Advertisement
Photo Details/zeeodisha/odisha2639605
photoDetails0hindi

Lucky Zodiac Sign: ୧୦ ଫେବୃଆରୀରେ ରବିଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 10 February 2025: ୧୦ ଫେବୃଆରୀ ସୋମବାର ଗଠନ ହୋଇଥିବା ଶୁଭଯୋଗ ପ୍ରଭାବରେ ୫ଟି ରାଶିର ବ୍ୟକ୍ତି ଶୁଭଫଳ ପାଇବାକୁ ଯାଉଛନ୍ତି ।

1/6

କର୍କଟ ରାଶି

ଦିନଟିରେ ଆପଣଙ୍କ ଇଚ୍ଛା ପୂରଣ ହୋଇପାରେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ମିଳିବ । ନିବେଶ କ୍ଷେତ୍ରରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଚାକିରି ପାଇଁ ସାକ୍ଷାତକାର ଦେଉଥିଲେ ସଫଳତା ପାଇପାରିବେ। ବ୍ୟବସାୟକୁ ବିସ୍ତାର କରିବାକୁ ଯୋଜନା କରୁଥିଲେ ସମ୍ଭବ ହୋଇପାରିବ । କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କଠାରୁ ସମର୍ଥନ ପାଇବେ । ଚାକିରି ବଦଳାଇବାକୁ ଚାହୁଁଥିଲେ ସକାରାତ୍ମକ ଖବର ମିଳିପାରେ। ଛାତ୍ରଛାତ୍ରୀ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ ।

2/6

କନ୍ୟା ରାଶି

ଫେବୃଆରୀ ୧୦ ଆପଣଙ୍କ ପାଇଁ ଶୁଭ । ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିବେ । ପିତାଙ୍କ ଆଶୀର୍ବାଦ ଆପଣଙ୍କୁ ଆଗକୁ ବଢାଇନେବ । କର୍ମକ୍ଷେତ୍ରରେ ଆପଣଙ୍କର ପ୍ରଭାବ ଏବଂ ମାନ ସମ୍ମାନ ବଢିବ। ଆପଣଙ୍କୁ କିଛି ବଡ଼ ଦାୟିତ୍ୱ ମିଳିପାରେ । ବ୍ୟବସାୟରେ ଅପ୍ରତ୍ୟାଶିତ ଲାଭ ମିଳିବ। ସୁନା କାମ, ସେୟାର ବଜାର, ଆକାଉଣ୍ଟ ଏବଂ ବୀମା ସହିତ ଜଡିତ ବ୍ୟକ୍ତି ଅଧିକ ଲାଭ ପାଇବେ। ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିପାରିବେ। କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲେ ଶୁଭଫଳ ହାସଲ କରିପାରନ୍ତି । ପାରିବାରିକ ସମ୍ପର୍କ ସୁମଧୁର ହେବ । ପ୍ରେମ ଜୀବନରେ ଉପହାର ମିଳିପାରେ ।

3/6

ବିଛା ରାଶି

ଆପଣଙ୍କୁ ସରକାରୀ କାମରେ ସଫଳତା ମିଳିବାର ସମ୍ଭାବନା ଅଧିକ । ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀମାନଙ୍କଠାରୁ ସମର୍ଥନ ମିଳିପାରେ। ପଦୋନ୍ନତି ବିଷୟରେ ଆଲୋଚନା ହୋଇପାରେ । ଦରମା ବୃଦ୍ଧି ଖବର ପାଇପାରନ୍ତି । ବ୍ୟବସାୟରେ ଆୟ ବଢିବାକୁ ଲାଗିବ । ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପ୍ରୟାସ ସଫଳ ହେବ। ପ୍ରେମ ଜୀବନରେ ଦିନଟି ରୋମାଞ୍ଚକର ହେବ । ପ୍ରେମିକାଙ୍କ ସହିତ ସମୟ ବିତାଇବାକୁ ସୁଯୋଗ ପାଇବେ ।

4/6

କୁମ୍ଭ ରାଶି

ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ କାମ ଶେଷ କରିବେ । ପରିଚିତ ବ୍ୟକ୍ତିଙ୍କ ସାହାଯ୍ୟ ଆପଣଙ୍କୁ ମିଳିବ । ବିବାହ ସମ୍ପର୍କରେ ଖୁସି ଖବର ମିଳିପାରେ । ଚାକିରି ପାଇଁ ଚେଷ୍ଟା କରୁଥିଲେ ପ୍ରୟାସ ସଫଳ ହେବାର ସମ୍ଭାବନା ଅଛି। ଆପଣ କଥାରେ ସଂଯମତା ଏବଂ ମଧୁରତା ବଜାୟ ରଖିବା ଆବଶ୍ୟକ । ପ୍ରେମ ସମ୍ପର୍କରେ ଥିଲେ ଦିନଟି ଅତ୍ୟନ୍ତ ଭଲ । ବିବାହିତ ଜୀବନରେ ଖୁସି ପାଇବେ।

5/6

ମୀନ ରାଶି

ଆପଣ ଅପ୍ରତ୍ୟାଶିତ ଲାଭ ପାଇପାରନ୍ତି । ଗବେଷଣା ଏବଂ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ବିଶେଷ ସଫଳତା ମିଳିପାରେ। କୋର୍ଟରେ କୌଣସି ମାମଲା ଚାଲିଥିଲେ କିଛି ସକାରାତ୍ମକ ଫଳାଫଳ ପାଇପାରନ୍ତି। ବିଦେଶରେ ଶିକ୍ଷା ଗ୍ରହଣ କରିବାକୁ ଚାହୁଁଥିଲେ ସମ୍ଭବ ହୋଇପାରେ । ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ । ସ୍ୱାଦିଷ୍ଟ ଖାଦ୍ୟର ମଜା ନେବେ । ପ୍ରେମ ଜୀବନରେ ଖୁସି ପାଇବେ। 

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।