Top 10 News: ବାରବାଟୀରେ ଜିତିଲା ଇଣ୍ଡିଆ, ରାଷ୍ଟ୍ରପତି ଯିବେ ପ୍ରୟାଗରାଜ ଏବଂ ଅନ୍ୟାନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2639602

Top 10 News: ବାରବାଟୀରେ ଜିତିଲା ଇଣ୍ଡିଆ, ରାଷ୍ଟ୍ରପତି ଯିବେ ପ୍ରୟାଗରାଜ ଏବଂ ଅନ୍ୟାନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ବାରବାଟୀରେ ଜିତିଲା ଇଣ୍ଡିଆ, ରାଷ୍ଟ୍ରପତି ଯିବେ ପ୍ରୟାଗରାଜ ଏବଂ ଅନ୍ୟାନ୍ୟ ଅପଡେଟ୍

Top 10 News Today

Headlines 01- ବାରବାଟୀରେ ଇଂଲଣ୍ଡ ଟିମ୍‌କୁ ହରାଇଲା ଟିମ୍‌ ଇଣ୍ଡିଆ । ସିରିଜ୍‌ରେ ୨-୦ରେ ଆଗୁଆ ହୋଇ ଇଂଲଣ୍ଡକୁ ୪ ୱିକେଟ୍‌ରେ ପରାଜିତ କରିଛି ଭାରତ । କ୍ୟାପ୍‌ଟେନ୍‌ ରୋହିତ ଶର୍ମା ୯୦ ବଲ୍‌ ଖେଳି ୧୧୯ ରନ୍‌ କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ଶୁଭମନ ଗିଲ ୬୦ ରନ୍‌ କରିଥିବା ବେଳେ ଆୟର ୪୪ ରନ୍‌ କରିଥିଲେ ।

Headlines 02- ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି (୧୦,ଫେବୃଆରୀ ୨୦୨୫) ପ୍ରୟାଗରାଜ ଗସ୍ତରେ ଯିବେ । ଦିନିକିଆ ପ୍ରୟାଗରାଜ ଗସ୍ତ ଅବସରରେ ରାଷ୍ଟ୍ରପତି ସଙ୍ଗମରେ ସ୍ନାନ ଏବଂ ପୂଜା କରିବେ । ଅକ୍ଷୟବଟ ଏବଂ ହନୁମାନ ମନ୍ଦିରରେ ପୂଜା ଓ ଦର୍ଶନ କରିବେ । ରାଷ୍ଟ୍ରପତି ଡିଜିଟାଲ କୁମ୍ଭ ଅନୁଭବ କେନ୍ଦ୍ର ମଧ୍ୟ ପରିଦର୍ଶନ କରିବେ ।

Headlines 03- ଦୀର୍ଘ ବର୍ଷ ପରେ କଟକ ବାରବାଟୀକୁ ଫେରିଥିଲା ଦିନିକିଆ ମ୍ୟାଚ୍ । ହେଲେ ଆଜି ବି ଦେଖିବାକୁ ମିଳିଛି ବଡ ତ୍ରୁଟି। ବାରବାଟୀରେ ଫ୍ଲଡ ଲାଇଟ୍ ବନ୍ଦ ଯୋଗୁଁ କିଛି ସମୟ ପାଇଁ ଅଟକିଥିଲା ମ୍ୟାଚ୍ । ଆଜି ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ୍ ଚାଲିଥିବା ବେଳେ ବାରମ୍ବାର ବନ୍ଦ ହୋଇଯାଇଥିଲା ଫ୍ଲଡ ଲାଇଟ୍ । ଭାରତର ବ୍ୟାଟିଂ ଚାଲିଥିବା ବେଳେ ଏପରି ଅଘଟଣ ଯୋଗୁଁ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବାରବାଟୀ ଷ୍ଟାଡିୟମ ହୋ ହାଲ୍ଲା ଦେଖିବାକୁ ମିଳିଥିଲା । 

Headlines 04- ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆତିଶୀ ମାର୍ଲେନା। ରାଜଭବନରେ ଉପରାଜ୍ୟପାଳଙ୍କୁ ଭେଟି ବିଧିବଦ୍ଧ ଭାବେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ଆତିଶୀ ଏଥର ନିର୍ବାଚନରେ କାଲକାଜୀ ଆସନରୁ ବିଜୟଲାଭ କରିଛନ୍ତି ।

Headlines 05- ବିଧାନସଭା ଅଧିବେଶନ ଆରମ୍ଭ ହେବାର ମାତ୍ର ଗୋଟିଏ ଦିନ ପୂର୍ବରୁ ଇସ୍ତଫା ଦେଇଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ ସିଂହ। ଆଜି ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ବର୍ତ୍ତମାନ ମଣିପୁର ରାଜ୍ୟ ରାଜନୀତି ସରଗରମ ରହିଛି । ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ ସିଂହ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ବିଧାୟକ ଦଳର ବୈଠକ ବସିବା ନେଇ ଚର୍ଚ୍ଚା ଜାରି ରହିଛି।

Headlines 06- ୧୫ରେ ସରିବ ରାସନ କାର୍ଡ e-KYC ଅବଧି । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଅଯୋଗ୍ୟ ହିତାଧିକାରୀ କାର୍ଡ ନଫେରାଇଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହମ କରାଯିବ । ଏବେ ସୁଦ୍ଧା ୩୭ ଲକ୍ଷ ୮୫ ହଜାର ୪୯୬ କରିନାହାନ୍ତି e-KYC । e-KYC ନକଲେ କାର୍ଡ ସରେଣ୍ଡର ବୋଲି ଧରିନିଆଯିବ । ୮ ଲକ୍ଷ ଆୟକରଦାତା ରାସନ କାର୍ଡ ହାତେଇଛନ୍ତି ବୋଲି କୃଷ୍ଣଚନ୍ଦ୍ର କହିଛନ୍ତି ।

Headlines 07- ଛତିଶଗଡ଼ରେ ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ବଡ଼ ଧରଣର ମାଓ ବିରୋଧୀ ଅପରେସନ୍ ସଫଳ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ମାଓବାଦୀ ନିହତ ହୋଇଥିବା ସୂଚନା ଦିଆଯାଇଛି । ଏନକାଉଣ୍ଟରରେ ଦୁଇ ଯବାନ ସହୀଦ ଏବଂ ଦୁଇ ଯବାନ ଆହତ ହୋଇଛନ୍ତି। ୩୧ ମାଓବାଦୀ ନିପାତ ଘଟଣାକୁ ବଡ଼ ସଫଳତା ବୋଲି ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି । ନକ୍ସଲମୁକ୍ତ ଭାରତ ଗଠନ ନେଇ ଯବାନଙ୍କୁ ବଡ଼ ସଫଳତା ମିଳିଛି ।

Headlines 08- କେନ୍ଦୁଝର ଧରଣୀଧର ମେଡିକାଲ କଲେଜରେ ହେବାକୁ ଯାଉଛି ଟ୍ରମା କେୟାର ସେଣ୍ଟର । ଆଜି ଦିନିକିଆ କେନ୍ଦୁଝର ଗସ୍ତରେ ଯାଇ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Headlines 09- ରାଜରାସ୍ତାକୁ ଓହ୍ଲାଇବେ ଶିକ୍ଷକ। ୨୦୦୧ରୁ ନିଯୁକ୍ତି ମିଳିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଉଚିତ୍‌ ପାରିଶ୍ରମିକ ମିଳିନଥିବାରୁ ଏପରି ପଦକ୍ଷେପ ନେବ। ପେନସନ ବ୍ୟବସ୍ଥା, ସମାନ କାମକୁ ସମାନ ଦରମା, ସ୍ଥାୟୀ କରିବା, ଦରମା ବୃଦ୍ଧି ଓ ଯୋଜନା ଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିକୁ ନେଇ ପ୍ରାଥମିକ ଶିକ୍ଷକ ସଂଘ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ସୂଚନା ଦେଇଛି।

Headlines 10- ଦେଶର ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ତା ପବନ ଆସୁଛି। ଏଥିପାଇଁ କିଛି ସ୍ଥାନରେ ତାପମାତ୍ରା ଖସିଛି।  ଆସନ୍ତା ୫ ଦିନ ଯାଏଁ ଏଭଳି ସ୍ଥିତି ରହିବ। କିଛି ସ୍ଥାନରେ ୧ ରୁ ୨ ଡିଗ୍ରୀ ବଢିଲେ ଅନ୍ୟ ସ୍ଥାନରେ ସେତିକି କମିବ। ରାତିରେ ପାଗ ଆରାମଦାୟକ ରହିବ ବୋଲି ସେ କହିଛନ୍ତି। ଆଜି ନୟାଗଡ଼, ପୁରୀ, ଗଞ୍ଜାମ ଓ ଗଜପତିରେ ଘନ କୁହୁଡି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି।