ ନବପଞ୍ଚମ ରାଜଯୋଗ , ମାଲାମାଲ୍ ହେବା ସହ କିଣିବେ ନୂଆ ଘର...

2/12

ବୃଷ-  ପ୍ରତ୍ୟକ କ୍ଷେତ୍ରରେ ଦିନଟି ଉତ୍ତମ ଫଳ ପ୍ରଦାନ କରିବ। ଆର୍ଥିକ ସ୍ଥିତିରେ ସ୍ଵଚ୍ଛଳତା ଆସିବ। ବ୍ୟବସାୟରେ ଲାଭର ସୁଯୋଗ ରହିଛି। ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇପାରେ । ମାଲିମୋକଦ୍ଦମାରେ ଜୟଯୁକ୍ତ ହେବେ।

3/12

ମିଥୁନ- କର୍ମ କ୍ଷେତ୍ରରେ ସମସ୍ୟା ଦେଖା ଦେବ। ବ୍ୟବସାୟରେ କ୍ଷତି ହେବାର ଯୋଗ ରହିଛି। ପତି ପତ୍ନୀଙ୍କ ଭିତରେ ମନୋମାଳିନ୍ୟ ଦେଖାଦେବ। ପୈତୃକ ସମ୍ପତ୍ତିକୁ ନେଇ ସମସ୍ୟା ଦେଖାଦେଇପାରେ।

4/12

କର୍କଟ- ରାଜନୀତିରେ ସଫଳତା ପ୍ରାପ୍ତ ହେବ। ବ୍ୟବସାୟରେ ଏତେ ଭଲ ଫଳ ମିଳିବ ନାହିଁ। ଛାତ୍ରଛାତ୍ରୀମାନେ ଗୁରୁଜନଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ କରନ୍ତୁ । ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବ। 

5/12
ସିଂହ-ଅଧାରୁ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ରାଜନୀତିରେ ଉତ୍ତମ ଫଳ ପ୍ରାପ୍ତ ହେବ। ଭ୍ରମଣ ଯୋଗ ରହିଛି। ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା ଲାଭ କରିବେ ।

6/12
କନ୍ୟା- ଦିର୍ଘ ଦିନ ଧରି ଲାଗି ରହିଥିବା କାର୍ଯ୍ଯ  ସମ୍ପୁର୍ଣ୍ଣ ହେବ। ଅଟକିଥିବା ଧନ ଅକସ୍ମାତ ପ୍ରାପ୍ତି ହେବାର ଯୋଗ ରହିଛି ।ନୂତନ ବ୍ୟକ୍ତିଙ୍କ ସହ ପରିଚୟ ହେବ। ଖର୍ଚ୍ଚର ପରିମାଣ ଅଧିକ ରହିଛି। ଭୂମି, ଗୃହ କରିବା ପାଇଁ ଦିନଟି ଅତ୍ୟନ୍ତ ଭଲ। 

7/12

ତୁଳା- ଆଜି ବ୍ୟବସାୟ କ୍ଷେତ୍ରରେ ଅନେକ ନୂଆ ନୂଆ ଯୋଜନା ମନକୁ ଆସିବ। କାର୍ଯ୍ୟ କ୍ଷେତ୍ରରେ ପ୍ରଗତି ହେବ। ପରିବାର ସହ ସମୟ ଅତିବାହିତ କରିବେ। ନିବେଶ ପାଇଁ ମଧ୍ୟ ଦିନଟି ଅନୁକୂଳ ରହିଛି । ବିଶେଷ ଭାବେ ଭ୍ରମଣର ଯୋଗ ରହିଛି।

8/12

ବିଛା-କର୍ମକ୍ଷେତ୍ରରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ସମର୍ଥ ହେବେ । ପରିବାର ସଦସ୍ୟଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଇବେ। ବ୍ୟବସାୟରେ ପ୍ରଗତି ପାଇଁ ଅନେକ ସୁବର୍ଣ୍ଣ ସୁଯୋଗ ପାଇବେ । ମାନସିକ ଶାନ୍ତି ବଜାୟ ରହିବ ।

9/12

ଧନୁ-  କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ। ସ୍ଵାସ୍ଥ୍ୟଗତ ସମସ୍ୟା କିଛି ଦେଖା ଦେଇପାରେ। ବ୍ୟବସାୟରେ ଉନ୍ନତି ହେବ। ବିଦ୍ୟାର୍ଥୀମାନେ ସଙ୍କୋଚରେ ରହିବେ।

10/12

ମକର-  ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। ବ୍ୟବସାୟ ଲାଭଜନକ ହେବ। ପରିବାରର ସଂପୂର୍ଣ୍ଣ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ଅଟକିଥିବା ଧନର ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ ।

11/12

କୁମ୍ଭ- ପରିବାରରେ ସୁଖ ସମାଚାର ଶୁଣିବାକୁ ମିଳିବ। ବନ୍ଧୁଙ୍କ ମାଧ୍ୟମରେ ଧନ ଆୟର ଯୋଗ ରହିଛି । ବ୍ୟବସାୟରେ ଅର୍ଥ ନିବେଶ କରିବେ। ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ। ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ ।

12/12
ମୀନ- ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ହେବ। ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରିବେ।  ଆପଣ କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରିବେ। ମନୋବଳ ଦୃଢ଼ ରହିବ। ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ। ଜୀବନ ସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ସଂକଳ୍ପ ନେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।