Pakistan Temple Attack: ହିନ୍ଦୁ ମନ୍ଦିର ଉପରେ ରକେଟ୍ ଲଞ୍ଚର୍ ସହାୟତାରେ ଆକ୍ରମଣ
Advertisement
Article Detail0/zeeodisha/odisha1782597

Pakistan Temple Attack: ହିନ୍ଦୁ ମନ୍ଦିର ଉପରେ ରକେଟ୍ ଲଞ୍ଚର୍ ସହାୟତାରେ ଆକ୍ରମଣ

Hindu Temple Attacked in Pakistan: ମନ୍ଦିର ଉପରେ ହୋଇଛି ରକେଟ୍ ଲଞ୍ଚର୍ ସହାୟତାରେ ଆକ୍ରମଣ। ଏହି ଘଟଣା ଘଟିବା ପର ଠାରୁ ଭୟଭୀତ ହୋଇଛି ହିନ୍ଦୁ ସମ୍ପ୍ରଦାୟ। 

Pakistan Temple Attack: ହିନ୍ଦୁ ମନ୍ଦିର ଉପରେ ରକେଟ୍ ଲଞ୍ଚର୍ ସହାୟତାରେ ଆକ୍ରମଣ

Hindu Temple Attacked with Rocket Launchers in Sindh: ପୁଣି ଥରେ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ନେଇ ଦୋହଲି ଉଠିଛି ପାକିସ୍ତାନ। ଦେଶର ଆର୍ଥିକ ରାଜଧାନୀ କରାଚି ଠାରେ ଅବସ୍ଥିତ ୧୫୦ ବର୍ଷ ପୁରୁଣା ମାରି ମାତା ମନ୍ଦିର ଭଙ୍ଗାଯିବାର ୨୪ ଘଣ୍ଟା ପରେ ଅନ୍ୟ ଏକ ହିନ୍ଦୁ ମନ୍ଦିରରେ ହୋଇଛି ଭଙ୍ଗାରୁଜା। ରବିବାର ସକାଳେ ଏକ ଦଳ ହିନ୍ଦୁ ମନ୍ଦିର ଉପରେ ରକେଟ୍ ଲଞ୍ଚର୍ ସହାୟତାରେ ଆକ୍ରମଣ କରାଯାଇ ଥିବାର ଜଣାପଡ଼ିଛି। କରାଚି ସୈନିକ ବଜାର ଠାରେ ଅବସ୍ଥିତ ୧୫୦ ବର୍ଷର ପୁରୁଣା ମାରି ମାତା ମନ୍ଦିରକୁ ଶନିବାର ଭାଙ୍ଗି ଦିଆଯାଇଥିଲା।  

ଘୋସପୁର ଥାନା (Ghouspur Police Station) ଅଧୀନରେ ଥିବା କାଶ୍ମୋର (Kashmore) ଠାରେ ଆକ୍ରମଣକାରୀ ହିନ୍ଦୁ ମନ୍ଦିର ଏବଂ ଏହା ସଂଲଗ୍ନ ଘର ଉପରେ ଆକ୍ରମଣ (Attack Hindu Temple in Pakistan) କରିଥିଲେ। ସେମାନେ ମନ୍ଦିର ସହ ଘର ଉପରେ ନିର୍ଦ୍ଦିଷ୍ଟ ଭାବେ ଗୁଳି ଚଳାଇଥିଲେ। ଗୁଳି ବିନିମୟ ପରେ କାଶ୍ମୋର-କାନ୍ଧକୋଟ ଏସଏସପି ଇରଫାନ ସାମୋଙ୍କ (Kashmore-Kandhkot SSP Irfan Sammo) ନେତୃତ୍ୱରେ ଏକ ପୋଲିସ ୟୁନିଟ୍ (Pakistan Police) ଘଟଣାସ୍ଥଳରେ ପହଞ୍ଚିଥିଲା। ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଆକ୍ରମଣକାରୀ ପୂଜାସ୍ଥଳ ଉପରକୁ ରକେଟ୍ ଲଞ୍ଚର୍ ବ୍ୟବହାର କରି ଗୁଳିମାଡ଼ କରିଥିଲେ (Hindu Temple Attacked with Rocket Launchers)। ସୌଭାଗ୍ୟବଶତଃ ଏହି ଆକ୍ରମଣ ସମୟରେ ମନ୍ଦିର ବନ୍ଦ ହୋଇଯାଇଥିଲା। ବାଗ୍ରି ସମ୍ପ୍ରଦାୟ (Bagri Community in Pakistan) ଦ୍ୱାରା ପରିଚାଳିତ ଧାର୍ମିକ ସେବା ପାଇଁ ମନ୍ଦିର ପ୍ରତିବର୍ଷ ଖୋଲାଯାଏ ବୋଲି ପାକିସ୍ତାନ ଗଣମାଧ୍ୟମ (Pakistan Media Report) କରିଛି।

ଆକ୍ରମଣ ପରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏସଏସପି ଇରଫାନ ସାମୋ ଆକଳନ କରିଛନ୍ତି ଯେ ଆକ୍ରମଣରେ ୮-୯ ଜଣ ବନ୍ଧୁକଧାରୀ ସାମିଲ ଥାଇପାରନ୍ତି। ସେମାନଙ୍କୁ ପୋଲିସ ନଦୀ କୂଳରେ ଟ୍ରାକିଂ କରିଥିଲା। ବାଗ୍ରି ସମ୍ପ୍ରଦାୟର ଜଣେ ସଦସ୍ୟ ସୁରେଶ କହିଛନ୍ତି ଯେ ଆକ୍ରମଣକାରୀଙ୍କ ଦ୍ୱାରା ଆକ୍ରମଣ ପାଇଁ ବ୍ୟବହୃତ ହୋଇଥିବା  ରକେଟ୍ ଲଞ୍ଚର୍ ବିସ୍ଫୋରଣ କରିବାରେ ବିଫଳ ହୋଇଥିଲା। ଯାହା ଦ୍ୱାରା କୌଣସି ଜୀବନ ନଷ୍ଟ ହୋଇନଥିଲା। ସମ୍ପ୍ରଦାୟର ସୁରକ୍ଷା ପାଇଁ ସେ ପୋଲିସ ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ ଏହି ଘଟଣା ସ୍ଥାନୀୟ ବାସିନ୍ଦାଙ୍କୁ ଭୟଭୀତ କରିଦେଇଛି। 

ଏହି ସମୟରେ ପାକିସ୍ତାନ ମାନବ ଅଧିକାର ଆୟୋଗ (Human Rights Commission of Pakistan) କହିଛି ଯେ ଦେଶର ସିନ୍ଧ ପ୍ରଦେଶର (Sindh Province) କାଶ୍ମୋର (Kashmore District) ଏବଂ ଘୋଟକି ଜିଲ୍ଲାରେ (Ghotki District) ଆଇନ ଶୃଙ୍ଖଳା ବିଗିଡି ଯାଇଛି। ଯେଉଁଠାରେ ମହିଳା ଶିଶୁ ସମେତ ହିନ୍ଦୁ ସମ୍ପ୍ରଦାୟର ପ୍ରାୟ ୩୦ ଜଣ ସଦସ୍ୟ ସଙ୍ଗଠିତ ଅପରାଧୀ ଗ୍ୟାଙ୍ଗ ଦ୍ୱାରା ବନ୍ଧକ ରଖାଯାଇଥିବାର ଅଭିଯୋଗ ହୋଇଛି। ଏହା ସହିତ ଆମେ ଖବର ପାଇଛୁ ଯେ ଏହି ଗ୍ୟାଙ୍ଗ ଉଚ୍ଚ ଶ୍ରେଣୀର ଅସ୍ତ୍ରଶସ୍ତ୍ର ବ୍ୟବହାର କରି ସମ୍ପ୍ରଦାୟର ଉପାସନା ସ୍ଥଳ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ସିନ୍ଧ ଗୃହ ବିଭାଗ (Sindh Province Home Department) କୌଣସି କାଳ ବିଳମ୍ବ ନକରି ଘଟଣାର ତଦନ୍ତ କରିବାକୁ ଆୟୋଗ କହିଛନ୍ତି।