ଗତ ଆର୍ଥିକ ବର୍ଷ ୨୦୨୪-୨୫ ବଜେଟ୍ ପରେ ସୁନା ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇଥିଲେ ମଧ୍ୟ ୧ ଫେବୃଆରୀ ୨୦୨୫ ବଜେଟ୍ ସମୟରେ ଏହା ଏକ ନୂତନ ଶିଖରରେ ପହଞ୍ଚିଥିଲା।
ଏହି ସମୟ ମଧ୍ୟରେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୨୦୦୦ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି।
ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ସୁନା ଫ୍ୟୁଚର୍ସ ମୂଲ୍ୟ ଗୋଟିଏ ସପ୍ତାହ ମଧ୍ୟରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଇଛି ।
ସପ୍ତାହର ଶେଷ ବ୍ୟବସାୟ ଦିନ, ଫେବୃଆରୀ ୭ରେ, ୨୪ କ୍ୟାରେଟ୍ ସୁନା ଦର ପ୍ରତି ୧୦ ଗ୍ରାମରେ ୮୫,୨୭୯ ଟଙ୍କାର ନୂତନ ସର୍ବୋଚ୍ଚ ମୂଲ୍ୟ ଛୁଇଁଥିଲା।
କାରବାର ଶେଷ ହେବା ବେଳକୁ ଏହାର ମୂଲ୍ୟ ସାମାନ୍ୟ ହ୍ରାସ ପାଇଥିଲେ ହେଁ ପୁନଶ୍ଚ ୪୫୬ ଟଙ୍କା ବୃଦ୍ଧି ପାଇ ୮୪,୮୮୮ ଟଙ୍କାରେ ବନ୍ଦ ଅଟକି ଥିଲା ।
ଏହି ଅନୁସାରେ ହିସାବ କଲେ ଗୋଟିଏ ସପ୍ତାହ ମଧ୍ୟରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମରେ ୨୬୫୫ ଟଙ୍କା ମହଙ୍ଗା ହୋଇଛି।
ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ, ଘରୋଇ ବଜାରରେ ସୁନା ୨,୬୧୪ ଟଙ୍କା ମହଙ୍ଗା ହୋଇଛି। ଜାନୁଆରୀ ୩୧ ତାରିଖରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୨,୦୮୬ ଟଙ୍କା ଥିଲା, ଯାହା ଶୁକ୍ରବାର, ଫେବୃଆରୀ ୭ ସୁଦ୍ଧା ୮୪,୭୦୦ ଟଙ୍କାକୁ ବୃଦ୍ଧି ପାଇଛି।
ट्रेन्डिंग फोटोज़