IND vs ENG 2nd ODI Match: ଭାରତର ବ୍ୟାଟିଂ ଜାରି ରହିଥିବା ବେଳେ ଏପରି ଅଘଟଣ ଯୋଗୁଁ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବାରବାଟୀ ଷ୍ଟାଡିୟମ ମଧ୍ୟରେ ଏବେ ହୋ ହାଲ୍ଲା ଦେଖିବାକୁ ମିଳିଛି। ଅନ୍ୟପଟେ ଭାରତ ସାମ୍ନାରେ ୩୦୫ ରନର ଟାର୍ଗେଟ୍ ରଖିଛି ଇଂଲଣ୍ଡ । ନିର୍ଦ୍ଧାରିତ ୫୦ ଓଭରର ଗୋଟିଏ ବଲ ବାକିଥାଇ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରିଛି ଇଂଲଣ୍ଡ।
Trending Photos
IND vs ENG 2nd ODI Match: ଦୀର୍ଘ ବର୍ଷ ପରେ କଟକ ବାରବାଟୀକୁ ଫେରିଥିଲା ଦିନିକିଆ ମ୍ୟାଚ୍ । ହେଲେ ଆଜି ବି ଦେଖିବାକୁ ମିଳିଛି ବଡ ତ୍ରୁଟି। ବାରବାଟୀରେ ଫ୍ଲଡ ଲାଇଟ୍ ବନ୍ଦ ଯୋଗୁଁ ଅଟକିଛି ମ୍ୟାଚ୍ । ଆଜି ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ୍ ଚାଲିଥିବା ବେଳେ ବାରମ୍ବାର ବନ୍ଦ ହୋଇଯାଇଥିଲା ଫ୍ଲଡ ଲାଇଟ୍ । ଫଳରେ ବହୁ ସମୟ ଧରି ଅଟକି ରହିଛି ମ୍ୟାଚ୍ । ଭାରତର ବ୍ୟାଟିଂ ଜାରି ରହିଥିବା ବେଳେ ଏପରି ଅଘଟଣ ଯୋଗୁଁ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବାରବାଟୀ ଷ୍ଟାଡିୟମ ମଧ୍ୟରେ ଏବେ ହୋ ହାଲ୍ଲା ଦେଖିବାକୁ ମିଳିଛି। ଅନ୍ୟପଟେ ଭାରତ ସାମ୍ନାରେ ୩୦୫ ରନର ଟାର୍ଗେଟ୍ ରଖିଛି ଇଂଲଣ୍ଡ । ନିର୍ଦ୍ଧାରିତ ୫୦ ଓଭରର ଗୋଟିଏ ବଲ ବାକିଥାଇ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରିଛି ଇଂଲଣ୍ଡ।
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ ରଖିଥିଲେ ଭାରତୀୟ ଖେଳାଳି । ପିଚ୍ କୁ ଓହ୍ଲାଇଥିଲେ ରୋହିତ ଶର୍ମା ଓ ଶୁବମନ ଗିଲ୍ । ୪୮ ରନ୍ ରେ ଅଟକି ରହିଛି ମ୍ୟାଚ୍ । ଆରମ୍ଭରୁ କ୍ରେଜ ଦେଖିବାକୁ ମିଳିଥିଲେ ମଧ୍ୟ ଫ୍ଲଡ ଲାଇଟ୍ କାରଣରୁ ମ୍ୟାଚ୍ ଅଟକି ରହିଥିବାରୁ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସୂଚନାଯୋଗ୍ୟ, ଓଡିଆଇରେ ୩୫୧ ଛକା ମାରି ନଂ ୱାନ୍ରେ ଅଛନ୍ତି ଆଫ୍ରିଦି । ସେହିପରି ପେସ୍ ବାହିନୀକୁ ପଛରେ ପକାଇବାରେ ସକ୍ଷମ ହୋଇଛନ୍ତି ସ୍ପିନର । ଇଂଲଣ୍ଡ ବିପକ୍ଷ ଆଜିର ମ୍ୟାଚରେ ସ୍ପିନରଙ୍କୁ ବେଶୀ ସଫଳତା ମିଳିଛି । ୨୬ ଓଭରରେ ୧୨୧ ରନ୍ ଦେଇ ୪ ୱିକେଟ ପାଇଛନ୍ତି ସ୍ପିନର । ସ୍ପିନରଙ୍କ ଓଭର ପିଛା ରନ୍ ବ୍ୟୟ ହାର ମାତ୍ର ୪.୬୫ ରହିଛି । ୨୩.୫ ଓଭରରେ ପେସର୍ ୩ ଓିକେଟ ନେଇ ଦେଇଛନ୍ତି ୧୮୧ ରନ୍ । ପେସର୍ଙ୍କ ଓଭର ପିଛା ରନ୍ ବ୍ୟୟ ହାର ୭.୫୯ ରହିଛି ।
Also Read: Weekly Financial Horoscope: ଆର୍ଥିକ ଦୃଷ୍ଟିରୁ କେମିତି ରହିବ ଆଗାମୀ ସପ୍ତାହ, ଜାଣନ୍ତୁ ସାପ୍ତାହିକ ରାଶିଫଳ
Also Read: Weekly Love Horoscope: ପ୍ରେମ ସପ୍ତାହରେ ଶକ୍ତ ଧକ୍କା ଖାଇବେ ଏହି ରାଶିର ବ୍ୟକ୍ତି, ଜାଣନ୍ତୁ ସାପ୍ତାହିକ ରାଶିଫଳ