ନିଶାଙ୍କ ପାଇଁ ଗାଁ ହେଲା ଦୁଇ ଭାଗ। ଦୁଇ ଦଳ ମଧ୍ୟରେ ଗୋଷ୍ଠୀ ସଂଘର୍ଷ। ଯିଏ ଯେଉଁଥିରେ ପାରିଲା ପିଟିଲା। ଚେୟାର ଭାଙ୍ଗିବା ସହ ଠେଙ୍ଗାରେ ହେଲେ ପିଟା ପିଟି ।
ପୁଣି ନିଶା ମହାରଣାଙ୍କୁ ନେଇ ବିବାଦ ସୃଷ୍ଟି ହୋଇଛି । ଯାତ୍ରା ଦେଖିବାକୁ ଆସି ହାତାହାତି ହେଲେ ଦର୍ଶକ । ଯାତ୍ରା ପେଣ୍ଡାଲରେ ଛୁରାମାଡ଼ ବି ହୋଇଥିବା ଦେଖିବାକୁ ମିଳିଛି ।
କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ କୁଦାନଗରୀରେ ଗାଁରେ ଯାତ୍ରା ଚାଲିଥିବା ବେଳେ ନିଶା ମହାରଣାଙ୍କୁ ନେଇ ଅଶାନ୍ତ ପରିସ୍ଥିତ ସୃଷ୍ଟି ହୋଇଛି ।
ଶୁକ ପରୀକ୍ଷିତ ସାଂସ୍କୃତିକ ପରିଷଦ ପକ୍ଷରୁ ଅପେରା ପରିବେଷଣ କରା ଯାଉଥିଲା । ନିଶାଙ୍କ ନୃତ୍ୟ ପରିବେଷଣକୁ କିଛି ଯୁବକ ବିରୋଧ କରିଥିଲେ ।
ବିରୋଧ ପରେ ନିଶା ମହାରଣା ପେଣ୍ଡାଲ ଛାଡ଼ି ପଳାଇଥିଲେ । ଏହା ପରେ କିଛି ଯୁବ କାହିଁକି ଡ୍ୟାନ୍ସ ହେବନି ବୋଲି କହିଥିଲେ ।
ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ପରେ ବଚସାରୁ ସୃଷ୍ଟି ହୋଇଥିଲା ହାତାହାତି । ଯିଏ ଯାହା ପାରିଲା ଫିଙ୍ଗିଥିଲା ।
ଗଣ୍ଡଗୋଳ ଭିତରେ ଯାତ୍ରା ପେଣ୍ଡାଲ ନିକଟରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ଜଣେ ଆହତ ହୋଇଛନ୍ତି । ଗଣ୍ଡଗୋଳ ନେଇ କୁଦାନଗରୀ ଥାନାରେ ତିନୋଟି ମାମଲା ରୁଜୁ ହୋଇଛି ।
ट्रेन्डिंग फोटोज़