Advertisement
Photo Details/zeeodisha/odisha2633639
photoDetails0hindi

Today Horoscope: ଗାଡି଼ ଚାଳନା ସମୟରେ ସତର୍କ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

 
Horoscope Today 6th February 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଫେବୃଆରୀ ୬ ହେଉଛି ଗୁରୁବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12
ମେଷ- ଆଜିର ଦିନଟି ଠିକଠାକ୍ ରହିବ। ଅନେକ ଲୋକଙ୍କ ସହିତ ସାକ୍ଷାତକାର ହେବ। ବ୍ୟବସାୟରେ ସତର୍କ ରୁହନ୍ତୁ। ନ ହେଲେ, କୌଣସି ଚୁକ୍ତି କରିବା ପୂର୍ବରୁ, ଭଲ ଭାବରେ ବିଚାର କରି କାମ କରନ୍ତୁ।  

 

ALSO READ: Prakruti Mishra Video: ଜଙ୍ଗଲ୍ ଭିତରୁ ଭାଇରାଲ୍ ହେଲା ପ୍ରକୃତି ମିଶ୍ରଙ୍କ ଆଉ ଏକ ଭିଡିଓ, ଦେଖନ୍ତୁ

ALSO READ: Shani Asta 2025: ଫେବୃଆରୀ ୨୮ରେ ଅସ୍ତ ହେବେ ଶନି, ମାଲାମାଲ୍ ହେବେ ଏହିସବୁ ରାଶି, ବ୍ୟବସାୟରୁ ମିଳିବ ପ୍ରଚୁର ଲାଭ ସହ...

2/12
ବୃଷ-ପରିବାର ସଦସ୍ୟମାନେ ଆପଣଙ୍କଠାରୁ କିଛି ଆଶା କରିବେ। ସଂଯମତା ବଜାୟ ରଖନ୍ତୁ, ସମସ୍ତଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖନ୍ତୁ। ଚାକିରି କ୍ଷେତ୍ରରେ ସାମାନ୍ୟ କଳହ ଯୋଗ ରହିଛି ।  ପଥରୋଧର ଶିକାର ହୋଇପାରନ୍ତି। 

3/12
ମିଥୁନ- ମିଥୁନ  ରାଶିକୁ ଘାତ ଚନ୍ଦ୍ର ଯୋଗ ରହିଛି। ଏଣୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ। ମନକୁ ଯଥାସମ୍ଭବ ଶାନ୍ତ ରଖନ୍ତୁ। ନଚେତ୍ ସମସ୍ୟା ବଢ଼ିବ। ଚାକିରିରେ ଅସମ୍ମାନିତ ହେବାର ସମ୍ଭାବନା ରହିଛି । କୌଣସି ଜିନିଷରୁ ସଂକ୍ରମଣ ହେବାର ସମ୍ଭାବନା ମଧ୍ୟ ଅଛି। 

4/12
କର୍କଟ- କର୍ମକ୍ଷେତ୍ରରେ ଦିନଟି ଭଲରେ କଟିବ।  ବ୍ୟବସାୟରେ ଧନ ପ୍ରାପ୍ତିର ଯୋଗ ରହିଛି। ଖର୍ଚ୍ଚ ବୃଦ୍ଧି ପାଇବ। ଘରେ ଚିନ୍ତାଜନକ ପରିବେଶ ଲାଗି ରହିବ। ଅବଶ୍ୟ ସମୟ ସହିତ ସମାଧାନ ହୋଇଯିବ । ବାହାର ସ୍ଥାନରୁ ସମ୍ମାନ ମିଳିବ। 

5/12
ସିଂହ- ଆର୍ଥିକ ଦୃଷ୍ଟିରୁ, ଦିନଟିରେ ଶୁଭ ଖବର ମିଳିବ। ବିଦ୍ୟାର୍ଥୀମାନେ ଉନ୍ନତି ପଥ ଅନୁସରଣ କରିବେ। ବ୍ୟବସାୟ ଲାଭଦାୟକ ହେବ । ସ୍ବାସ୍ଥ୍ୟ ଭଲ ରହିବା ସହ ପ୍ରେମ ସମ୍ପର୍କକୁ ନେଇ ଚିନ୍ତାରେ ରହିବେ। 

6/12
କନ୍ୟା-  ଆଜି କର୍ମ କ୍ଷେତ୍ରରେ କମ୍ କାମ ରହିବ। ବରିଷ୍ଠ ବ୍ୟକ୍ତିଙ୍କ ଦ୍ୱାରା ଉପଯୁକ୍ତ ମାର୍ଗଦର୍ଶନ ପାଇବେ, ଯାହା ଭବିଷ୍ୟତର ରଣନୀତିରେ ସହାୟକ ହେବ । ସୁଖ ହାନି ହେବାର ସମ୍ଭାବନା ଅଛି । ଧାର-କରଜ କରିଥିବା ଟଙ୍କାକୁ ନେଇ ଟେନସନ୍ ରେ ରହିବେ।

7/12
ତୁଳା-  ଆଜି ତୁଳା ରାଶିରେ ସପ୍ତମ ଚନ୍ଦ୍ର ରହିଥିବାରୁ ଧନ ପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟ ମଧ୍ୟମ ଫଳଦେବ । ପ୍ରୀତି ଓ ସାନିଧ୍ୟ ଲାଭ କରିବେ। ବିଦ୍ୟାର୍ଥୀମାନେ ସାମାନ୍ୟ ଅବହେଳିତ ହେବେ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନଟି ଉତ୍ତମ ହେବାର ସମ୍ଭାବନା ଅଛି। 

8/12
ବିଛା-  ଦିନଟି ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ଡିଜିଟାଲ୍ ମାର୍କେଟିଂ, ମିଡିଆ, ସାମ୍ବାଦିକ ଇତ୍ୟାଦି ଅନୁଷ୍ଠାନ ସହିତ ଜଡିତ ଲୋକଙ୍କ ପାଇଁ ଆଜିର ସମୟ ଅନୁକୂଳ ହେବାର ସମ୍ଭାବନା ଅଛି । କିଛି ଭଲଖବର ମିଳିପାରେ। ଭାଗବତ ପ୍ରେମରେ ସମୟ କାଟିବେ।

9/12
ଧନୁ- କର୍ମକ୍ଷେତ୍ରରେ ବିବାଦର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ଜୀବନ ମଧ୍ୟମ ଫଳ ଦେବ। କର୍ତ୍ତବ୍ୟ ନିଷ୍ଠ ହୋଇ କାର୍ଯ୍ୟ କରିବେ। ବ୍ୟବସାୟୀମାନେ ନିଜ ପାର୍ଟନରଙ୍କ ସହ ସମ୍ପର୍କ ଆହୁରି ମଜବୁତ୍ ହେବା। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। 

10/12
ମକର- କୌଣସି କାର୍ଯ୍ୟ କରିବା ପୂର୍ବରୁ ଥରେ ପରାମର୍ଶ ନେବା ଆବଶ୍ୟକ। ଆର୍ଥିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ।  ଭ୍ରମଣ ସମୟରେ ସତର୍କତା ରକ୍ଷା କରନ୍ତୁ । ପ୍ରେମ ସମ୍ପର୍କ ନିବିଡ଼ ହେବ। ବ୍ୟବସାୟୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଦାୟକ ରହିଛି । 

11/12
କୁମ୍ଭ-  ଅଯଥା କଳହ କରନ୍ତୁ ନାହିଁ । ସମାଜରେ ନିଜ ନାମକୁ ପ୍ରତିଷ୍ଠା କରିପାରିବେ। ବ୍ୟବସାୟ ପାଇଁ ଦିନଟି ଭଲ ରହିଛି । ଆଶା ଅନୁସାରେ ଫଳ ପ୍ରାପ୍ତି ହେବ । ରାଜ ସମ୍ମାନ ପ୍ରାପ୍ତି କରିବେ। ମନ ପ୍ରଫୁଲ୍ଲ ରହିବ। ପାରିବାରିକ ଜୀବନ ସୁଖମୟ ହେବ।

12/12
ମୀନ-ଯାନ ବାହନରେ ସତର୍କତା ନିହାତି ଆବଶ୍ୟକ। ଅଙ୍ଗରେ ଆଘାତ ଲାଗିବ ଭଳି ସମସ୍ୟା ଦେଖାଦେବ। ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ ।  କୌଣସି ସ୍ଥାନରୁ ଅପଦସ୍ତ ହେବା ପରି ସମସ୍ୟା ଉପୁଜିପାରେ ।