Advertisement
Photo Details/zeeodisha/odisha2638631
photoDetails0hindi

Shani Gochar 2025: ଶନିଙ୍କ ଶୁଭ ଚଳନ ଫିଟାଇବ ୫ରାଶିଙ୍କ ଭାଗ୍ୟ,କ୍ୟାରିୟରରେ ମିଳିବ ସଫଳତା ସହ ହେବ ଟଙ୍କା ବର୍ଷା!

Shani Gochar 2025: ନବଗ୍ରହଙ୍କ ମଧ୍ୟରୁ ଶନିଦେବଙ୍କୁ ସବୁଠୁ ନିଷ୍ଠୁର ଗ୍ରହ ବୋଲି ବିବେଚନା କରାଯାଏ। ଶନିଙ୍କ ଚଳନ ଅତି ମନ୍ଥର ହୋଇଥାଏ। ଏହି କାରଣରୁ ସେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ପାଇଁ ଅଢେଇ ବର୍ଷ ସମୟ ନେଇ ଥାଆନ୍ତି। ବର୍ତ୍ତମାନ ଶନିଦେବ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ଅପ୍ରିଲ ୨୮, ସକାଳ ୭ଟା ୫୨ ମିନିଟ୍ ସମୟରେ ସୂର୍ଯ୍ୟଙ୍କ ଉତ୍ତର ଭାଦ୍ରବ ନକ୍ଷତ୍ରକୁ ଚଳନ କରିବେ। ନ୍ୟାୟର ଦେବତାଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ କିଛି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟୀ ସାବ୍ୟସ୍ତ ହେବାକୁ ଯାଉଛି। ତେବେ, ଆସନ୍ତୁ ଜାଣିବା ଶନିଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ କେଉଁ ରାଶିଙ୍କ ଭାଗ୍ୟ ବଦଳାଉଛି...

1/5

ବୃଷ: ଶନିଦେବଙ୍କ ନକ୍ଷତ୍ର ପରିବର୍ତ୍ତନ ଏ-ହି ରାଶି ପାଇଁ ଅତ୍ୟନ୍ତ ଲାଭଦାୟୀ ପ୍ରମାଣିତ ହେବାକୁ ଯାଉଛି। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସଫଳ ହେବେ। କର୍ମକ୍ଷେତ୍ରରୁ ଶୁଭଫଳ ପାଇବେ। ପଦୋନ୍ନତି ମିଳିବା ସହିତ ଦରମା ବଢିବ। ବରିଷ୍ଠ ଅଧିକାରୀଙ୍କ ସହ ପ୍ରିୟପାତ୍ର ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବାରେ ସଫଳ ହେବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଭଲ ରେଜଲ୍ଟ କରିବେ। ନୂଆକରି ବିବାହ ହୋଇଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

ALSO READ: Today Horoscope: ରବିବାର କେମିତି ରହିବ ୧୨ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆଜିର ରାଶିଫଳ

ALSO READ: Navpancham Rajyog 2025: ୫ ରାଶିଙ୍କ ଭାଗ୍ୟ ଫିଟାଇବ ନବପଞ୍ଚମ ରାଜଯୋଗ , ମାଲାମାଲ୍ ହେବା ସହ କିଣିବେ ନୂଆ ଘର...

2/5

ମିଥୁନ: ଶନିଦେବଙ୍କ କୃପାରୁ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଦିର୍ଘ ଦିନର ଆଶା ପୂରଣ ହେବ। ଯେଉଁମାନେ ନୂଆ ଘର କିଣିବା ପାଇଁ ସ୍ବପ୍ନ ଦେଖୁଛନ୍ତି। ସେମାନଙ୍କ ସ୍ବପ୍ନ ସାକାର ହେବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ସଂସ୍ଥାରୁ ଭଲ ଚାକିରି ଅଫର ମିଳିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିଛି।  ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଭଲ ଲାଭ ପାଇବେ। ପୁରୁଣା ବିନିଯୋଗରୁ ପ୍ରଚୁର ଟଙ୍କା କମେଇବେ। ବ୍ୟବସାୟୀଙ୍କ ଦୂରଯାତ୍ରା ଶୁଭଫଳ ଦେବେ। ଆୟ ବଢିବା ସହିତ ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

 

3/5

ତୁଳା: ତୁଳା ରାଶିଙ୍କ ଭାଗ୍ୟ ଉଦୟ କରିବ ଶନିଙ୍କ ଶୁଭ ଚଳନ। ଏ-ହି ସମୟ ମଧ୍ୟରେ ବାଣିଜ୍ୟ-ବ୍ୟବସାୟରେ ଉନ୍ନତି ଆସିବ। ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହେବେ। ପାର୍ଟନର-ସିପରେ ଚାଲିଥିବା ବ୍ୟବସାୟରେ ଚାଲିଥିବା ମାନ୍ଦାବସ୍ଥା ଦୂର ହେବ। କୌଣସି ଦାମୀ ଜିନିଷ କ୍ରୟ କରିବେ। ଗାଡି଼ କିଣିବାର ସ୍ବପ୍ନ ମଧ୍ୟ ସାକାର ହେବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ଆୟ ବଢିଲେ ମଧ୍ୟ ଖର୍ଚ୍ଚ କମିବ।  କର୍ମକ୍ଷେତ୍ରରେ ଭଲ କାର୍ଯ୍ୟ ପାଇଁ ସମ୍ମାନୀତ ହେବେ। ଯେଉଁମାନେ ସରକାରୀ ଚାକିରି କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନଙ୍କ ପ୍ରସ୍ତୁତିର ଅନ୍ତ ଘଟିବ। ପରିବାର ସହ ଭଲ ସମୟ ଅତିବାହିତ କରିବେ। ଅବିବାହିତଙ୍କ ବିବାହ ଯୋଗ ଫିଟିବ। ସେୟାର ମାର୍କେଟ୍ ରେ ଟଙ୍କା ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ପ୍ରେମୀ ମାନଙ୍କ ପାଇଁ ସମୟ ଭଲ ରହିବ। 

 

4/5
ମୀନ: ଶନିଙ୍କ ଶୁଭଦୃଷ୍ଟି ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ମାଲାମାଲ୍ କରିବ। ବ୍ୟବସାୟୀ ଓ ଚାକିରିଆଙ୍କ ପାଇଁ ସମୟ ଶୁଭ ରହିବ। କ୍ୟାରିୟରକୁ ନେଇ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ବ୍ୟଣିଜ୍ୟ-ବ୍ୟବସାୟରେ ଭଲ ଦ୍ବି-ପଇସା ଲାଭ ପାଇବେ। ସେୟାର ବଜାର୍, ମାର୍କେଟ୍ ଓ ବ୍ୟାଙ୍କିଂ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଶୁଭ ରହିବ। ରାଜନୈତିକ କ୍ଷେତ୍ରରେ ଜଡିତ ଲୋକେ ଦଳ ପକ୍ଷରୁ ବଡ଼ ପଦବୀ ପାଇବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଦାମ୍ପତ୍ୟ ଜୀବନରେ ଲାଗି ଥିବା ଅଶାନ୍ତି ଦୂର ହେବ। 

5/5
କୁମ୍ଭ:  ଶନିଙ୍କ ବିଶେଷ ଆର୍ଶିବାଦ ଏହି ରାଶିଙ୍କ ଉପରେ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଦିର୍ଘ ଦିନ ଧରି ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଯେଉଁମାନେ ନୂଆ କରି କୌଣସି ବ୍ୟବସାୟ ବିଦେଶରେ ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିଛି। ନିଜ ପିଲାମାନଙ୍କ ଠାରୁ କୌଣସି ପ୍ରକାର ଶୁଭ ଖବର ପାଇବେ। ବିଦେଶ ଯିବାର ସ୍ବପ୍ନ ସାକାର ହେବ। ଅବିବାହିତଙ୍କ ବିବାହ ଯୋଗ ଫିଟିବ। ସ୍ବାସ୍ଥ୍ୟ ଭଲ ରହିବ।      (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)